ଯୁକ୍ତରାଷ୍ଟ୍ର ଆମେରିକାର ହାୱାଇ ୟୁନିଭରସିଟିର ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋନୋମିର ଗବେଷକଙ୍କ ପକ୍ଷରୁ ସୌର କୋରୋନା ଥିବା ସମ୍ପର୍କରେ ସ୍ପଷ୍ଟ କରାଯାଇଛି |
Trending Photos
)
ୱାଶିଂଟନ: ବିଶ୍ୱର ବିଭିନ୍ନ ଭାଗରେ ଏବେ କୋରୋନା ଭାଇରସର ପ୍ରକୋପ ଜାରି ରହିଥିବା ରହିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ହାୱାଇ ୟୁନିଭରସିଟିର ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋନୋମିର ଗବେଷକଙ୍କ ପକ୍ଷରୁ ସୌର କୋରୋନା(solar corona) ଚିହ୍ନଟ କରାଯିବା ସହ ଏହା ଉପରେ ଗବେଷଣା କରାଯାଉଛି | ଏଥିରେ ଚୁମ୍ବକୀୟ କ୍ଷେତ୍ର ଥିବା ଜଣାପଡିଛି |
ସୌର କୋରୋନା ଅର୍ଥାତ ସୂର୍ଯ୍ୟର ବାହାର ପରିବେଶ ଯାହା ମହାକାଶରେ ବିସ୍ତାର ଲାଭ କରିଛି | ଜୁନ ୩ ତାରିଖରେ ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋନୋମି ଛାତ୍ର ବେଞ୍ଜାମିନଙ୍କ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଆଷ୍ଟ୍ରୋଲୋଜିକାଲ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା | ସୌର କୋରୋନାରେ ଥିବା ଚୁମ୍ବକୀୟ କ୍ଷେତ୍ରକୁ ମାପିବା ପାଇଁ ପୂର୍ଣ ସୂର୍ଯ୍ୟଗ୍ରହଣର ପର୍ଯ୍ୟବେକ୍ଷଣର ଉପଯୋଗ କରାଯାଇଥିଲା |
ଏହି କୋରୋନାକୁ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ସମୟରେ ସହଜରେ ଦେଖାଯାଇପାରେ | ଯେତେବେଳେ ଚନ୍ଦ୍ର, ପୃଥିବୀ ଏବଂ ସୂର୍ଯ୍ୟ ମଝିରେ ରହିଥାଏ, ସେତେବେଳେ ଚନ୍ଦ୍ର ସୂର୍ଯ୍ୟର ଚମକଦାର କିରଣକୁ ଅଟକାଇଥାଏ | ସମ୍ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ଦେଖିବା ପାଇଁ ଗବେଷକ ଅତ୍ୟାଧୁନିକ ବୈଜ୍ଞାନିକ ଉପକରଣ ସହ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିଲେ | ଏହା ଉପରେ ଗବେଷଣା ମଧ୍ୟ କରିଥିଲେ | ଏପରି ସୂର୍ଯ୍ୟପରାଗ ଉପରେ ଅଧ୍ୟୟନ କରାଯିବା ପରେ ସୌର କୋରୋନା ପାଇଁ ଦାୟୀ ପ୍ରକ୍ରିୟା ଉପରୁ ରହସ୍ୟର ପର୍ଦ୍ଦା ଉଠାଯାଇଥିଲା | ବିଗତ ଦୁଇ ଦଶନ୍ଧି ମଧ୍ୟରେ ହୋଇଥିବା ୧୪ଟି ସୂର୍ଯ୍ୟପରାଗ ସମୟର ନିଆଯାଇଥିବା ଫଟୋ ଉପରେ ଅଧ୍ୟୟନ କରାଯାଇଥିଲା |
ଏହି ଅଧ୍ୟୟନରୁ ଜଣାପଡିଛି ଯେ କରୋନଲ୍ ଚୁମ୍ବକୀୟ କ୍ଷେତ୍ର ରେଖାର ଢାଞ୍ଚା ଗଠିତ ହେବା ସହ ଏହା ସମୟ ଅନୁସାରେ ପରିବର୍ତ୍ତିତ ହୋଇଥାଏ | ଏହି ପରିବର୍ତ୍ତନ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସୂର୍ଯ୍ୟ ପୃଷ୍ଠ ସହ ଚୁମ୍ବକୀୟ କ୍ଷେତ୍ରର କୋଣକୁ ମପା ଯାଇଥିଲା| ସର୍ବନିମ୍ନ ସୌର କାର୍ଯ୍ୟକଳାପର ଅବଧି ମଧ୍ୟରେ, କରୋନା କ୍ଷେତ୍ରକୁ ସୂର୍ଯ୍ୟଙ୍କ ଠାରେ ବିଷୁବ ରେଖା ଏବଂ ମେରୁମଣ୍ଡଳରେ ସିଧା ରହିଥିଲା | ଏହା ମଧ୍ୟ ଅକ୍ଷାଂଶରେ ଏହା ଅନେକ କୋଣରେ ବାହାରିଥିଲା | ଯେତେବେଳେ ସୌର ଗତିବିଧି ଅଧିକ ଥିଲା, କରୋନାଲ୍ ଚୁମ୍ବକୀୟ କ୍ଷେତ୍ର ବହୁତ କମ ସଙ୍ଗଠିତ ଏବଂ ଅଧିକ ଉଜ୍ୱଳ ରହିଥିଲା | ସୂର୍ଯ୍ୟର ଏହି କରୋନା ବର୍ତ୍ତମାନ ପୃଥିବୀରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ ଠାରୁ ସମ୍ପୂର୍ଣ୍ଣ ଅଲଗା |