ବିଗବସ୍-୧୩ର ବିଜେତା ହେଲେ ସିଦ୍ଧାର୍ଥ

ପ୍ରଥମ ରନର-ଅପ ହୋଇଛନ୍ତି ଅସୀମ ରିଆଜ ।

ବିଗବସ୍-୧୩ର ବିଜେତା ହେଲେ ସିଦ୍ଧାର୍ଥ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ସମସ୍ତ ପ୍ରତୀକ୍ଷାର ଅନ୍ତ । ବିଗବସ୍-୧୩ର ବିଜେତା ହେଲେ ସିଦ୍ଧାର୍ଥ । ଦୀର୍ଘ ୨୦ ସପ୍ତାହ ଧରି ଚାଲିଥିବା ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ମାତ୍ ଦେଇ ବିଜୟ ମୁକୁଟ ପିନ୍ଧିଛନ୍ତି ସିଦ୍ଧାର୍ଥ ସୁକ୍ଳା । ଶୋ'ର ହୋଷ୍ଟ ସୁପରଷ୍ଟାର ସଲମାନ ଖାନଙ୍କ ଠାରୁ ଟ୍ରଫି ଗ୍ରହଣ କରିଛନ୍ତି । ପୁରସ୍କାର ରାଶି ଭାବେ ୫୦ଲକ୍ଷ ଟଙ୍କାର ଚେକ୍ ମଧ୍ୟ ପାଇଛନ୍ତି ସିଦ୍ଧାର୍ଥ । ଅନ୍ୟପଟେ ବିଗବସ୍-୧୩ର ପ୍ରଥମ ରନର-ଅପ ହୋଇଛନ୍ତି ଅସୀମ ରିଆଜ । 

ଆହୁରି ପଢ଼ନ୍ତୁ; ନବାଗତଙ୍କୁ ନୋ ଏଣ୍ଟ୍ରି !