ଭାରତରେ ଅଛି ଏହି ୬ଟି ସ୍ଥାନ, ଯେଉଁଠାରେ ବୁଲିବାକୁ ଭିସା ଆବଶ୍ୟକ

ଧରାପୃଷ୍ଠରେ ଆସି ପହଞ୍ଚିଛି ଶୀତ ଋତୁ । ଶୀତଋତୁରେ ପର୍ଯ୍ୟଟନସ୍ଥଳି ବୁଲିବାକୁ ସମସ୍ତେ ପସନ୍ଦ କରନ୍ତି । ଶୀତ ଋତୁରେ ଘାଟିର ସୌନ୍ଦର୍ଯ୍ୟ ଅନେକ ଗୁଣରେ ବଢ଼ିଯାଇଥାଏ ।   ଶୀତର ଆଗମନ ସହ ପର୍ଯ୍ୟଟନ ଋତୁ ଆରମ୍ଭ  ହୋଇଯାଇଛି ।  ୩୭୦ ହଟିବା ପରେ କାଶ୍ମୀରରେ ଏଥର  ନିର୍ଭୟରେ ବୁଲିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁ ବ୍ୟବସ୍ଥା ଆରମ୍ଭ ହୋଇଛି । ଆପଣ ଯଦି ପର୍ଯ୍ୟଟନ ସ୍ଥଳି ବୁଲିବାକୁ ଯାଆନ୍ତି ହେଲେ ମନେରଖନ୍ତୁ  ଭାରତରେ ୬ଟି ପର୍ଯ୍ୟଟନସ୍ଥଳି ଏମିତି ରହିଛି ଯେଉଁଠାରେ  ଭିସା ଆବଶ୍ୟକ ହୋଇଥାଏ । ନିଜ ଦେଶରେ ଆପଣ କିଛି ସ୍ଥାନରେ  ଅନ୍ତରାଜ୍ୟ ସୀମା ପରମିଟ୍  ବିନା ଆପଣ ପ୍ରବେଶ କରିପାରିବେନାହିଁ । ଆସନ୍ତୁ ଜାଣିବା ସେହି  ସ୍ଥାନ ଗୁଡ଼ିକ ବିଶୟରେ ।

ଭାରତରେ ଅଛି ଏହି ୬ଟି ସ୍ଥାନ, ଯେଉଁଠାରେ ବୁଲିବାକୁ ଭିସା ଆବଶ୍ୟକ

ପ୍ରଦ୍ୟୁମ୍ନ ମାଝୀ, ନୂଆଦିଲ୍ଲୀ: ଧରାପୃଷ୍ଠରେ ଆସି ପହଞ୍ଚିଛି ଶୀତ ଋତୁ । ଶୀତଋତୁରେ ପର୍ଯ୍ୟଟନସ୍ଥଳି ବୁଲିବାକୁ ସମସ୍ତେ ପସନ୍ଦ କରନ୍ତି । ଶୀତ ଋତୁରେ ଘାଟିର ସୌନ୍ଦର୍ଯ୍ୟ ଅନେକ ଗୁଣରେ ବଢ଼ିଯାଇଥାଏ ।   ଶୀତର ଆଗମନ ସହ ପର୍ଯ୍ୟଟନ ଋତୁ ଆରମ୍ଭ  ହୋଇଯାଇଛି ।  ୩୭୦ ହଟିବା ପରେ କାଶ୍ମୀରରେ ଏଥର  ନିର୍ଭୟରେ ବୁଲିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁ ବ୍ୟବସ୍ଥା ଆରମ୍ଭ ହୋଇଛି । ଆପଣ ଯଦି ପର୍ଯ୍ୟଟନ ସ୍ଥଳି ବୁଲିବାକୁ ଯାଆନ୍ତି ହେଲେ ମନେରଖନ୍ତୁ  ଭାରତରେ ୬ଟି ପର୍ଯ୍ୟଟନସ୍ଥଳି ଏମିତି ରହିଛି ଯେଉଁଠାରେ  ଭିସା ଆବଶ୍ୟକ ହୋଇଥାଏ । ନିଜ ଦେଶରେ ଆପଣ କିଛି ସ୍ଥାନରେ  ଅନ୍ତରାଜ୍ୟ ସୀମା ପରମିଟ୍  ବିନା ଆପଣ ପ୍ରବେଶ କରିପାରିବେନାହିଁ । ଆସନ୍ତୁ ଜାଣିବା ସେହି  ସ୍ଥାନ ଗୁଡ଼ିକ ବିଶୟରେ ।

