close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜାମ୍ମୁ-କାଶ୍ମୀରରେ ଗ୍ରେନେଡ ଆକ୍ରମଣରେ ୬ ଯବାନ ଆହତ

ଆତଙ୍କବାଦୀ ସିଆରପିଏଫ ଓ ପୋଲିସ ଯବାନ ଉପରେ ଗ୍ରେନେଡ୍ ଆକ୍ରମଣ କରିଛି

ଜାମ୍ମୁ-କାଶ୍ମୀରରେ ଗ୍ରେନେଡ ଆକ୍ରମଣରେ ୬ ଯବାନ ଆହତ
file photo

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଶ୍ରୀନଗର କାକା ସରାୟ ଇଲାକାରେ ଆତଙ୍କୀ ସୁରକ୍ଷାବଳ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୬ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀ ସିଆରପିଏଫ ଓ ପୋଲିସ ଯବାନ ଉପରେ ଗ୍ରେନେଡ୍ ଆକ୍ରମଣ କରିଛି । ଏହି ହମଲା ପରେ ସୁରକ୍ଷାବଳ ପୂରା ଇଲାକାକୁ ଘେରି ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଆହତ ସୁରକ୍ଷାକର୍ମୀ ସିଆରପିଏଫର ୧୪୪ତମ ବାଟାଲିୟନର । ତେବେ ସେନା ଅନୁସାରେ ଆତଙ୍କବାଦୀ କାକା ସରାୟ ଇଲାକାରେ ସିଆରପିଏଫ ବଙ୍କର ଉପରକୁ ଗ୍ରେନେଡ ଫିଙ୍ଗିଥିଲେ । ଏଥିରେ ୬ ଯବାନ ଆହତ ହୋଇଥିବାର ସୂଚନା ମିଳିଛି । ଏହି ହମଲା କେରନ ନଗର ଥାନା ଉପରେ ସନ୍ଧ୍ୟା ୬ଟା ୫୦ ମିନିଟରେ ହୋଇଛି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। । ଗତ ବୁଧବାର ସନ୍ଧ୍ୟାରେ ଏହି ପରି କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ସିଆରପିଏଫ ଯବାନଙ୍କ ଏକ ଦଳ ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ଆହତ ହୋଇଥିଲେ । ଏହି ହମଲା ପରେ ଆତଙ୍କବାଦୀଙ୍କ ସନ୍ଧାନ ପାଇଁ ଦକ୍ଷିଣ କାଶ୍ମୀରର କୁଲଗାମ ସହିତ ଅନ୍ୟ ଜିଲ୍ଲାରେ ଆଲର୍ଟ ଜାରି ।କରାଯାଇଥିଲା।