close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିଜେପିକୁ ଟାର୍ଗେଟ କଲା ପୁରୁଣା ବନ୍ଧୁ ଶିବସେନା

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସ୍ଥିତି ସ୍ପଷ୍ଟ ହୋଇ ପାରୁନାହିଁ । ରାଜନୈତିକ ଦଳଗୁଡିକ ସରକାର ଗଢିବା ପାଇଁ ରାଜ୍ୟପାଳଙ୍କ ଆଗରେ ଦାବି ଉପସ୍ଥାପନ କରିବ ନା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗିବ, ତାହା ଉପରେ ସଂଶୟ ଜାରି ରହିଛି । ଅନ୍ୟପଟେ ପ୍ରାୟ ଦିନ ସରକାର ଗଠନକୁ ନେଇ ବିଜେପି ଓ ଶିବସେନା ମୁହାଁମୁହିଁ  ହେଉଛି । ଶନିବାର ପୁଣିଥରେ ଶିବସେନା ବିଜେପିକୁ ଟାର୍ଗେଟ କରିଛି ।

ବିଜେପିକୁ ଟାର୍ଗେଟ କଲା ପୁରୁଣା ବନ୍ଧୁ ଶିବସେନା
ଫାଇଲ ଫଟୋ

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସ୍ଥିତି ସ୍ପଷ୍ଟ ହୋଇ ପାରୁନାହିଁ । ରାଜନୈତିକ ଦଳଗୁଡିକ ସରକାର ଗଢିବା ପାଇଁ ରାଜ୍ୟପାଳଙ୍କ ଆଗରେ ଦାବି ଉପସ୍ଥାପନ କରିବ ନା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗିବ, ତାହା ଉପରେ ସଂଶୟ ଜାରି ରହିଛି । ଅନ୍ୟପଟେ ପ୍ରାୟ ଦିନ ସରକାର ଗଠନକୁ ନେଇ ବିଜେପି ଓ ଶିବସେନା ମୁହାଁମୁହିଁ  ହେଉଛି । ଶନିବାର ପୁଣିଥରେ ଶିବସେନା ବିଜେପିକୁ ଟାର୍ଗେଟ କରିଛି ।

ଶିବସେନାର ମୁଖପତ୍ର ସାମନାରେ ବିଜେପିକୁ କଡା ସମାଲୋଚନା କରିଯାଇଛି । କଣ ପାଇଁ ବିଜେପି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରୁନାହିଁ ବୋଲି ସାମନାରେ ପ୍ରଶ୍ନ କରାଯାଇଛି । ରାଜ୍ୟର ବିଧାନସଭା ନିର୍ବାଚନର ପରିଣାମ ଅକ୍ଟୋବର ୨୪ରେ ଆସିଥିଲା । କିନ୍ତୁ ୧୩ ପରେ ମଧ୍ୟ ସରକାର ଗଠନ ହୋଇ ପାରିନାହିଁ । କାରଣ କୌଣସି ଦଳ ଆବଶ୍ୟକ ୧୪୫ଟି ଆସନ ଯୋଗାଡ଼ କରି ପାରି ନାହିଁ । 

ଚଳିତ ବିଧାନସଭା ନିର୍ବାଚନରେ ବିଜେପିକୁ ୧୦୫ ଓ ଶିବସେନାକୁ ୫୬ଟି ଆସନ ମିଳିଛି । ଦୁଇ ଦଳ ଏକାଠି ମିଶି ନିର୍ବାଚନ ଲଢିଥିଲା । କିନ୍ତୁ ଫଳାଫଳ ଆସିବା ପରେ ବିଜେପି ଓ ଶିବସେନା ମଧ୍ୟରେ ବିବାଦ ଲାଗି ରହିଛି । ଏହି ସମସ୍ତ ବିବାଦ ମଧ୍ୟରେ ଶୁକ୍ରବାର ଅର୍ଥାତ ନଭେମ୍ୱର ୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡନାବିସ ।

ଏହି ସମସ୍ତ ଘଟଣା ଚକ୍ରକୁ ଦେଖିଲେ, ବର୍ତ୍ତମାନ ଗୋଟିଏ ପ୍ରଶ୍ନ ଉଠୁଛି । ମହାରାଷ୍ଟ୍ରରେ ଶିବସେନା ଓ ବିଜେପି ମଧ୍ୟରେ ଥିବା ମେଣ୍ଟ ଭାଙ୍ଗିବ କି ? ଖବର ମିଳୁଛି ଶିବସେନା ମହାୟୁତିରୁ ଅଲଗା ହୋଇ ପାରନ୍ତି । ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ଶିବସେନାର ଏହା ବଡ଼ ପଦକ୍ଷେପ ହୋଇପାରେ । ଅନ୍ୟପକ୍ଷେ ଶିବସେନା ସ୍ପଷ୍ଟ କରିଛି ଯେ ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାହୁଛି । ଗୁରୁବାର ମଧ୍ୟ ରାତ୍ରିରେ ଆଦିତ୍ୟ ଠାକରେ ମୁମ୍ୱାଇର ରଙ୍ଗଶାରଦା ହୋଟେଲରେ ଯାଇ ଶିବସେନା ବିଧାୟକଙ୍କ ସହ ସାକ୍ଷାତ କରିଛନ୍ତି । ସେହିପରି ସରକାର ଗଢିବା ପାଇଁ ସଞ୍ଜୟ ରାଉତ ଶୁକ୍ରବାର ଏନସିପି ପ୍ରମୁଖ ଶରଦ ପାୱାରଙ୍କ ସହ ସାକ୍ଷାତ ମଧ୍ୟ କରିଛନ୍ତି ।