ଭୟରେ ଗାଁ ଛାଡିବାକୁ ନିଷ୍ପତି ନେଲେ ସ୍ମିତାରାଣୀଙ୍କ ପରିବାର
Advertisement

ଭୟରେ ଗାଁ ଛାଡିବାକୁ ନିଷ୍ପତି ନେଲେ ସ୍ମିତାରାଣୀଙ୍କ ପରିବାର

 ବର୍ତ୍ତମାନ ସୁଦ୍ଧା ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ତାଙ୍କ ପରିବାରକୁ ନ୍ୟାୟ ମିଳିପାରୁନାହିଁ । ଅସୁରକ୍ଷିତ ମନେକରି ଗାଁ ଛାଡିବାକୁ ନିଷ୍ପତି ନେଇଛନ୍ତି ସ୍ମିତାରାଣୀଙ୍କ ପରିବାର ।  

source: social media

ଜାସ୍ମିନ ରେଖା ମହନ୍ତ, ଯାଜପୁର: ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ରହସ୍ୟ ଉପରୁ ପରଦା ଉଠିପାରୁନି ।

ଗତକାଲି ଏହି ଘଟଣାକୁ ନେଇ କଂଗ୍ରେସ ରାଜଭବନ ଘେରାଉ କରିବା ପରେ  ଆଜି ବିଜେପି ବିଧାୟକ ଦଳର ଏକ ପ୍ରତିନିଧି ଦଳ ଅନୁଧ୍ୟାନ କରିବା ପାଇଁ ସ୍ମିତାରାଣୀଙ୍କ ପରିବାରକୁ ଭେଟିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଆସି ସ୍ମିତାରାଣୀଙ୍କ ବାପାଙ୍କୁ ଭେଟିବା ସହ ଘଟଣା ସଂପର୍କରେ ପଚାରି ବୁଝିଛନ୍ତି । ସ୍ମିତାରାଣୀଙ୍କ ବାପା ଏହି ଘଟଣାରେ ବିଜେପି ପ୍ରତିନିଧି ଦଳର ସହାୟତା ମାଗିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦାବି କରିଛନ୍ତି । 

fallback 

 ଆଗାମୀ  ବିଧାନସଭା ଅଧିବେଶନରେ ଏହି ଘଟଣା ଉଠାଇବାକୁ  ବିଜେପି ପ୍ରତିନିଧି ଦଳ ଦାବି କରିଛି । ରାଜ୍ୟ ପୋଲିସ ହେଉ ବା କ୍ରାଇମବ୍ରାଞ୍ଚ ତଦନ୍ତ ହେଉ, ଉଭୟ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବାରୁ ତଦନ୍ତ ଉପରେ ଭରଷା ନାହିଁ, ସେଥିପାଇଁ ସିବିଆଇ ତଦନ୍ତ ହେବାର ଆବଶ୍ୟକତା ରହିଛି ଏବଂ ନ୍ୟାୟ ନ ମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି  ବିଜେପି ପ୍ରତିନିଧି ଦଳ ଚେତାବନୀ ଦେଇଛି । ସେପଟେ ଏହି ଘଟଣାର ସିବିଆଇ ତଦନ୍ତ କରିବା ସହିତ ନିଜକୁ ଅସୁରକ୍ଷିତ ମନେକରି ଗାଁ ଛାଡିବାକୁ ନିଷ୍ପତି ନେଇଛନ୍ତି ବୋଲି ସ୍ମିତାରାଣୀଙ୍କ ବାପା ସୂଚନା ଦେଇଛନ୍ତି ।