ଘରେ ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ ଏହି ସବୁ ଜିନିଷ...
Advertisement

ଘରେ ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ ଏହି ସବୁ ଜିନିଷ...

ଅନେକ ସମୟରେ ଆପଣ ଆପଣଙ୍କ ଘରେ ଏଭଳି କିଛି ଜିନିଷର ବ୍ୟବହାର କରିଥାନ୍ତି, ଯାହାକି ପରବର୍ତ୍ତୀ ସମୟରେ ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଦେଖିବା ପାଇଁ ସେଭଳି ଜିନିଷ ସୁନ୍ଦର ଲାଗୁଥିଲେ ମଧ୍ୟ ବାସ୍ତବରେ ସେଗୁଡିକ କେତେ ହାନିକାରକ ସେ ବିଷୟରେ ଆମର କୌଣସି ଧାରଣା ହିଁ ନଥାଏ ।

ପ୍ରତୀକାତ୍ମକ ଫଟୋ

ସ୍ୱାଗତ ରଞ୍ଜନ ପ୍ରଧାନ, ଭୁବନେଶ୍ୱର - ଅନେକ ସମୟରେ ଆପଣ ଆପଣଙ୍କ ଘରେ ଏଭଳି କିଛି ଜିନିଷର ବ୍ୟବହାର କରିଥାନ୍ତି, ଯାହାକି ପରବର୍ତ୍ତୀ ସମୟରେ ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଦେଖିବା ପାଇଁ ସେଭଳି ଜିନିଷ ସୁନ୍ଦର ଲାଗୁଥିଲେ ମଧ୍ୟ ବାସ୍ତବରେ ସେଗୁଡିକ କେତେ ହାନିକାରକ ସେ ବିଷୟରେ ଆମର କୌଣସି ଧାରଣା ହିଁ ନଥାଏ ।

ତେବେ ଆସନ୍ତୁ ନଜର ପକାଇବା ଆପଣ ଆପଣଙ୍କ ଘରେ ବ୍ୟବହାର କରୁଥିବା କେଉଁ ଜିନିଷ, ଯାହା ଆପଣଙ୍କୁ ଭବିଷ୍ୟତରେ ବିପଦରେ ପକାଇପାରେ . ସେ ବିଷୟରେ ଏକ ଆଲୋଚନା କରିବା ସହ ସେଗୁଡିକ ଯୋଗୁଁ ହେବାକୁ ଥିବା ବିପଦ ସମ୍ପର୍କରେ ମଧ୍ୟ ଆମେ ଆପଣଙ୍କୁ ଜଣାଇବୁ ।

ପ୍ଲାଷ୍ଟିକ ବୋତଲ :-

fallback
ପ୍ଲାଷ୍ଟିକ ବୋତଲ ପ୍ରାୟ ସବୁ ଲୋକଙ୍କ ଘରେ ବହୁଳ ପରିମାଣରେ ବ୍ୟବହାର ହୋଇଥାଏ . ତେବେ ଆପଣ ଜାଣିଛନ୍ତି କି ? ଆପଣ ବ୍ୟବହାର କରୁଥିବା ପ୍ଲାଷ୍ଟିକ ବୋତଲକୁ କେତେ ପ୍ରକାର କେମିକାଲ ଦ୍ୱାରା ପ୍ରସ୍ତୁତ କରାଯାଉଛି ? ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ଏକ କେମିକାଲ ହେଉଛି BPA . ଏହା କେତେ ଯେ ଭୟଙ୍କର ଆପଣ ବିଶ୍ୱାସ କରିପାରିବେ ନାହିଁ । ଏଭଳି ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଦ୍ୱାରା କ୍ୟାନସର ଭଳି ଭୟାବହ ରୋଗ ମଧ୍ୟ ବ୍ୟାପୁଛି ।

