Advertisement
Article Detail0/zeeodisha/odisha665495
Zee OdishaOther Newsଚୀନରେ ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୨ ମୃତ

ଚୀନରେ ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୨ ମୃତ

ଚୀନରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଚୀନରେ ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୨ ମୃତ

ନୂଆଦିଲ୍ଲୀ: ଦୀର୍ଘ ୭୬ ଦିନ ବନ୍ଦ ରହିବା ପରେ ସ୍ୱାଭାବିକ ହେଉଛି ଚୀନ। ମାତ୍ର ଚୀନରେ ଲକଡାଉନ ଉଠିବାର କିଛି ଦିନ ମଧ୍ୟରେ କୋରୋନା ପୁଣି ଥରେ ବ୍ୟାପିବା ଆରମ୍ଭ କରିଦେଇଛି। ସଦ୍ୟ ପ୍ରାପ୍ତ ସୂଚନା ମୁତାବକ ବିଗତ ୨୪ ଘଣ୍ଟା ମଧ୍ୟରେ ୬୩ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ସେପଟେ ଚୀନରେ ଦ୍ୱିତୀୟ ଫେଜରେ ଏକ ହଜାରରୁ ଊର୍ଦ୍ଧ୍ୱ ମାମଲା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଛି।  

ଏନେଇ ଚୀନର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ବୁଧବାର ମୋଟ ୬୩ଟି ନୂଆ ମାମଲା ହସ୍ତଗତ ହୋଇଥିଲା। ମାତ୍ର ଏହା ମଧ୍ୟରୁ ୬୧ଟି ମାମଲା ବିଦେଶ ଫେରନ୍ତା। ତେବେ ଏହି ବିଦେଶ ଫେରନ୍ତାଙ୍କ ଯୋଗୁଁ ଦେଶରେ ପୁନର୍ବାର କୋରୋନା ବ୍ୟାପିବାର ସମ୍ଭାବନା ରହିଛି। ତେବେ ଏହି ମାମଲା ମଧ୍ୟରୁ ଅଧିକାଂଶ ମାମଲା ଓ୍ୱୁହାନ ସହରରୁ ଆସିଛି। ଓ୍ୱୁହାନ ସହରରୁ ନିକଟରେ ଲକଡାଉନକୁ ଅପସରଣ କରାଯାଇଥିଲା। ଲକଡାଉନ ଉଠିବା ପରେ ହଜାର ହଜାର ସଂଖ୍ୟାରେ ଲୋକମାନେ ବାହାରକୁ ଚାଲିଆସିଥିଲେ।  

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ସେଠାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହା ସହିତ ଚୀନରେ ମୃତକଙ୍କ ସଂଖ୍ୟା ୩୩୩୫କୁ ବୃଦ୍ଧି ପାଇଛି। ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାରରୁ ଊର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି। ତେବେ ଦ୍ୱିତୀୟ ଫେଜରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୪କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।  

Add Zee News as a Preferred Source

ସୂଚନା ଯୋଗ୍ୟ ଡିସେମ୍ବର ଶେଷ ପର୍ଯ୍ୟାୟରେ ଚୀନର ଓ୍ୱୁହାନ ସହରରେ କୋରୋନା ଭାଇରସ ଜନ୍ମ ନେଇଥିଲା। ଖୁବ କମ ଦିନରେ ପୁରା ଦେଶରେ ଏହି କୋରୋନା ଭାଇରସ ବ୍ୟାପିଯାଇଥିଲା। ତେବେ ଏଥିରୁ ରକ୍ଷା ପାଇବା ପାଇଁ ପାଖାପାଖି ଦେଢମାସ ପର୍ଯ୍ୟନ୍ତ ଲକଡାଉନ ସ୍ଥିତି ଜାରି କରାଯାଇଥିଲା। ପ୍ରାୟ ୭୬ ଦିନରେ ପରେ ଚୀନରୁ ଲକଡାଉନ ସ୍ଥିତିକୁ ହଟାଇ ଦିଆଯାଇଥିଲା। ତେବେ ଲକଡାଉନ ସ୍ଥିତିକୁ ହଟାଇ ଦିଆଯିବା ପରେ ଆଉ କିଛି ନୂଆ ମାମଲା ସାମ୍ନାକୁ ଆସିଥିବା ନେଇ ଚୀନର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।  

About the Author