ପୁଣି ବିବାଦରେ ଶିବସେନା !, କାହିଁକି ପଢନ୍ତୁ
Advertisement
Article Detail0/zeeodisha/odisha669573

ପୁଣି ବିବାଦରେ ଶିବସେନା !, କାହିଁକି ପଢନ୍ତୁ

ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ଅଭିନେତା ଏଜାଜ ଖାନଙ୍କୁ ଗିରଫ କରିଛି ପୋଲିସ। ବିଭିନ୍ନ ଭଡକାଉ ଭାଷଣ ଦେଇଥାନ୍ତି ଏଜାଜ। ସୋସିଆଲ ମିଡ଼ିଆରେ ଏଜାଜ ବିଭିନ୍ନ ସାମ୍ପ୍ରଦାୟିକ ଭାଷଣ ଦେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ବିରୋଧରେ ମହାରାଷ୍ଟ୍ରର ବିଭିନ୍ନ ଥାନାରେ ମାମଲା ମଧ୍ୟ ରହିଛି। ସେପଟେ ମହାରାଷ୍ଟ୍ରର ଗାଦି ସମ୍ଭାଳିବା ପରଠାରୁ ହିଁ ଚର୍ଚ୍ଚା

ପୁଣି ବିବାଦରେ ଶିବସେନା !, କାହିଁକି ପଢନ୍ତୁ

ମୁମ୍ବାଇ: ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ଅଭିନେତା ଏଜାଜ ଖାନଙ୍କୁ ଗିରଫ କରିଛି ପୋଲିସ। ବିଭିନ୍ନ ଭଡକାଉ ଭାଷଣ ଦେଇଥାନ୍ତି ଏଜାଜ। ସୋସିଆଲ ମିଡ଼ିଆରେ ଏଜାଜ ବିଭିନ୍ନ ସାମ୍ପ୍ରଦାୟିକ ଭାଷଣ ଦେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ବିରୋଧରେ ମହାରାଷ୍ଟ୍ରର ବିଭିନ୍ନ ଥାନାରେ ମାମଲା ମଧ୍ୟ ରହିଛି। ସେପଟେ ମହାରାଷ୍ଟ୍ରର ଗାଦି ସମ୍ଭାଳିବା ପରଠାରୁ ହିଁ ଚର୍ଚ୍ଚାରେ ରହି ଆସିଛି ଶିବସେନା। ଏଜାଜଙ୍କୁ ସମର୍ଥନ କରି ଶିବସେନା ପୁଣି ଥରେ ବିବାଦ ଘେରକୁ ଚାଲିଆସିଛି। 

ସେପଟେ ଏଜାଜଙ୍କ ଏହି ଭାଷଣ ପାଇଁ ତାଙ୍କୁ ଆତଙ୍କବାଦୀ ସହିତ ତୁଳନା ଲୋକମାନେ କରୁଛନ୍ତି। ତେବେ ସେ ଯାହାବି ହେଉ, ଶିବସେନାର ଶାଖା ଦଳ ଯୁବ ସେନାର କୋର କମିଟି ସଦସ୍ୟ ରାହୁଲ କନାଲ ଏଜାଜଙ୍କୁ ସମର୍ଥନ ଜଣାଇ ଏକ ଟ୍ୱିଟ କରିଥିଲେ। କୁନାଲ ବର୍ତ୍ତମାନ ବ୍ରିହାନ ମୁମ୍ବାଇ କର୍ପୋରେସନର ଏଜୁକେସନ କମିଟିର ସଦସ୍ୟ ରହିଛନ୍ତି। ରାହୁଲ ଟ୍ୱିଟରରେ ଏଜାଜ ଖାନଙ୍କୁ ନିଜ ଭାଇ ବୋଲି ସମ୍ବୋଧନ କରିଛନ୍ତି । ସେ ଲେଖିଛନ୍ତି କି, ଆପଣଙ୍କୁ ଆହୁରି ମଧ୍ୟ ଶକ୍ତି ମିଳେ। ସତ୍ୟ ସହିତ ରହୁଥିବା ଲୋକମାନଙ୍କର କିଛି ହୋଇ ନଥାଏ। ସେ ଆହୁରି ମଧ୍ୟ କହିଛନ୍ତି କି, ଏମିତି ତୁମେ ସବୁବେଳେ ଚମକୁଥାଅ। ଜୟ ହିନ୍ଦ। ଏଜାଜଙ୍କ ସମ୍ପର୍କରେ ଖବର ପ୍ରକାଶ କରୁଥିବା ଗଣମାଧ୍ୟମ ସଂସ୍ଥାକୁ ରାହୁଲ ଭକ୍ତ ମିଡ଼ିଆ ବୋଲି କହିଛନ୍ତି। 

