close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

'ବିଜେପି ସହ ମୁଖ୍ୟମନ୍ତ୍ରୀ ପଦ ବ୍ୟତୀତ ଅନ୍ୟ କିଛି କଥା ନାହିଁ'

ଶିବସେନା ନିଜ ଜିଦରୁ ଟିକିଏ ନରମି ଯାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ଆଜି ତାହା ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରିଛି ଦଳ । 

'ବିଜେପି ସହ ମୁଖ୍ୟମନ୍ତ୍ରୀ ପଦ ବ୍ୟତୀତ ଅନ୍ୟ କିଛି କଥା ନାହିଁ'
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କିଏ ଗଢିବ ସରକାର ? ଗତ ମାସ ୨୪ ତାରିଖରୁ ଜାରିରହିଛି ସସପେନ୍ସ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ବିଜେପି ଓ ଶିବସେନା ଭିତରେ ସହମତି ପ୍ରକାଶ ପାଇପାରୁନାହିଁ । ଆଉ ଏହାରି ଭିତରେ ଗତକାଲି ଶିବସେନା ନିଜ ଜିଦରୁ ଟିକିଏ ନରମି ଯାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ଆଜି ତାହା ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରିଛି ଦଳ । 

ଆଜି ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ପୁଣି ଚମକାଇଲା ପରି ବୟାନ ଦେଇଛନ୍ତି । କହିଛନ୍ତି, ବିଜେପି ସହ କେବଳ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଲୋଚନା କରାଯାଇପାରେ । ଏହା ବ୍ୟତୀତ ଅନ୍ୟ କୌଣସି ବିଷୟରେ କଥା ହେବାର ନାହିଁ । ଅର୍ଥାତ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ନମିଳିଲେ, ଶିବସେନା ବିକଳ୍ପ ସରକାର ଗଢିବାକୁ ବାଧ୍ୟ ହେବ ବୋଲି କହିବାକୁ ଚାହିଁଛନ୍ତି ସଞ୍ଜୟ । 

କେବଳ ସେତିକି ନୁହେଁ, ଶିବସେନା ପାଖରେ ଏବେ ୧୭୦ ବିଧାୟକଙ୍କ ସମର୍ଥନ ଥିବା ସେ କହିଛନ୍ତି । ସ୍ୱାଧୀନ ବିଧାୟକକଙ୍କ ସମର୍ଥନ ପରେ ଏହି ସଂଖ୍ୟା ୧୭୫ ହୋଇପାରେ । ଏନସିପି ଏବଂ କଂଗ୍ରେସର ତାଙ୍କ ଦଳ ପ୍ରତି ସମର୍ଥନ ଥିବା ନେଇ ବାହାସ୍ଫୋଟ ମାରିଛନ୍ତି ସଞ୍ଜୟ ରାଉତ । ଆଉ ସଞ୍ଜୟଙ୍କ ଏହି ବୟାନ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେପି ବ୍ୟତତ ବିକଳ୍ପ ସରକାର ହୋଇପାରେ, ଏମିତି ଏକ ସମ୍ଭାବନା ସୃଷ୍ଟି ହୋଇଛି । 

ଯଦିଓ ପୂର୍ବରୁ ବିରୋଧୀ ଦଳ ଭୂମିକା ତୁଲାଇବେ ବୋଲି ଏନସିପି ମୁଖ୍ୟ ଶରତ ପାୱାର ସ୍ପଷ୍ଟ କରିସାରିଛନ୍ତି, ତଥାପି ମଧ୍ୟ ରାଜନୀତିରେ କିଛି ବି ହୋଇପାରେ । ଏନସିପି ମଧ୍ୟ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିପାରେ । ଦଳର ମୁଖପାତ୍ର ନୱାବ ମଲିକଙ୍କ ଏକ ଟ୍ୱିଟ ଏପରି କିଛି କହୁଛି ।  ଯଦି ଶିବସେନା ବିଜେପିକୁ ଛାଡି ଲୋକଙ୍କ ସରକାର ଗଠନ କରିବାକୁ ଚାହେଁ, ତେବେ ଏନସିପି ଏନେଇ ଚିନ୍ତା କରିପାରେ ବୋଲି କହିଛନ୍ତି ନୱାବ ମଲିକ । 

ସେପଟେ ବିଜେପିକୁ ମାତ ଦେବା ପାଇଁ ଶିବସେନାକୁ ସମର୍ଥନ କରିବାର ରଣନୀତି କଂଗ୍ରେସ ଆପଣେଇପାରେ । ସେପଟେ ଆସନ୍ତାକାଲି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବେ ଏନସିପି ମୁଖ୍ୟ ଶରତ ପାୱାର । ଏହାପରେ ଏକ ସ୍ପଷ୍ଟ ଚିତ୍ର ଆସିବ ବୋଲି ଅନୁମାନ କରାଯାଉଛି ।