Advertisement
Article Detail0/zeeodisha/odisha662751
Zee OdishaOther Newsକୋରୋନା ମୁକାବିଲା: ବଡ଼ ପଦକ୍ଷେପ ନେଲା ସିଙ୍ଗାପୁର

କୋରୋନା ମୁକାବିଲା: ବଡ଼ ପଦକ୍ଷେପ ନେଲା ସିଙ୍ଗାପୁର

କୋରୋନା ମୁକାବିଲା ଏବେ ସମଗ୍ର ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଚ । ୨ଶହରୁ ଉର୍ଦ୍ଧ୍ୱ ଦେଶରେ କାୟାବିସ୍ତାର କରିସାରିଛି ଏହି ଭାଇରସ୍ । 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନା ମୁକାବିଲା ଏବେ ସମଗ୍ର ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଚ । ୨ଶହରୁ ଉର୍ଦ୍ଧ୍ୱ ଦେଶରେ କାୟାବିସ୍ତାର କରିସାରିଛି ଏହି ଭାଇରସ୍ । ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏସବୁ ଭିତରେ ସିଙ୍ଗାପୁର ସରକାର ମଧ୍ୟ କୋରୋନା ବଡ଼ ନିଷ୍ପତ୍ତି ନେଇଛନ୍ତି । ଏକମାସ ପର୍ଯ୍ୟନ୍ତ ସର୍ଟ ଡାଉନ୍ କରିବାକୁ ଘୋଷଣା କରିଛନ୍ତି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲୀ ହସିନ୍ ଲୁଙ୍ଗ । 

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ, ଆସନ୍ତା ୭ ତାରିଖରୁ ସମଗ୍ର ଦେଶ ସର୍ଟ ଡାଉନ୍ ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଏବଂ ପ୍ରମୁଖ ଅର୍ଥନୈତିକ କ୍ଷେତ୍ର ଚାଲୁ ରହିବ । ଅନ୍ୟସବୁ କାର୍ଯ୍ୟକ୍ଷେତ୍ର ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । 

ଏଠାରେ ଆପଣଙ୍କୁ କହିରଖୁଛୁ, ସିଙ୍ଗାପୁରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୯ ହେଲାଣି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୭୭୮ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।  

About the Author