ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ମାମଲା, ଶିବସେନା ଦାଖଲ କଲା ଯାଚିକା

ମହାରାଷ୍ଟ୍ରରେ ପ୍ରତି ମୁହୂର୍ତ୍ତରେ ବଦଳୁଛି ଘଟଣା କ୍ରମ । ରାଜ୍ୟରେ ନୂଆ ସରକାର ଗଠନକୁ ନେଇ ମାମଲା ଏବେ ଦେଶର ସର୍ବୋଚ୍ଚ କୋର୍ଟରେ ଯାଇ ପହଞ୍ଚିଛି । ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଶିବସେନା, କଂଗ୍ରେସ ଓ ଏନସିପି ଯାଚିକା ଦାଖଲ କରିଛନ୍ତି । ଏହି ଯାଚିକାରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଆଦେଶକୁ ରଦ୍ଦ କରିବାକୁ ଦାବି କରାଯାଇଛି ।

ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ମାମଲା, ଶିବସେନା ଦାଖଲ କଲା ଯାଚିକା

ମୁମ୍ୱାଇ: ମହାରାଷ୍ଟ୍ରରେ ପ୍ରତି ମୁହୂର୍ତ୍ତରେ ବଦଳୁଛି ଘଟଣା କ୍ରମ । ରାଜ୍ୟରେ ନୂଆ ସରକାର ଗଠନକୁ ନେଇ ମାମଲା ଏବେ ଦେଶର ସର୍ବୋଚ୍ଚ କୋର୍ଟରେ ଯାଇ ପହଞ୍ଚିଛି । ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଶିବସେନା, କଂଗ୍ରେସ ଓ ଏନସିପି ଯାଚିକା ଦାଖଲ କରିଛନ୍ତି । ଏହି ଯାଚିକାରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଆଦେଶକୁ ରଦ୍ଦ କରିବାକୁ ଦାବି କରାଯାଇଛି ।

୩ ଦଳ ମିଶି ଦେବେନ୍ଦ୍ର ଫଡନାଭିସଙ୍କ ଶପଥ ଗ୍ରହଣ ବିରୋଧରେ ଏହି ଯାଚିକା ଦାଖଲ କରିଛନ୍ତି । ରାଜ୍ୟପାଳ ଫଡନାଭିସଙ୍କୁ ସରକାର ଗଢିବା ଆମନ୍ତ୍ରଣ ଦେଇଥିଲେ ବୋଲି କୁହାଯାଇଛି । ଏହାସହ ଏହି ଯାଚିକାରେ ଦାବି କରାଯାଇଛି ଯେ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଆଦେଶ ଦିଆଯାଉ ଯେ ସେ କଂଗ୍ରେସ, ଏନସିପି ଓ ଶିବସେନାକୁ ମେଣ୍ଟ ସରକାର ଗଠନ ପାଇଁ ଆମନ୍ତ୍ରିତ କରିବେ ।

ଅନ୍ୟପକ୍ଷେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବା ପରେ ମହାରାଷ୍ଟ୍ରର ରାଜ୍ୟପାଳ ଶନିବାର ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିଛନ୍ତି । ସେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଗଭର୍ଣ୍ଣର କନଫରେନ୍ସରେ ଅଂଶ ଗ୍ରହଣ କରିବେ । ସେ ସୋମବାର ହିଁ ଦିଲ୍ଲୀରୁ ମୁମ୍ୱାଇକୁ ଫେରିବେ ।