ଖୋଲିବ ଏହି ସବୁ ଦୋକାନ
Trending Photos
)
ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ଏପ୍ରିଲ ୨୦ରୁ ଲକଡାଉନ୍ କୋହଳ ହୋଇଥିବାରୁ ମାଲ ପରିବହନ, ଶ୍ରମିକ ନିୟୋଜନ ଓ ଗାଡ଼ି ମରାମତି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି । ଏନେଇ ସବୁ ଜିଲ୍ଲାପାଳ, ସିପି ଓ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ପକ୍ଷରୁ ଚିଠି କରାଯାଇଛି ।
ଏହା ଅନୁସାରେ ଶ୍ରମିକଙ୍କ ପାଇଁ କମ୍ପାନୀ ଦେଇଥିବା ପରିଚୟପତ୍ରକୁ ଦସ୍ତାବିଜ ଭାବେ ଗ୍ରହଣ କରାଯିବ। ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ କର୍ମଚାରୀଙ୍କୁ ଅନୁମତି ପତ୍ର ଦେଇପାରିବେ । ଶ୍ରମିକମାନେ କାର୍ଯ୍ୟକ୍ଷେତ୍ରକୁ ଚାଲି ଚାଲି ବା ସାଇକେଲରେ ଯାଇ ପାରିବେ। କମ୍ପାନୀ କର୍ତ୍ତୃପକ୍ଷ ପାସେଞ୍ଜର ଗାଡିରେ ୪୦% ସିଟ୍ରେ କର୍ମଚାରୀଙ୍କୁ ନେଇପାରିବେ।
ତେବେ ପାସେଞ୍ଜର ଗାଡ଼ି ରାସ୍ତା ମଝିରେ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ । ପାସେଞ୍ଜର ଗାଡ଼ି ଚଳାଚଳ ପାଇଁ ଜିଲ୍ଲାପାଳ/ସିପି/ଆରଟିଓଙ୍କ ଅନୁମତି ଆବଶ୍ୟକ ଜରୁରୀ । ରାଜପଥ କଡ଼ରେ ଢ଼ାବା ଖୋଲା ରହିବ । କିନ୍ତୁ କେବଳ ଖାଦ୍ୟ ନେବା ପାଇଁ ଅନୁମତି ଦିଆଯିବ । ଲୋକମାନେ ଖାଦ୍ୟ ପାର୍ସଲ ନେଇପାରିବେ କିନ୍ତୁ ଢାବାରେ ଖାଇବା ଉପରେ କଟକଣା ଲଗାଇଛନ୍ତି ସରକାର ।
ସେହିଭଳି ନନ୍-ହଟସ୍ପଟ ଜିଲ୍ଲାରେ ଗାଡ଼ି ମରାମତି, ବ୍ୟାଟେରୀ, ସ୍ପେୟାର ପାର୍ଟ ଖୋଲିବ । ତେବେ କେତେ ସଂଖ୍ୟାରେ ଦୋକନ ଖୋଲିବ, କେତେ ସମୟ ଖୋଲିବ ତାହା ଜିଲ୍ଲାପାଳ ସ୍ଥିର କରିବେ । କଣ୍ଟେନମେଣ୍ଟ ଜୋନ ପାଇଁ ଏହି କୋହଳ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।