 

ଏଠାରେ ଆମେ କହି ରଖୁ ଶିବସେନା ଏଜାଜଙ୍କର ଏକ ବଡ଼ ବିରୋଧି ଭାବେ ମଧ୍ୟ ଗଣାଯାଇଥାଏ। ଏଜାଜ ଶିବସେନାର ପ୍ରତ୍ୟେକ ସଦସ୍ୟଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥାଏ। ଶିବସେନାର ମୁଖପାତ୍ର ସଞ୍ଜୟ ରାଉତଙ୍କୁ କୁକୁର ବୋଲି ସମ୍ବୋଧନ କରିଥିଲେ। ଏ ସବୁକୁ ଏଜାଜ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଭିଡ଼ିଓ କରି ପୋଷ୍ଟ ମଧ୍ୟ କରିଥିଲେ। ଏହି ଭିଡ଼ିଓରେ ଏଜାଜ କହିଥିଲେ କି, ଯେଉଁ ଲୋକମାନେ ତବଲିଗି ଜମାତକୁ ନିନ୍ଦା କରୁଛ, ତାଙ୍କୁ କୋରୋନା ହେଇ ଯାଉ। ସେ ଆହୁରି ମଧ୍ୟ କହିଥିଲେ କି, ଗୋଟିଏ ଚଢେଇ ଯଦି ମରିଯାଉଛି, ତାହା ହେଲେ ମଧ୍ୟ ମୁସଲମାନଙ୍କୁ ଦାୟୀ କରାଯାଉଛି। ସେ ଆହୁରି ମଧ୍ୟ କହିଥିଲେ କି, ଯଦି ଭୁମିକମ୍ପ ଆସିବ ତାହା ହେଲେ ମଧ୍ୟ ମୁସଲମାନଙ୍କୁ ଦାୟୀ କରାଯିବ। 

ମୁଖ୍ୟତଃ ଟ୍ୱିଟରରେ ଆରେଷ୍ଟ ଏଜାଜ ଖାନ ଟାଇଟଲ ଟ୍ରେଣ୍ଡ କରୁଥିଲା। ଏଜାଜ ଅଭିଯୋଗ କରିଥିଲେ କୋରୋନା ଉପରୁ ଧ୍ୟାନ ଉଠାଇବା ପାଇଁ ଏଭଳି ମାମଲା କରାଯାଉଛି। ଏହା ପୂର୍ବରୁ ମଧ୍ୟ ନିଜର ବ୍ୟବହାର ପାଇଁ ମଧ୍ୟ ଜେଲ ଯାଇସାରିଛନ୍ତି ଏଜାଜ। ତେବେ ନିକଟରେ ଭାଇରାଲ ହୋଇଥିବା ଏକ ଭିଡ଼ିଓରେ ସେ କହିଥିଲେ କି, ମୁସଲିମମାନଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ କୋରୋନା ହେଇ ଯାଉ। କେବଳ ଏତିକି ନୁହେଁ ବରିଷ୍ଠ ସାମ୍ବାଦିକମାନଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ। ସେ କହିଥିଲେ ରଜତ ଶର୍ମା, ସୁଧୀର ଚୌଧୂରୀ, ଅର୍ଣ୍ଣବ ଗୋସ୍ୱାମୀ ପ୍ରମୁଖ ସାମ୍ବାଦିକମାନଙ୍କୁ ମଧ୍ୟ କୋରୋନା ହେଇ ଯାଉ। ତାଙ୍କ ପରିବାରକୁ ମଧ୍ୟ କୋରୋନା ହେଇଯାଉ ବୋଲି ସେ କହିଥିଲେ। 

;