close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବଡ ଭାଇର ମୃତଦେହ ଦେଖି ଚାଲିଗଲା ସାନ ଭାଇର ଜୀବନ

 ବଡ଼ଭାଇଙ୍କର ମୃତଦେହ ଦେଖି ସାନଭାଇଙ୍କର ମୃତ୍ୟୁ ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

ବଡ ଭାଇର ମୃତଦେହ ଦେଖି ଚାଲିଗଲା ସାନ ଭାଇର ଜୀବନ
source: social media

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଥାନା ଅନ୍ତର୍ଗତ ସିଡିଙ୍ଗ ଗାଁରେ ବଡ଼ଭାଇଙ୍କର ମୃତଦେହ ଦେଖି ସାନଭାଇଙ୍କର ମୃତ୍ୟୁ ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ବଡ ଭାଇ ଦୀପକ ସାମଲ କ୍ୟାନସରରେ ପୀଡିତ ହୋଇ କଟକରେ ଚିକିତ୍ସିତ ହେଉଥିଲେ । ଗତକାଲି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଦୀପକ ପାଳଙ୍କର ମୃତଦେହକୁ ସିଡିଙ୍ଗ ଗାଁରେ ନିଜର ଘରକୁ ଅଣାଯାଇଥିଲା । ଦୀପକଙ୍କ ମୃତଦେହ ଦେଖି ତାଙ୍କ ସାନ ଭାଇ ତ୍ରିମୂଳ କୋହ ସମ୍ଭାଳି ପରି ନଥିଲେ । ଏବଂ କାନ୍ଦି କାନ୍ଦି ସେଇଠାରେ ଟଳି ପଡିଥିଲେ ।

ଦୀପକଙ୍କ ପାଇଁ କୋକେଇ ବନ୍ଧା ଚାଲିଥିବା ବେଳେ ପରିବାର ଲୋକେ ତ୍ରିମୂଳଙ୍କୁ ପାଲଲହଡ଼ା ଡାକ୍ତରଖାନାକୁ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦ୍‌ଘାତରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ । ଏ ଖବର ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। 
ପାଲଲହଡ଼ା ଡାକ୍ତରଖାନାରୁ ତ୍ରିମୂଳଙ୍କ ମୃତଦେହ ଅଣାଯିବା ପରେ ଦୁଇ ଭାଇଙ୍କ କୋକେଇ ଏକାସାଙ୍ଗରେ ଘରୁ ଉଠିଥିଲା। ପାଖାପାଖି ଦୁଇଟି ଜୁଇରେ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।