ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଏସଆଇଟି ତଦନ୍ତ ଶେଷ । ତଦନ୍ତ ଶେଷ କରି ହାଇକୋର୍ଟରେ ଚୂଡାନ୍ତ ରିର୍ପୋଟ ଦାଖଲ କରିଲା ଏସଆଇଟି ।
Trending Photos
କଟକ: ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଏସଆଇଟି ତଦନ୍ତ ଶେଷ । ତଦନ୍ତ ଶେଷ କରି ହାଇକୋର୍ଟରେ ଚୂଡାନ୍ତ ରିର୍ପୋଟ ଦାଖଲ କରିଲା ଏସଆଇଟି । ଏକ ଜଉମୁଦ ଲଫାଫାରେ ଏସ୍ଆଇଟି ଏହି ରିର୍ପୋଟ ଦାଖଲ କରିଛି । ତେବେ ଏହି ରିର୍ପୋଟକୁ ଟ୍ରାଏଲ କୋର୍ଟରେ ଦାଖଲ କରିବାକୁ ଏସଆଇଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ଆବେଦନକାରୀଙ୍କ କୌଣସି ଅଭିଯୋଗ ଥିଲେ ସେ ଟ୍ରାଏଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି କୋର୍ଟ କହିଛନ୍ତି । ଏହାସହ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଅଭିଯୋଗ ମାମଲାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲା ଶେଷ ହୋଇଛି । କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ରାଜ୍ୟରେ ହାଇଚଇ ସୃଷ୍ଟି ହେବା ପରେ କ୍ରାଇମବ୍ରାଞ୍ଚର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚର ତଦନ୍ତରେ କୌଣସି ଅଗ୍ରଗତି ହୋଇ ନ ଥିବା ବେଳେ ସମାଜିକ ଚାପର ବସବର୍ତ୍ତି ହୋଇ ଶେଷରେ ସମ୍ପୃକ୍ତ ପୀଡିତା ଆତ୍ମହତ୍ୟା କରିଥିଲେ ।
ଗଣଦୁଷ୍କର୍ମ ପରବର୍ତ୍ତୀ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ପୀଡିତାଙ୍କ ମା, ଭାଇ ଏବଂ ପୂର୍ବତନ ସଂସାଦ ଐରଖାରବେଳ ସ୍ୱାଇଁଙ୍କ ସମେତ କେତେକ ସଙ୍ଗଠନ ପକ୍ଷରୁ ଏକାଧିକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ସିବିଆଇ ତଦନ୍ତ ଦାବିକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ସହ ୩ ଜଣିଆ ଏସଆଇଟି ଦ୍ୱାରା ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୩ ଜଣ ଡିଆଇଜି ପାହ୍ୟା ଅଧିକାରୀଙ୍କୁ ନେଇ ଏସଆଇଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ । ଏ ଅନୁଯାୟୀ ଏସଆଇଟି ଆଜି ତଦନ୍ତ ଶେଷ କରି ପୁର୍ଣ୍ଣାଙ୍ଗ ରିର୍ପୋଟ ହାଇକୋର୍ଟରେ ଦାଖଲ କରିଥିବା କହିଛନ୍ତି ଆବେଦନକାରୀଙ୍କ ଓକିଲ ଶ୍ରୀଜ ଭଉସାର୍ ।
ଆହୁରି ପଢନ୍ତୁ; କଂଗ୍ରେସ ମୁକ୍ତ ଭାରତ; ଆକାଶ କଇଁଆ ଚିଲିକା ମାଛ !