ଅଜାଣତରେ ଛୋଟ ଛୋଟ ଭୁଲ ବିଗାଡି ଦିଏ ତ୍ୱଚ଼ା ର ସୁନ୍ଦରତା
Advertisement

ଅଜାଣତରେ ଛୋଟ ଛୋଟ ଭୁଲ ବିଗାଡି ଦିଏ ତ୍ୱଚ଼ା ର ସୁନ୍ଦରତା

ବେଳେବେଳେ ଆମ ଅଜାଣତରେ  ଛୋଟ ଛୋଟ ଭୁଲ ଯୋଗୁଁ ତ୍ଵଚା ରେ ଅନେକ ସମସ୍ୟା ଦେଖାଯାଇଥାଏ। ଯାହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ସେହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ। 

ଅଜାଣତରେ ଛୋଟ ଛୋଟ ଭୁଲ ବିଗାଡି ଦିଏ ତ୍ୱଚ଼ା ର ସୁନ୍ଦରତା

ଭୁବନେଶ୍ୱର: ଆଧୁନିକ ଦୁନିଆରେ ସମସ୍ତେ  ସୁନ୍ଦର ଦେଖାଯିବାକୁ ଚାହିଁଥାନ୍ତି। ସେଥିଲାଗି  ସମସ୍ତେ ବଜାରରେ ମିଳୁଥିବା  ପ୍ରଡ଼କ୍ଟର ବ୍ୟବହାର ମଧ୍ୟ କରିଥାନ୍ତି। କିନ୍ତୁ ବେଳେବେଳେ ଆମ ଅଜାଣତରେ  ଛୋଟ ଛୋଟ ଭୁଲ ଯୋଗୁଁ ତ୍ଵଚା ରେ ଅନେକ ସମସ୍ୟା ଦେଖାଯାଇଥାଏ। ଯାହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ସେହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ। 

୧.  ମେକଅପ  ନେଉଥିଲେ  ରାତିରେ ଶୋଇବା ସମୟରେ ମେକଅପ ରିମୁଭ  କରିନିଅନ୍ତୁ ।
୨. ବର୍ତ୍ତମାନ ଯୁଗ ରେ ସମସ୍ତେ ବିଳମ୍ବିତ ରାତି ଯାଏ ମୋବାଇଲର ବ୍ୟବହାର କରୁଛନ୍ତି। କିନ୍ତୁ ମୋବାଇଲ ବ୍ୟବହାର କରିବା ଦ୍ୱାରା ସେଥିରୁ ବାହାରୁଥିବା ରେଡିୟମ୍  ତ୍ୱଚା କୁ ନଷ୍ଟ କରିଥାଏ। ସେଥି ପାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ର ବ୍ୟବହାର କରନ୍ତୁ ନାହିଁ।
୩. ରାତିରେ ଶୋଇବା ସମୟରେ କେଶ କୁ ଅତି ଜୋର କରି ବାନ୍ଧି କି ଶୁଅନ୍ତୁ ନାହିଁ। ଏପରି କରିବା  ଦ୍ୱାରା କେଶ ଝଡିଥାଏ।  ଶୋଇବା ସମୟରେ କେଶ କୁ ଢିଲା କରି ଶୋଇବା ଆବଶ୍ୟକ।
୪. ସପ୍ତାହ କୁ ଥରେ ତକିଆ କୁ ସଫା କରନ୍ତୁ। କାରଣ  ତକିଆ ରେ ଥିବା ଜୀବାଣୁ ମୁହଁରେ ବ୍ରଣ ଓ ଦାଗ ସୃଷ୍ଠି କରିଥାନ୍ତି।
୫. ତ୍ୱଚା କୁ ସତେଜ ରଖିବାର ସହଜ ଉପାୟ ହେଉଛି ପର୍ଯ୍ୟାପ୍ତ ପରିମାଣ ର ପାଣି ପିଇବା। ଏହା ଦେହକୁ  ସୁସ୍ଥ ରଖେ  ଓ ତ୍ୱଚ଼ା ର ସୁନ୍ଦରତା ମଧ୍ୟ ବୃଦ୍ଧି ପାଇଥାଏ।