ଅରୁଣାଚଳ ପ୍ରଦେଶ: ପାହାଡ଼ର ଭୂମୀ ଅରୁଣାଚଳ  ପ୍ରଦେଶ  ଭରତର ଉତ୍ତର-ପୂର୍ବ ରାଜ୍ୟରେ ରହିଛି ଭୁଟାନ, ପୂର୍ବରେ ମିଆଁମାର ଏବଂ ଉତ୍ତରରେ ଚୀନ୍  ସହ  ଅନ୍ତରାଷ୍ଟ୍ରୀୟ ସୀମାକୁ ଲାଗି ରହିଛି ଏହି କ୍ଷେତ୍ର । ଦେଶର ଅନ୍ୟ ରାଜ୍ୟରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଅନ୍ତରାଜ୍ୟ ସୀମା ପରମିଟର ଆବଶ୍ୟକତା ପଡ଼ିଥାଏ । ଏହି ପରମିଟ୍ ସେହି ଅଞ୍ଚଳର କମିଶନରଙ୍କ ଠାରୁ ନେବାକୁ ହୋଇଥାଏ ।  କୋଲକତା, ନୂଆଦିଲ୍ଲୀ, ସିଲଙ୍ଗ ଏବଂ ଗୁଆହାଟୀରୁ ନେବାକୁ ପଡ଼ିଥାଏ  ଏହି ପରମିଟ୍ । ଆପଣ ଅନଲାଇନରେ ମଧ୍ୟ ପରମିଟ୍  ହାସଲ କରିପାରିବେ ।

ପରମିଟ୍ ପାଇଁ ଆବଶ୍ୟକ ପରିଚୟପତ୍ର: ପ୍ୟାନକାର୍ଡ/  ଡ୍ରାଇଭିଂ ଲାଇସେନ୍ସ/ ପାସପୋର୍ଟ/ ଭୋଟର ପରିଚୟ ପତ୍ର ଓ ପାସପୋର୍ଟ ସାଇଜ୍ ଫଟୋ

ମିଜୋରାମ୍: ମିଜୋରାମ୍ ନିଜର ପ୍ରାକୃତିକ ସୈନ୍ଦର୍ଯ୍ୟ  ଶୀତଳ ପରିବେଶ ପାଇଁ ପରିଚିତ ।  ଏଠାରେ ଅନେକ ପ୍ରକାରର ଜନଜାତି ରହୁଛନ୍ତି । ଏହି ରାଜ୍ୟ ବେଙ୍ଗାଳୁରୁ ଏବଂ ମିଆଁମାର ସହ  ଅନ୍ତରାଷ୍ଟ୍ରୀୟ  ସୀମାକୁ ଲାଗିରହିଛି । ମିଜୋରାମରେ ପ୍ରବେଶ ପାଇଁ ଅନ୍ତରାଜ୍ୟ ସୀମା ପରମିଟ୍   ଆବଶ୍ୟକ ହୋଇଥାଏ ।  ଏହି ପରମିଟ୍ ମିଜୋରାମ ସରକାରୀ ଅଧିକାରୀ ଦେଇଥାନ୍ତି । ଏହାଙ୍କୁ କୋଲକତା ସିଲଚର, ସିଲଙ୍ଗ, ଗୁଆହାଟୀ ଏବଂ ନୂଆଦିଲ୍ଲୀରୁ ହାସଲ କରାଯାଇଥାଏ ।   ବିମାନରେ ଆସିୁଥିବା ପର୍ଯ୍ୟଟକଙ୍କ ପାଇଁ ଲେଙ୍ଗପୁଈ ବିମାନବନ୍ଦରରେ ପଞ୍ଚିବା ପରେ ସୁରକ୍ଷା ଅଧିକାରୀଙ୍କଠାରୁ ପାସ୍ ନେବାକୁ ପଡ଼ିଥାଏ । 

