close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଉ କଥାବାର୍ତ୍ତାରେ କାମ ନାହିଁ, କାଗଜ କଲମରେ: ଶିବସେନା

ନାଟକୀୟ ମୋଡ ନେଉଛି ମହାରାଷ୍ଟ୍ର ରାଜନୀତି । ବିଜେପି-ଶିବସେନା ସରକାର କରିବେ ନା ଭାଙ୍ଗିଯିବ ମେଣ୍ଟ ? ଶିବସେନାର ୫୦/୫୦ ଫର୍ମୁଲାକୁ ଗ୍ରହଣ କରିବ କି ବିଜେପି ? ନା ନିଜ ସର୍ତ୍ତରୁ ଓହରିବେ ଉଦ୍ଧବ ? ଏ ତମାମ ସସପେନ୍ସ ଭିତରେ ଆଜି ବଡ ଏବଂ ସ୍ପଷ୍ଟ ବୟାନ ରଖିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । 

ଆଉ କଥାବାର୍ତ୍ତାରେ କାମ ନାହିଁ, କାଗଜ କଲମରେ: ଶିବସେନା
ଫାଇଲ ଫଟୋ

ନୂଆଦିଲ୍ଲୀ: ନାଟକୀୟ ମୋଡ ନେଉଛି ମହାରାଷ୍ଟ୍ର ରାଜନୀତି । ବିଜେପି-ଶିବସେନା ସରକାର କରିବେ ନା ଭାଙ୍ଗିଯିବ ମେଣ୍ଟ ? ଶିବସେନାର ୫୦/୫୦ ଫର୍ମୁଲାକୁ ଗ୍ରହଣ କରିବ କି ବିଜେପି ? ନା ନିଜ ସର୍ତ୍ତରୁ ଓହରିବେ ଉଦ୍ଧବ ? ଏ ତମାମ ସସପେନ୍ସ ଭିତରେ ଆଜି ବଡ ଏବଂ ସ୍ପଷ୍ଟ ବୟାନ ରଖିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । 

ବିଜେପି ସହ ଆଉ କଥାବାର୍ତ୍ତା ନୁହେଁ, ଏବେ କେବଳ ଲିଖିତ ପ୍ରତିଶ୍ରୁତି ଦରକାର ବୋଲି କହିଛନ୍ତି ସଞ୍ଜୟ । ବିଜେପି କଥାରେ ଆଉ ବିଶ୍ୱାସ କରିହେବନି । ୫୦/୫୦ ଫର୍ମୁଲା ଉପରେ ଆମକୁ ଲିଖିତ ପ୍ରତିଶ୍ରୁତି ଦରକାର କହିଛନ୍ତି ଶିବସେନା ନେତା  । ଅନ୍ୟପଟେ ଆଜି ପୃଥକ ପୃଥକ ଭାବରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଶିବସେନା ନେତା ଦିବାକର ରାଓତେ । ଯଦିଓ ଦୀପାବଳି ଅବସରରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ରାଜଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି, ତଥାପି ଏହା ଭିତରେ କେଉଁଠି ନା କେଉଁଠି ଭିନ୍ନ ଏକ ଦିଗ ନଜରକୁ ଆସୁଛି । ମହାରାଷ୍ଟ୍ରରେ ସରକାର ଗଠନ  ପାଇଁ ବିଜେପି-ଶିବସେନା ମଧ୍ୟରେ ଲାଗିରହିଥିବା ଶୀତଳ ଯୁଦ୍ଧ ନେଇ ଭଡନାଭିସ ରାଜ୍ୟପାଳଙ୍କୁ ଅବଗତ କରିଥିବା କୁହାଯାଉଛି । 

ଏବେ ଶିବସେନାକୁ ମନାଇବା ଦଳ ପାଇଁ କାଠିକର ପାଠ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଯେଉଁ ୫୦/୫୦ ଫର୍ମୁଲା କଥା ଉଠାଇଛନ୍ତି, ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ଖୋଦ ନିଜ ପୁଅ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ଉଦ୍ଧବ । ଖାଲି ଶିବସେନା ମୁଖ୍ୟ କାହିଁକି, ବହୁ ଶିବ ସୈନିକ ମଧ୍ୟ ଏହି ଦାବି ଉଠାଇଛନ୍ତି । ହେଲେ ମନ୍ତ୍ରୀ ପଦରେ ୫୦/୫୦ ଫର୍ମୁଲା ହୁଏତ ବିଜେପି ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ୨.୫ ବର୍ଷ ଶିବସେନାକୁ ଦେବା ବିଜେପି ପାଇଁ ସହଜ ହେଉନାହିଁ । ଏପଟେ ଏନେଇ ଲିଖିତ ପ୍ରତିଶ୍ରୁତି ମାଗିଛନ୍ତି ଉଦ୍ଧବ । 

କିନ୍ତୁ ବର୍ତ୍ତମାନ ବିଜେପି ପାଇଁ ଅନ୍ୟ ବାଟ ବି ନାହିଁ । ଯଦି ଉଦ୍ଧବ ଠାକରେ ନିଜ ଜିଦରେ ଅଡି ବସନ୍ତି, ତେବେ ବିଜେପି ମୁଖ୍ୟମନ୍ତ୍ରୀ ପଦ ବି ଛାଡିବାକୁ ବାଧ୍ୟ ବୋଲି କୁହାଯାଉଛି । ହେଲେ ଏହାସହ ଅନ୍ୟ ଏକ ପ୍ରଶ୍ନ ବି ମୁଣ୍ଡ ଟେକୁଛି । ପ୍ରଥମ ଅଢେଇ ବର୍ଷ ନା ଶେଷ ଅଡେଇ ବର୍ଷ, କେଉଁ ସମୟ ଶିବସେନାକୁ ଦେବ ବିଜେପି ? ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ନିଶ୍ଚୟ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ଚାହିଁବ । ହୁଏତ ଆଉ କିଛି ଦିନ ଭିତରେ ପୁରା ରାଜ୍ୟର ରାଜନୈତିକ ଚିତ୍ର ସ୍ପଷ୍ଟ ହେବ । 

ମହାରାଷ୍ଟ୍ର ବିଧାନସଭାରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ । କିନ୍ତୁ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଦୁଇ ଦଳ ମଧ୍ୟରେ ଜାରି ରହିଛି କୁସ୍ତି । ସରକାର ଗଢିବାକୁ ନେଇ ୫୦-୫୦ ଫର୍ମୁଲାରେ ଅଡ଼ି ବସିଛି ଶିବସେନା । ବିଜେପି ଠାରୁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଲିଖିତ ଆଶ୍ୱାସନା ମାଗିଛି । ସେପଟେ ବିଜେପି ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । ଆଉ ଏହାରି ଭିତରେ ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ଏକ ଭିନ୍ନଦିଗକୁ ମୁହାଁଉଥିବା କୁହାଯାଉଛି ।