କାର୍ପେଟ :-

fallback

ଘରକୁ ସୁନ୍ଦର ରଖିବା ପାଇଁ ଆପଣ ନିଶ୍ଚୟ କାର୍ପେଟର ବ୍ୟବହାର କରୁଥିବେ । ତେବେ କାର୍ପେଟ ବ୍ୟବହାର କରୁଥିଲେ ସାବଧାନ ହୋଇଯାଆନ୍ତୁ . ଆମେରିକାର ଏକ ସଂସ୍ଥା ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ କାର୍ପେଟ ଯୋଗୁଁ ଆପଣଙ୍କୁ ବିଭିନ୍ନ ରୋଗ ହୋଇପାରେ . କାରଣ ହେଉଛି ଏଥିରୁ ସୃଷ୍ଟି ହେଉଥିବା ଏକ ସ୍ୱତନ୍ତ୍ର ପ୍ରକାରର ବ୍ୟାକ୍ଟେରିଆ ଦ୍ୱାରା ବିଭିନ୍ନ ଚର୍ମ ରୋଗ ହେଉଥିବା ଜଣାପଡିଛି । ଆପଣ ମଧ୍ୟ ଯଦି ଆପଣଙ୍କ ଘରେ କାର୍ପେଟର ବ୍ୟବହାର କରୁଛନ୍ତି ତେବେ ଧ୍ୟାନ ରଖନ୍ତୁ, ନିୟମିତ ଭାବେ କାର୍ପେଟକୁ ପରିଷ୍କାର କରିବା ପାଇଁ ଜମା ବି ଭୁଲନ୍ତୁ ନାହିଁ ।

କୋଲିନ :-

fallback
ସେହିଭଳି କାଚ ସଫା କରିବା ପାଇଁ ବ୍ୟବହାର ହେଉଥିବା କୋଲିନ ମଧ୍ୟ ଖୁବ ଭୟଙ୍କର ବୋଲି ଅନେକ ଗବେଷଣାରୁ ଜଣାପଡିଛି । ଏହାକୁ ବ୍ୟବହାର କରୁଥିବା ସମୟରେ ସତର୍କତା ଅବଲମ୍ୱନ କରନ୍ତୁ . ନଚେତ ଏହା ମଧ୍ୟରେ ଥିବା କେମିକାଲ ଆପଣଙ୍କ ଶରୀର ସସ୍ପର୍ଶରେ ଆସିପାରେ . ଯାହାକି ବେଶ କ୍ଷତିକାରକ . 

ପରଫ୍ୟୁମ :-

fallback

ଦୈନନ୍ଦିନ ଜୀବନରେ ଆପଣ ନିଶ୍ଚୟ ପରଫ୍ୟୁମର ବ୍ୟବହାର କରୁଥିବେ . ହେଲେ କେବେ ଭାବିଛନ୍ତି କି ଏହା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ ହୋଇପାରେ ? ପରଫ୍ୟୁମ ବ୍ୟବହାର ଦ୍ୱାରା ମୁଣ୍ଡ ପ୍ରବଳ ବିନ୍ଧିଥାଏ . ଏହା ସହ ଆମ କିଡନୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ । ବିଭିନ୍ନ ଚର୍ମ ରୋଗ ହେବା ସହ ସ୍ନାୟୁଗତ ସମସ୍ୟା ମଧ୍ୟ ଉପୁଜିଥାଏ . 

କସମେଟିକ୍ସ ବା ପ୍ରାସାଧନ ସାମଗ୍ରୀ :-

fallback

ଆଜିର ମଣିଷ ବଜାରରେ ମିଳୁଥିବା ବିଭିନ୍ନ ନାମୀ ଦାମୀ କମ୍ପାନୀର କସମେଟିକ୍ସ ସାମଗ୍ରୀର ବ୍ୟବହାର କରୁଛନ୍ତି . ହେଲେ ଆପଣ ମାନେ ଜାଣିଛନ୍ତି, ଏହାର ବ୍ୟବହାର କରିବା ଦ୍ୱାରା ଏହାର ସମସ୍ତ କୁପ୍ରଭାବ ଶରୀର ଉପରେ ହିଁ ପଡୁଛି ? ଏହାକୁ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ଚର୍ମ ରୋଗ ହେବା ସହ ଭୟଙ୍କର ଚର୍ମ କର୍କଟ ମଧ୍ୟ ହେବାର ଅନେକ ସମ୍ଭାବନା ରହିଥାଏ ।

ତେବେ ଆପଣ ମାନେ ତ ଜାଣିଲେ ଏହି ସବୁ ଛୋଟ ଛୋଟ ଜିନିଷର ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ କେତେ ବଡ ବଡ ଭୟଙ୍କର ରୋଗର ସାମ୍ନା କରିବାକୁ ପଡିଥାଏ . ବେଳ ଥାଉ ଥାଉ ଆପଣ ସାବଧାନ ହୋଇଯାଆନ୍ତୁ . କେବଳ ଆପଣ ନୁହେଁ, ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଏହା ଉପରେ ଅବଗତ କରାନ୍ତୁ . ଏହି ସବୁ ବିଷାକ୍ତ ଜିନିଷ ଠାରୁ ଦୂରେଇ ରଖନ୍ତୁ ।