ମିଜୋରାମ ବୁଲିବାକୁ ଆବଶ୍ୟକ ପ୍ରମାଣପତ୍ର: ୪ଟି ପାସପୋର୍ଟ ସାଇଜ୍ ଫଟୋ ଏବଂ ଏକ ଫଟୋ ପରିଚୟ ପତ୍ର

ନାଗାଲାଣ୍ଡ: ନାଗାଲାଣ୍ଡ  ବୁଲିବାକୁ ଆସି ପର୍ଯ୍ୟଟକ ଏହାର  ପ୍ରାକୃତିକ ସୌନ୍ଦର୍ଯ୍ୟରେ ହଜିଯାଇଥାନ୍ତି । ଏଠାରେ ଲୋକେ ନିଜର ସ୍ୱତନ୍ତ୍ର ୧୬ ପ୍ରକାରର ରୀତିନୀତି, ଭାଷା ଏବଂ ପରିଧାନ ପାଇଁ ପରିଚିତ । ନାଗାଲାଣ୍ଡ ପୂର୍ବ ଭାରତର ମିଆଁମାର ଅନ୍ତରାଷ୍ଟ୍ରୀୟ ସୀମାକୁ ଲାଗି  ରହିଛି ।   ପର୍ଯ୍ୟଟକଙ୍କୁ ନାଗାଲାଣ୍ଡ ବୁଲିବାକୁ ହେଲେ ଅନ୍ତରାଜ୍ୟ ସୀମା ପରମିଟର ଆବଶ୍ୟକ ପଡ଼ିଥାଏ ।   ଏହା ଦୀମାପୁର, କୋହିମା, ମୋକୋକଚୁଙ୍ଗ୍, ନୂଆଦିଲ୍ଲୀ, କୋଲକାତା ଏବଂ ସିଲଙ୍ଗ ଜିଲ୍ଲା କମିଶନରଙ୍କ ଠାରୁ ପ୍ରାପ୍ତ କରିବାକୁ ପଡ଼ିଥାଏ । ଆପଣ ମଧ୍ୟ ଅନଲାଇନରେ  ଏହି ପରମିଟ୍ ହାସଲ କରିପାରିବେ ।  

ନାଗାଲାଣ୍ଡ ବୁଲିବାକୁ ପରମିଟ୍ ପାଇଁ ଆବଶ୍ୟର ପରିଚୟପତ୍ର:  ପାନକାର୍ଡ/ଆଧାରକାର୍ଡ/  ଭୋଟରପରିଚୟପତ୍ର   ଏବଂ ପାସପୋର୍ଟ ସାଇଜ୍ ଫଟୋ ଆବଶ୍ୟକ ହୋଇଥାଏ ।

