• ଟିକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଭିଡ଼ିଓ କନଫରେନସିଂ ଜରିଆରେ ଉଦଘାଟନ କଲେ ମୋଦି
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • ଆଜି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ।
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା
  • ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

'ସାମ୍ନା'ରେ ବି ରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କଲା ଶିବସେନା

ଆଜି 'ସାମ୍ନା'ରେ ରାଷ୍ଟ୍ରପତି ଶାସନ ନେଇ ବିଭିନ୍ନ ଦିଗ ଉପରେ ହୋଇଛି ଆଲୋକପାତ

'ସାମ୍ନା'ରେ ବି ରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କଲା ଶିବସେନା
ସୌଜନ୍ୟ: ସୋସିଆଲ ମିଡିଆ

ଅମିତ ମହାନ୍ତି, ଭୁବନେଶ୍ୱର: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଘଟଣାକୁ ସହଜରେ ହଜମ କରିପାରୁନି ଶିବସେନା । ସରକାର ଗଠନ ନେଇ ରାଜ୍ୟପାଳ ବିଜେପିକୁ ୪୮ ଘଣ୍ଟା ସମୟ ଦେଇଥିଲେ । ହେଲେ ଶିବସେନାକୁ ମାତ୍ର ୨୪ ଘଣ୍ଟା । ଏତେ କମ ସମୟ ମଧ୍ୟରେ ଏହା କେମିତି ସମ୍ଭବ ହେବ ବୋଲି ଦଳର ମୁଖପାତ୍ର 'ସାମ୍ନା'ରେ ପ୍ରଶ୍ନ କରିଛି ଶିବସେନା । ପୁରୁଣା ସହଯୋଗୀ ବିଜେପି ଉପରେ ମଧ୍ୟ ଜୋରଦାର ବର୍ଷିଛି ଦଳ।

ଆଜି 'ସାମ୍ନା'ରେ ରାଷ୍ଟ୍ରପତି ଶାସନ ନେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି । ଏପରି ସ୍ଥିତି ପାଇଁ ସିଧାସଳଖ ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ସମାଲୋଚନା କରିଛି ଏହି ଖବର କାଗଜ । ଏଥିରେ କୁହାଯାଇଛି, ସରକାର ଗଠନ ନେଇ ସ୍ଥିତି ସ୍ପଷ୍ଟ କରିବାକୁ ରାଜ୍ୟପାଳ ଶିବସେନାକୁ ମାତ୍ର ୨୪ ଘଣ୍ଟା ସମୟ ଦେଇଥିଲେ । ଏହି ସମୟରେ ନବ ନିର୍ବାଚିତ ବିଧାୟକମାନେ ଗୋଟିଏ ସ୍ଥାନରେ ନଥିଲେ । କିଏ ନିଜ ନିର୍ବାଚନମଣ୍ଡଳୀରେ ଥିଲେ ତ ଆଉ କେହି ରାଜ୍ୟ ବାହାରେ ବି ଥିଲେ । ମାତ୍ର ୨୪ ଘଣ୍ଟା ମଧ୍ୟରେ ସମସ୍ତ ବିଧାୟକଙ୍କ ପାଖରୁ ଦସ୍ତଖତ ଆଣିବା ସମ୍ଭବ ନଥିଲା । ହେଲେ ରାଜ୍ୟପାଳ ଅଧିକ ସମୟ ଦେବାକୁ ମନା କରିଦେଲେ । ଏହାକୁ ବ୍ୟବସ୍ଥାର ଅପବ୍ୟବହାର ବୋଲି ଅବିହିତ କରିଛି ସାମ୍ନା ।  

ସେପଟେ ପୁରୁଣା ସହଯୋଗୀ ଦଳ ବିଜେପିକୁ ମଧ୍ୟ ଏଥିରେ କଡା ଟାର୍ଗେଟ କରାଯାଇଛି । ମହାରାଷ୍ଟ୍ରରେ ଉପୁଜିଥିବା ଏହି ସ୍ଥିତି ପାଇଁ ବିଜେପି ହିଁ ଦାୟୀ ବୋଲି କହିଛି 'ସାମ୍ନା' । ଯଦି ଶିବସେନାର ୫୦/୫୦ ଫର୍ମୁଲାକୁ ବିଜେପି ଗ୍ରହଣ କରିଥାନ୍ତା, ତେବେ କେବେ ବି ଏଭଳି ସ୍ଥିତି ଉପୁଜିନଥାନ୍ତା । ବିଜେପି ନିଜ ପ୍ରତିଜ୍ଞା ରକ୍ଷା କଲା ନାହିଁ । ତେଣୁ ଶିବସେନା ବିକଳ୍ପ ଖୋଜିବାକୁ ବାଧ୍ୟ ହେଲା ବୋଲି ଦଳୀୟ ମୁଖପତ୍ରରେ କୁହାଯାଇଛି ।