୧୬୨ ବିଧାୟକଙ୍କ ସହ ବିରୋଧୀ ବସାଇ ଦେଲେ ହୟାତ ହୋଟେଲରେ ମିନି ବିଧାନସଭା
୧୬୨ ବିଧାୟକ ସହ ବିରୋଧୀ କଂଗ୍ରେସ, ଏନସିପି ଓ ଶିବସେନା ଏକ ମିନି ବିଧାନସଭା ବସାଇଛନ୍ତି । ଏହି ବିଧାୟକମାନେ ବିଜେପି ବିରୋଧରେ ଶପଥ ନେଇଛନ୍ତି । ଏହି ବିଧାୟକମାନେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନସିପି ପ୍ରମୁଖ ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ସ୍ୱର୍ଗତ ବାଲା ସାହେବ ଠାକରେ, ଶିବସେନା ବିଧାୟକ ଆଦିତ୍ୟ ଠାକରେ, ଶିବାଜୀ ଓ ଆମ୍ୱେଦକରଙ୍କ ନାଁରେ ଶପଥ ଏକଜୁଟ ରହିବେ ବୋଲି କହିଛନ୍ତି ଏହି ୧୬୨ ବିଧାୟକ ।
Trending Photos

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୂର୍ତ୍ତରେ ବଳଦି ଚାଲିଛି ଘଟଣାକ୍ରମ । ସୋମବାର ହୟାତ ହୋଟଲେରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି । ୧୬୨ ବିଧାୟକ ସହ ବିରୋଧୀ କଂଗ୍ରେସ, ଏନସିପି ଓ ଶିବସେନା ଏକ ମିନି ବିଧାନସଭା ବସାଇଛନ୍ତି । ଏହି ବିଧାୟକମାନେ ବିଜେପି ବିରୋଧରେ ଶପଥ ନେଇଛନ୍ତି । ଏହି ବିଧାୟକମାନେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନସିପି ପ୍ରମୁଖ ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ସ୍ୱର୍ଗତ ବାଲା ସାହେବ ଠାକରେ, ଶିବସେନା ବିଧାୟକ ଆଦିତ୍ୟ ଠାକରେ, ଶିବାଜୀ ଓ ଆମ୍ୱେଦକରଙ୍କ ନାଁରେ ଶପଥ ଏକଜୁଟ ରହିବେ ବୋଲି କହିଛନ୍ତି ଏହି ୧୬୨ ବିଧାୟକ ।
ଏହାପୂର୍ବରୁ ଏହି ବୈଠକରେ କଂଗ୍ରେସ, ଏନସିପି ଓ ଶିବସେନାର ସମସ୍ତ ବରିଷ୍ଠ ନେତା ମୁମ୍ୱାଇର ହୋଟେଲ ହୟାତରେ ଏକାଠି ହୋଇଥିଲେ । ଏହି ସମୟରେ ସମସ୍ତ ଏକତା ଦେଖାଇବାକୁ ପ୍ରୟାସ କରିଛନ୍ତି । ଏହି ଅବସରରେ ଶରଦ ପାୱାର ବିଧାୟକଙ୍କୁ ସମ୍ୱୋଧନ କରି କହିଛନ୍ତି ଯେ ଅଜିତ ପାୱାର ମିଛ କହୁଛନ୍ତି । ଅଜିତଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବେ ସେ ଆଉ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ । ତାଙ୍କ ହ୍ୱିପକୁ ମାନିବାର ଆବଶ୍ୟକତା ନାହିଁ ବୋଲି ପାୱାର ବିଧାୟକଙ୍କୁ କହିଛନ୍ତି । ଆମ ପାଖରେ ସଂଖ୍ୟା ଗରିଷ୍ଠତା ଠାରୁ ଅଧିକ ସଂଖ୍ୟାବଳ ରହିଛି ।
#WATCH Mumbai: Shiv Sena-NCP-Congress MLAs assembled at Hotel Hyatt take a pledge, "I swear that under the leadership of Sharad Pawar, Uddhav Thackeray & Sonia Gandhi, I will be honest to my party. I won't get lured by anything. I will not do anything which will benefit BJP". pic.twitter.com/CV8VhOmKl1
— ANI (@ANI) November 25, 2019
ବିଜେପିକୁ ଟାର୍ଗେଟ କରି ପାୱାର କହିଛନ୍ତି ଯେ ଏହି ମେଣ୍ଟ କେବଳ ୫ ବର୍ଷ ପାଇଁ ନୁହଁ ଏହା ୫୦ ବର୍ଷ ପାଇଁ ହୋଇଛି । ଏହା ଗୋଆ, ମଣିପୁର ପରି ରାଜ୍ୟ ନୁହଁ ବୋଲି ସେ କହିଛନ୍ତି । ଏବେ ୩ ଦଳ ମିଶି ନିଷ୍ପତ୍ତି ନେବୁ । ମହାରାଷ୍ଟ୍ରରେ ସବୁକିଛି ପରିବର୍ତ୍ତନ ହେବାର ଅଛି ବୋଲି ପାୱାର ଦୃଢକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ଉଦ୍ଧବ ଠାକରେ କହିଛନ୍ତି ଯେ ଏହି ମେଣ୍ଟ କେବଳ ୫ ବର୍ଷ ନୁହଁ, ବହୁତ ଲମ୍ୱା ସମୟ ଯାଏ ଏହି ମେଣ୍ଟ ରହିବ । ଶିବସେନା କଣ ତାହା ଆମେ ସେମାନଙ୍କୁ କହିବୁ ।
More Stories