ଲଦାଖ: ଲଦାଖ କ୍ଷେତ୍ରକୁ ସମ୍ୱେଦନଶୀଳ କ୍ଷେତ୍ର କୁହାଯାଇଥାଏ । କାରଣ ଏହାର ସୀମା ପାକିସ୍ତନା ଏବଂ ଚୀନ୍  ସୀମାକୁ ଲାଗି ରହିଛି । ଲଦାଖର ସମସ୍ତ ସ୍ଥାନକୁ  ନାଗରିକମାନଙ୍କୁ ଯିବାକୁ ଅନୁମତି ମିଳିନଥାଏ । କଟକଣା ରହିଥିବା ସ୍ଥାନ ମଧ୍ୟରେ ଦାହ୍, ହନୁ, ବିଲେଜ୍, ପୈଗାଁନଗ୍, ତସୋ, ମୈନ, ମରକ୍, ତସୋ ମୋରିରୀ, ନ୍ୟୋମା, ଲୋମା, ବୈଣ୍ଡ, ଖାରଦୁଙ୍ଗ ଲା, ନୁବ୍ରା ଭାଲି, ଟର୍ଟୁକ୍,   ତ୍ୟାକସୀ, ଡିଗରଲା,  ତଙ୍ଗ୍ୟାର୍ ଯିବାପାଇଁ ଆପଣଙ୍କୁ ଅନ୍ତରାଜ୍ୟ ସୀମା ପରମିଟ୍  ନେବାକୁ ପଡ଼ିଥାଏ । ଲେହ ସହରର ଡିସି କାର୍ଯ୍ୟଳୟରୁ ମଧ୍ୟ ପରମିଟ୍ ମିଳିଥାଏ ।  ଆପଣ ଏହାକୁ ସକାଳ ୯ଟାରୁ ଅପରାହ୍ଣ ୭ଟା ମଧ୍ୟରେ ପରମିଟ୍ ନେଇପାରିବେ । କିନ୍ତୁ ପରମିଟ୍ ପାଇଁ  ଫର୍ମ ଆବେଦନକୁ ମଧ୍ୟହ୍ନ  ୩ଟା ପୂର୍ବରୁ ଜମା କରିବା ଆବଶ୍ୟକ । 

ଲଦାଖ ବୁଲିବା ଅନୁମତି  ପାଇଁ ଆବଶ୍ୟକ ପରିଚୟପତ୍ର:  ନିଜସ୍ୱ ଆଟେଷ୍ଟେଡ୍ ପ୍ରମାଣପତ୍ର, ଫଟୋ  ପ୍ରମାଣପତ୍ର, ପରମିଟ୍ ମଞ୍ଜୁରୀ ପାଇଁ ଲେହ-ଲଦାଖ ଜିଲ୍ଲାର ଡିସିଙ୍କ ଲେଖା ଅନୁମତି ପତ୍ର ଅବଶ୍ୟକ ହୋଇଥାଏ ।

ସିକିମ୍:  ସିକିମ ରାଜ୍ୟର  ଅନ୍ତରାଷ୍ଟ୍ରୀୟ ସୀମା ୩ଟି ଦେଶର ସୀମାକୁ ଲାଗିରହିଛି । ଉତ୍ତର ଏବଂ ପୂର୍ବରେ ଚୀନ୍, ପୂର୍ବରେ ଭୂଟାନ୍ ଏବଂ ପଶ୍ଚିମରେ ନେପାଳ ସୀମାକୁ ଲାଗି ରହିଛି । ସିକିମରେ କିଛି ସ୍ଥାନରେ ପ୍ରବେଶ ଉପରେ କଟକଣା ରହିଛି । ଜଣେ ଭାରତୀୟ ନାଗରିକଙ୍କୁ ଲାଚୁଙ୍ଗ୍, ତସୌମଗୋ, ହ୍ରଦ, ନାଥୁଲ୍ଲା, ଦୋଜୋଙ୍ଗ୍ରୀ ଏବଂ ଗୋଇଚଲା ଟ୍ରେକ୍, ୟୁମଥାଙ୍ଗ, ୟୁମସଙ୍ଗଡୋଙ୍ଗ ୟାଙ୍ଗୁ/ ଚୌପତା ଘାଟୀ, ଗୁରୁଗୋଙ୍ଗମାର୍ ହ୍ରଦ ପରି ସଂରକ୍ଷିତ କ୍ଷେତ୍ରରେ ବୁଲିବାକୁ ହେଲେ ଅନ୍ତରାଜ୍ୟ ସୀମା ପରମିଟ୍ ଆବଶ୍ୟକ ହୋଇଥାଏ । ନାଥୁଲା ଏବଂ ଗୁରୁଡୋଙ୍ଗମାର୍ ହ୍ରଦ ବୁଲିବାକୁ  ପରମିଟ୍ ପର୍ଯ୍ୟଟନ ଏବଂ ନାଗରିକ ଉଦ୍ୟାନ ବିଭାଗ ଦ୍ୱାରା ଜାରି କରାଯାଏ । ଏହି ବାଗଡୋଗରା ବିମାନବନ୍ଦର ଏବଂ ରଙ୍ଗପୋ ଚେକ୍ ପୋଷ୍ଟରୁ ନେଇପାରିବେ । ଟ୍ରାଭଲ୍ ଏଜେନ୍ସି ଏବଂ ଟୁର୍ ଅପରେଟର ଏହି ପରମିଟ୍ ବ୍ୟବସ୍ଥା କରିଥାନ୍ତି ।

