• ତୃତୀୟ ଟି-୨୦ରେ ବାଜି ମାରିଲା ଶ୍ରୀଲଙ୍କା
  • ଶେଷ ମ୍ୟାଚ୍ ସହ ସିରିଜ୍ ହାତେଇଲା ସିଂହଳୀ ଟିମ୍
  • ୨-୧ରେ ସିରିଜ୍ ହାରିଲା ଟିମ୍ ଇଣ୍ଡିଆ
  • ପାଠ ପାଇଁ ନୂଆ ନୀତି
  • ପ୍ରଧାନମନ୍ତ୍ରୀ କହିଲେ, ଗାଁ ଗାଁରେ ପହଂଚିବ ପ୍ଲେ ସ୍କୁଲ
  • ଖେଳରେ ଖେଳରେ ପିଲା ପଢ଼ିବେ ପାଠ
  • ସତ୍ୟନାରାୟଣଙ୍କୁ ଏନସିବି ଡିଜି ଅତିରିକ୍ତ ଦାୟିତ୍ୱ ପ୍ରଦାନ
  • ବିରୋଧୀ-ଶାସକଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ସଂସଦ
  • ଗତ ୭ ଦିନ ଭିତରେ ମାତ୍ର ୧୨ ଘଣ୍ଟା ଚାଲିପାରିଛି ସଂସଦର ଉଭୟ ସଦନ
  • ଦେଶୀ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସଙ୍ଗ

ମହାପ୍ରଭୁଙ୍କ ସ୍ନାନଯାତ୍ରା: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତୀ

ଶ୍ରୀମନ୍ଦିର ଚାରିପାଖେ ସୁରକ୍ଷା ବଳୟ କଡ଼ାକଡ଼ି ଥିବାବେଳେ ଗତକାଲି ରାତିରୁ ୧୪୪ ଧାରା ଜାରି କରାଯାଇଛି ଅନ୍ୟପଟେ ସୁରକ୍ଷା ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ମହାପ୍ରଭୁଙ୍କ ସ୍ନାନଯାତ୍ରା: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତୀ

ପୁରୀ: ଆଜି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ସ୍ନାନପୂର୍ଣ୍ଣିମା ନୀତି । ରାତିରୁ ପହଣ୍ଡି ସରିଥିବା ବେଳେ ଏବେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ସାରା ଶ୍ରୀକ୍ଷେତ୍ର ଆଜି ଆଲୋକମାଳରେ ଝଲସି ଉଠୁଛି । ମହାପ୍ରଭୁଙ୍କୁ ବିଭିନ୍ନ ଟେଲିଭିଜନ ର ସିଧାପ୍ରସାରଣ ମାଧ୍ୟମରେ ଦେଖୁଛନ୍ତି ଓଡ଼ିଶାର କୋଟି କୋଟି ଜଗନ୍ନାଥ ପ୍ରେମୀ । ଶ୍ରୀମନ୍ଦିର ଚାରିପାଖେ ସୁରକ୍ଷା ବଳୟ କଡ଼ାକଡ଼ି ଥିବାବେଳେ ଗତକାଲି ରାତିରୁ ୧୪୪ ଧାରା ଜାରି କରାଯାଇଛି ଅନ୍ୟପଟେ ସୁରକ୍ଷା ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଅନ୍ୟପଟେ କୋରୋନା କଟକଣା (Corona Guideline) ମଧ୍ୟରେ ନୀତି ସମ୍ପାଦନ ଚାଲିଥିବା ବେଳେ ଚଳିତ ବର୍ଷ ବି ସ୍ନାନଯାତ୍ରା (Snana Yatra) ରେ ଛେରାପହଁରା କରିବେ ନାହିଁ ଗଜପତି । କୋଭିଡ୍ ନିୟମ ଛେରାପହଁରା ପାଇଁ ଆସିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି ସେ ଜଣାଇ ଦେଇଛନ୍ତି । ପରମ୍ପରା ଅନୁଯାୟୀ ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ସେବାୟତ ଚଳିତ ବର୍ଷ ଛେରାପହଁରା କରିବେ । ନାବାଳକ ନାରାୟଣ ମୁଦିରସ୍ତଙ୍କୁ ଏହି ସେବା ମିଳିଛି।

Also Read: ଗଛ ମାଧ୍ୟମରେ ମଧ୍ୟ ବିସ୍ତାର ହୋଇପାରେ କୋରୋନା ଭୂତାଣୁ, ବୈଜ୍ଞାନିକ କଲେ ସଚେତନ

ସେପଟେ ସ୍ନାନପୂର୍ଣ୍ଣିମା ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ କରାଯିବ, ଏ ନେଇ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ । ଏହାସହ ଜାରି ରହିଛି ଦ୍ୱିତୀୟ ଡୋଜ୍ ଟିକାକରଣ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଳିଆ ସେବାୟତଙ୍କୁ ଦିଆଯାଇଛି ସ୍ନାନପୂର୍ଣ୍ଣିମା (Snana Yatra 2021) ପାସ୍ ।