ଦିଲ୍ଲୀ ବସରେ ମୁତୟନ ହେବେ ୧୩ ହଜାର ମାର୍ଶଲ, ମହିଳାଙ୍କୁ ଲାଗିବନି ଭଡ଼ା
Advertisement

ଦିଲ୍ଲୀ ବସରେ ମୁତୟନ ହେବେ ୧୩ ହଜାର ମାର୍ଶଲ, ମହିଳାଙ୍କୁ ଲାଗିବନି ଭଡ଼ା

ମହିଳାଙ୍କ ସୁରକ୍ଷାକୁ ନେଇ କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା । ଏଣକି  ଦିଲ୍ଲୀର ସମସ୍ତ ବସରେ ମହିଳାଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ମାର୍ଶଲ । ଏହି ମୁତୟନ କାର୍ଯ୍ୟ ମଙ୍ଗଳବାର ଠାରୁ ଆରମ୍ଭ ହେବ । ଭାଇଦୂଜ ଅର୍ଥାତ ମଙ୍ଗଳବାର ଠାରୁ ଦିଲ୍ଲୀର ସମସ୍ତ ବସରେ ମହିଳାମାନେ ଫ୍ରିରେ ଯାତ୍ରା କରି ପାରିବେ, ଏଥିପାଇଁ ୬ ହଜାର ଅତିରିକ୍ତ ମାର୍ଶଲ ମୁତୟନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

ଦିଲ୍ଲୀ ବସରେ ମୁତୟନ ହେବେ ୧୩ ହଜାର ମାର୍ଶଲ

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷାକୁ ନେଇ କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା । ଏଣକି  ଦିଲ୍ଲୀର ସମସ୍ତ ବସରେ ମହିଳାଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ମାର୍ଶଲ । ଏହି ମୁତୟନ କାର୍ଯ୍ୟ ମଙ୍ଗଳବାର ଠାରୁ ଆରମ୍ଭ ହେବ । ଭାଇଦୂଜ ଅର୍ଥାତ ମଙ୍ଗଳବାର ଠାରୁ ଦିଲ୍ଲୀର ସମସ୍ତ ବସରେ ମହିଳାମାନେ ଫ୍ରିରେ ଯାତ୍ରା କରି ପାରିବେ, ଏଥିପାଇଁ ୬ ହଜାର ଅତିରିକ୍ତ ମାର୍ଶଲ ମୁତୟନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

ସୋମବାର ଏହି ମାର୍ଶଲଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିଛନ୍ତି କେଜ୍ରିୱାଲ । ଦିଲ୍ଲୀର ଆଗାମୀ ବିଧାନସଭା ନିର୍ବାଚନ ପାଖେଇ ଆସିଛି । ଏହାପୂର୍ବରୁ କେଜ୍ରିୱାଲ ସରକାର ବଡ଼ ଘୋଷଣା କରୁଥିବାର ନଜରକୁ ଆସୁଛି । କେଜ୍ରିୱାଲ ସରକାରଙ୍କ ଏହି ନିଷ୍ପତ୍ତି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାରେ ସାହାଯ୍ୟ କରିବ । ମହିଳାଙ୍କ ସୁରକ୍ଷା ପାଇଁ ମାର୍ଶଲ ନିଯୁକ୍ତି ଦେବା ମାଧ୍ୟମରେ ଦିଲ୍ଲୀ ସରକାର ମହିଳାଙ୍କ ଏକ ବଡ଼ ଭୋଟ ଉପରେ ନଜର ରଖିଛି ।

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଦିଲ୍ଲୀ କେବଳ ଦେଶର ନୁହଁ ବିଦେଶର ଏପରି ଏକ ସହର ହେବ, ଯେଉଁଠି ମହିଳାଙ୍କ ସୁରକ୍ଷା ପାଇଁ ମାର୍ଶଲ ନିୟୋଜିତ ହେବ । ଦିଲ୍ଲୀରେ କେବଳ ସନ୍ଧ୍ୟା ସମୟରେ ହିଁ ମାର୍ଶଲ ମୁତୟନ କରାଯାଇଛି, ଦିଲ୍ଲୀ ବସରେ ପ୍ରାୟ ୩୩୦୦ ମାର୍ଶଲ ପୂର୍ବରୁ କାର୍ଯ୍ୟରତ ଅଛନ୍ତି । ମଙ୍ଗଳବାର ଏହି ସଂଖ୍ୟା ବୃଦ୍ଧି ପାଇଁ ୧୩ ହଜାରରେ ପହଞ୍ଚିବ । ଏହି ମାର୍ଶଲ ବସରେ ରୋଗୀଙ୍କ ସାହାଯ୍ୟ କରିବା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ମଧ୍ୟ କରିବେ । ଦିଲ୍ଲୀର ୨କୋଟି ଲୋକ ଆମର ପରିବାରର ସଦସ୍ୟ ପରି ବୋଲି ସେ କହିଛନ୍ତି । ଏହି ଅବସରରେ ସିଏମ କେଜ୍ରିୱାଲ ୧୫ ମାର୍ଶଲଙ୍କୁ ମେଡେଲ ପିନ୍ଧାଇ ଓ ସାର୍ଟିଫିକେଟ ଦେଇ ସମ୍ମାନିତ କରିଛନ୍ତି ।