ଦାରିଙ୍ଗବାଡ଼ି ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି
Trending Photos
ପ୍ରିୟବ୍ରତ ସାହୁ, କନ୍ଧମାଳ: ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲାର ଭୂସ୍ଵର୍ଗ ଦାରିଙ୍ଗବାଡ଼ି ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ଦାରିଙ୍ଗବାଡିରେ ଆଜି ତାପମାତ୍ରା ୫.୫ ଡ଼ିଗ୍ରୀ ସେଲ୍ସିଅସ ରହିଥିବା ରେକର୍ଡ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ୫ ଡ଼ିଗ୍ରୀ ସେଲସିୟସ ରହିଛି । ତୁଷାର ପାତ ଓ ପ୍ରବଳ ଶୀତ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦାରିଙ୍ଗିବାଡ଼ି ସମେତ ପରପଙ୍କା, ଖିଲାବାଡ଼ି, କୁତୁବାଡି, ସ୍ରାନିକେତା, ଗ୍ରୀନବାଡ଼ି, ସିମନବାଡ଼ି, ମଲ୍ଲୁକଚେରୀ, ସାରୁମାହା, ପାଙ୍ଗାଲି ଆଦି ଗ୍ରାମର ବିଭିନ୍ନ ସ୍ଥାନରେ ତୁଷାରପାତ ପଡିଥିବା ଦେଖିବାକୁ ମିଳିଛି। ଆଜି ବର୍ଷର ଶେଷ ରବିବାର ସହ ଛୁଟଦିନ ହୋଇଥିବାରୁ ପର୍ଯ୍ୟଟକମାନେ ଆଜି ହଜାର ହଜାର ସଂଖ୍ୟାରେ ଦାରିଙ୍ଗବାଡିକୁ ଛୁଟି ଆସିଥିବା ବେଳେ ପର୍ଯ୍ୟଟକ ମାନେ ମଧ୍ୟ ବିଭିନ୍ନ ସ୍ଥାନରେ ପଡିଥିବା ତୁଷାର ପାତକୁ ଦେଖିବାକୁ ପାଇଛନ୍ତି ।