ଦୁଇ କାର ମୁହାଁମୁହିଁ, ୬ ମୃତ
Advertisement
Article Detail0/zeeodisha/odisha590501

ଦୁଇ କାର ମୁହାଁମୁହିଁ, ୬ ମୃତ

ମଧ୍ୟପ୍ରଦେଶ ଇନ୍ଦୋର ତେଜାଜୀ ନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ କାର ସାମ୍ନା ସାମ୍ନି ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି । 

ଦୁର୍ଘଟଣା ପରର ଚିତ୍ର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଇନ୍ଦୋର ତେଜାଜୀ ନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ କାର ସାମ୍ନା ସାମ୍ନି ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୫ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ, ଆଜି ଭୋର ସକାଳୁ ଦ୍ରୁତ ଗତିରେ ଯାଉଥିବା ୨ କାର ମୁହାଁମୁହିଁ ହୋଇଥିଲା । କାର ଦୁଇଟିର ଗତି ଏତେ କ୍ଷୀପ୍ର ଥିଲା ଯେ ଦୁର୍ଘଟଣା ପରେ ଛିଟିକି ପଡିଥିଲା । ଘଟଣା ସ୍ଥଳରେ ହିଁ ୬ ଜଣ ଆଖି ବୁଜିଥିଲେ । ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯ଼ାଇଛି । 

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ସ୍ଥାନୀୟ ପୋଲିସ । କାର ଭିତରୁ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । କେଉଁ କାରଣରୁ ଏତେବଡ ଦୁର୍ଘଟଣା ହେଲା, ତାର ତଦନ୍ତ ଚାଲିଛି ।