ସିକିମ୍ ବୁଲିବାକୁ ପରମିଟ୍ ପାଇଁ ଆବଶ୍ୟକ ପ୍ରମାଣପତ୍ର:  ଫଟୋ ପରିଚୟପତ୍ର,  ପାସପୋର୍ଟ, ଭୋଟର ପରିଚୟପତ୍ର କିମ୍ୱା ଡ୍ରାଇଭିଂ ଲାଇସେନ୍ସ ଆବଶ୍ୟକ ହୋଇଥାଏ । 

ଲକ୍ଷାଦ୍ୱୀପ୍: ଲକ୍ଷାଦ୍ୱୀପ୍  ଆଗରୁ ଲକାଦୀବସ ନାମରେ ଜଣାଯାଉଥିଲା । ଛୋଟ ଛୋଟ ଦ୍ୱୀପର ସମୂହ ହେଉଛି ଲକ୍ଷାଦ୍ୱୀପ୍ । ଯାହା ଅତି ସୌନ୍ଦର୍ଯ୍ୟପୂର୍ଣ୍ଣ  ପର୍ଯ୍ୟଟନସ୍ଥଳୀ କୁହାଯାଏ ।  ଖାସକରି ଏଠାରୁ ବୁଲିବା ପାଇଁ ପର୍ଯ୍ୟଟକ ଖୁସୀ ଅନୁଭବ କରିଥାନ୍ତି । ଯେଉଁ ଲୋକଙ୍କୁ ଶାନ୍ତ ଏବଂ ଏକାନ୍ତ ସ୍ଥାନ ପସନ୍ଦ  ହୋଇଥାଏ ସେମାନଙ୍କୁ ଅତ୍ୟନ୍ତ ଭଲ ଲାଗିଥାଏ । ଲକ୍ଷାଦ୍ୱୀପ ଯିବାପାଇଁ ହେଲେ  ସମସ୍ତ ଯାତ୍ରୀଙ୍କୁ ପ୍ରବେଶ ପାଇଁ ପରମିଟର ଆବଶ୍ୟକ ପଡ଼ିଥାଏ । ଏହାକୁ ମାଗଣାରେ ଅନଲାଇନରେ ନେଇପାରିବେ । 

ଲକ୍ଷାଦ୍ୱୀପ ବୁଲିବାକୁ ପରମିଟ୍ ପାଇଁ ଆବଶ୍ୟର ପରିଚୟପତ୍ର: ଭୋଟର ପରିଚୟପତ୍ର/ ଆଧାର କାର୍ଡ ଏବଂ ପାସପୋର୍ଟ ସାଇଜ୍ ଫଟୋ ଆବଶ୍ୟକ ହୋଇଥାଏ ।