ଭୁବନେଶ୍ୱର: ଭୁବନେଶ୍ୱର IRC ଭିଲେଜ ସ୍କୁଲ ପଛପଟୁ ମଣିଷ କଙ୍କାଳ ଉଦ୍ଧାର ହୋଇଛି । ୫ଟି ପଲିଥିନରୁ କଙ୍କାଳ ଉଦ୍ଧାର କରାଯାଇଛି । ଏହି କଙ୍କାଳ ଗୁଡିକ ଏକ ଅଳିଆ ଗଦାରେ ପଡିଥିଲା । ଅଳିଆ ଗଦାରୁ ଖପୁରୀ ମଧ୍ୟ ଉଦ୍ଧାର ହୋଇଛି । କିଏ ଓ କାହିଁକି କଙ୍କାଳ ଫିଙ୍ଗିଛି ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
କଙ୍ଗାଳ କାହାର, ୫ଟି ପଲିଥିନିରେ ବନ୍ଧା ହୋଇ ପଡିଥିବା କଙ୍କାଳ ୩ ଜଣଙ୍କର ବୋଲି ସୂଚନା ମିଳିଛି ଽ ତେବେ କଙ୍କାଳ ସେହି ଜାଗାକୁ କିପରି ଆସିଲା ତାକୁ ନେଇ ନୟାପଲ୍ଲୀ ଥାନା ପୋଲିସ ତନାଘନା ଆରମ୍ଭ କରିଛି।