• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ସାମ୍ୱାଦିକ ସମ୍ମିଳନୀରେ କଣ କହିଲେ ଏନସିପି ମୁଖ୍ୟ ?

ଏନସିପି ନେତା ଅଜିତ ପାୱାରଙ୍କୁ ହାତେଇ ମହାରାଷ୍ଟ୍ରରେ ସରକାର ଗଢିନେଇଛି ବିଜେପି । ଏବେ ଅସଲ ପରୀକ୍ଷା ଫ୍ଲୋର ଟେଷ୍ଟ ବାକି ଅଛି । ତେବେ ଏହି ନିଷ୍ପତ୍ତି ଅଜିତଙ୍କ ବ୍ୟକ୍ତିଗତ ଏବଂ ଏଥିରେ ଏନସିପିର କୌଣସି ହାତ ନଥିବା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଦଳର ମୁଖ୍ୟ ଶରଦ ପାୱାର । ଏପରିକି ଅଜିତଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚାଇ ଦେଇଛନ୍ତି । 

ସାମ୍ୱାଦିକ ସମ୍ମିଳନୀରେ କଣ କହିଲେ ଏନସିପି ମୁଖ୍ୟ ?
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଏନସିପି ନେତା ଅଜିତ ପାୱାରଙ୍କୁ ହାତେଇ ମହାରାଷ୍ଟ୍ରରେ ସରକାର ଗଢିନେଇଛି ବିଜେପି । ଏବେ ଅସଲ ପରୀକ୍ଷା ଫ୍ଲୋର ଟେଷ୍ଟ ବାକି ଅଛି । ତେବେ ଏହି ନିଷ୍ପତ୍ତି ଅଜିତଙ୍କ ବ୍ୟକ୍ତିଗତ ଏବଂ ଏଥିରେ ଏନସିପିର କୌଣସି ହାତ ନଥିବା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଦଳର ମୁଖ୍ୟ ଶରଦ ପାୱାର । ଏପରିକି ଅଜିତଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚାଇ ଦେଇଛନ୍ତି । 

ଆଜି ଉଭୟ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମିଳିତ ଭାବରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଅଜିତଙ୍କ ପାଖରେ ୨୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାକୁ ଖଣ୍ଡନ କରିଥିଲେ ଶରଦ ପାୱାର । ସେ କହିଥିଲେ, ଶପଥ ଗ୍ରହଣ ବେଳେ ଅଜିତଙ୍କ ସହ ମାତ୍ର ୧୦ରୁ ୧୨ ବିଧାୟକ ସାମିଲ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୩ ଜଣ ଏବେ ଫେରିଆସିଛନ୍ତି । ଏହି ବିଧାୟକମାନଙ୍କୁ କିଛି ନଜଣାଇ ରାଜଭବନ ନିଆଯାଇଥିବା ଶରଦ କହିଛନ୍ତି । ତେବେ ଫ୍ଲୋର ଟେଷ୍ଟରେ ବିଜେପି ହାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।