ଦୁନିଆର ଚମତ୍କାର ସ୍ଥାନ, ଯେଉଁଠି ହୁଏ ନାହିଁ ରାତି
ଦୁନିଆରେ ଅଛି ଏପରି କିଛି ସ୍ଥାନ ଯେଉଁଠି ସୂର୍ଯ୍ୟ ଅସ୍ତ ହୁଏ ନାହିଁ
Trending Photos
)
ଶୁଭଦ୍ରା ବେହେରା, ଭୁବନେଶ୍ୱର: ମଣିଷ ଜୀବନରେ ଏମିତି କିଛି ଭଲ ଦିନ ଆସେ ଯାହାକୁ ସେ କେବେ ଶେଷ କରିବାକୁ ଚାହେଁ ନାହିଁ । ଚାହେଁ ଏ ଦିନଟି ସେମିତି ହିଁ ରହିଥାଉ ରାତି ନ ହେଉ । କିନ୍ତୁ ଏହା ସମ୍ଭବ ନୁହେଁ । ହେଲେ ଦୁନିଆରେ କିଛି ଭାଗ୍ୟବାନ ଲୋକ ଅଛନ୍ତି ଯେଉଁ ମାନଙ୍କର ଏହି ଇଚ୍ଛା ପୂରଣ ହୋଇଛି । ଆମେ କହୁଛୁ ଦୁନିଆର ଏମିତି କିଛି ଚମତ୍କାର ଦେଶ ବିଷୟରେ ଯେଉଁଠାରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ । ଭାବନ୍ତୁ ସେଠାରେ ଦିନ କେବେ ଶେଷ ହୁଏନା ଆଉ ଆପଣଙ୍କୁ ଜଣା ହିଁ ପଡ଼ିବନି କେତେବେଳେ ଶୋଇବେ ଆଉ କେତେବେଳେ ଉଠିବେ...ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ସୂର୍ଯ୍ୟ କେବେ ଅସ୍ତ ହୁଏନାହିଁ । ବିନା କୌଣସି ବିରତିରେ ଏଠାରେ ଆପଣ ପୁରା ୨୪ ଘଣ୍ଟା ସୂର୍ଯ୍ୟ କିରଣକୁ ଅନୁଭବ କରିପାରିବେ l ତାହେଲେ ଆସନ୍ତୁ ଜାଣିବା ସେହି ସ୍ଥାନ ଗିଡ଼ୁକ ବିଷୟରେ ।
ନରୱେ: ନରୱେ ଦୁନିଆର ସବୁଠୁ ଭଲ ସନ୍ତୁଳିତ ଓ ସାଂସ୍କୃତିକ ରୂପରେ ସମୃଦ୍ଧ ଦେଶ ଅଟେ । ନରୱେକୁ ଲାଣ୍ଡ ଅଫ୍ ମିଡନାଇଟ୍ ସନ୍ କୁହାଯାଏ । ବର୍ଷର ୭୬ ଦିନ ଏଠାରେ ରାତି ହୁଏନାହିଁ । ଅର୍ଥାତ ୭୬ ଦିନ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ । ମଇ ମାସରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଏଠାରେ କେବଳ ଦିନ ହୁଏ । ଉଜ୍ୱଳ ସୂର୍ଯ୍ୟ କିରଣ ପୂରା ଦେଶକୁ ଦିନର ୨୦ ଘଣ୍ଟା ଯାଏଁ ଘେରି ରହିଥାଏ । ସ୍ୱାଲବାର୍ଡ, ନରୱେ ୟୁରୋପର ଉତ୍ତର ଇଲାକାରେ ଅବସ୍ଥିତ । ଅପ୍ରେଲ ୧୦ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଏଠାରେ ରାତି ହୁଏ ନାହିଁ ଅର୍ଥାତ ସୂ୍ଯ୍ୟ ଉଦୀୟମାନ ଅବସ୍ଥାରେ ରହିଥାଏ ।
ଆଇସଲ୍ୟାଣ୍ଡ ଏହା ଏକ ବହୁତ ସୁନ୍ଦର ଦେଶ । ଏହାର ମନୋରମ ପରିବେଶ ଲୋକଙ୍କୁ ବେଶ ଆକର୍ଷିତ କରେ । ଗ୍ରେଟ୍ ବ୍ରିଟେନ ପରେ ଏହା ୟୁରୋପର ସବୁଠୁ ବଡ଼ ଆଇସଲାଣ୍ଡ । ଏଠାରେ ଜୁଲାଇରୁ ମଇ ୧୦ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଏ ନାହିଁ । ସୂର୍ଯ୍ୟ ସବୁବେଳେ ଦିଗବଳୟ ଉପରେ ରୁହେ ।
କାନାଡ଼ା ଏହା ବିଶ୍ୱର ୨ୟ ବୃହତ୍ତ ଦେଶ । କାନାଡାର କିଛି ଅଂଶ ବର୍ଷ ତମାମ ବରଫାବୃତ ହୋଇରହିଥାଏ । ଇନୁବିକ ଓ ଉତ୍ତର ପଶ୍ଚିମ କ୍ଷେତ୍ରରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଏ ନାହିଁ ଅର୍ଥାତ ରାତି ହୁଏ ନାହିଁ ।
ଆଲାସ୍କା: ମଇ ଶେଷରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଏଠାରେ ମଧ୍ୟ ସୂର୍ଯ୍ୟ ଅସ୍ତ ହୁଏ ନାହିଁ ।
ସ୍ୱିଡେନ: ଅନ୍ୟ ଦେଶ ତୁଳନାରେ ଏଠାରେ ବହୁତ ଗରମ ଅନୁଭୂତ ହୋଇଥାଏ । ମଇର ଆରମ୍ଭ ଏବଂ ଅଗଷ୍ଟର ଶେଷ ଯାଏଁ ୪ଟା ୩୦ର ସକାଳ ଆରମ୍ଭ ହୋଇ ଅଧ ରାତିରେ ସୂର୍ଯ୍ୟ ଅସ୍ତ ହୋଇଥାଏ ।
ଫିନଲାଣ୍ଡ: ଏଠାରେ ଅନେକ ସଂଖ୍ୟାରେ ହ୍ରଦ ଏବଂ ଆଇସଲାଣ୍ଡ ରହିଛି । ଏଠାରେ ୭୩ ଦିନ ସୂର୍ଯ୍ୟ ଅସ୍ତ ହୁଏନାହିଁ ।
ସତରେ ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ତାଘର । ଏହି ସୌନ୍ଦର୍ଯ୍ୟକୁ ନା ନିୟନ୍ତ୍ରିତ କରିହୁଏ ନା ନଷ୍ଟ କରିହୁଏ । ଏହି ଦେଶରେ ରହୁଥିବା ଲୋକମାନେ ନିରନ୍ତର ସୂର୍ଯ୍ୟ କିରଣକୁ ଉପଭୋଗ କରିଥାନ୍ତି । ଖାସ୍ ଏଥିପାଇଁ ଏହି ସବୁ ଦେଶରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଥାଏ ।
More Stories