ସୋନା ମହାପାତ୍ରଙ୍କର ବିକିନି ଅବତାର, ସୋସିଆଲ ମିଡିଆରେ ହେଲେ ଟ୍ରୋଲ
ନିକଟରେ ବଲିଉଡର ପ୍ଲେ-ବ୍ୟାକ୍ ସିଙ୍ଗର ସୋନା ମହାପାତ୍ର ସୁଇମିଙ୍ଗ ସୁଟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।
Trending Photos
)
ମୁମ୍ବାଇ: ନିକଟରେ ବଲିଉଡର ପ୍ଲେ-ବ୍ୟାକ୍ ସିଙ୍ଗର ସୋନା ମହାପାତ୍ର ସୁଇମିଙ୍ଗ ସୁଟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଆଉ ତାପରେ ସୋସିଆଲ ମିଡିଆରେ କିଛି ଟ୍ରୋଲର୍ସଙ୍କୁ ମିଳିଯାଇଛି ଚାନ୍ସ ତାଙ୍କୁ ଟ୍ରୋଲ କରିବା ପାଇଁ । ସୋନା ମହାପାତ୍ରଙ୍କ ବିକିନି ଅବତାରାର ଫୋଟକୁ ନେଇ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର କମେଣ୍ଟ ବକ୍ସରେ କିଏ ଦିଲ୍ ୱାଲା ଓ ଆଉ କିଏ ଫାୟାର ବାଲା ଇମୋଜି ପୋଷ୍ଟ କରିଛନ୍ତି । କିଛି ଲୋକ ସୋନାଙ୍କର ଏହି ଅବତାରକୁ ଦେଖି ତାଙ୍କର ପ୍ରଶଂସା କରିଛନ୍ତି ତୋ ଆଉ କିଛି ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ପୂର୍ବରୁ ସୋନା ମହାପାତ୍ର ସୋସିଆଲ ମିଡିଆରେ ବିବାଦରେ ରହିଆସିଛନ୍ତି । କେତେବେଳେ ତାଙ୍କ ପୋଷ୍ଟକୁ ନେଇ ତୋ, କେତେବେଳେ ନିଜ ବୟାନବାଜି ପାଇଁ ଅନେକ ସମୟରେ ସେ ବିବାଦରେ ଜଡ଼ିତ ଥାନ୍ତି । କିନ୍ତୁ ଏବେ ତାଙ୍କର ବିକିନି ଅବତାରକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି ।
କିଛି ୟୁଜର୍ସ ଏମିତି ବି ଥିଲେ ଯେଉଁମାନେ, କୈଳାଶ ଖେର୍, ଅନୁ ମଲ୍ଲିକ ଓ ମି-ଟୁ ସହିତ ସୋନା ମହାପାତ୍ରଙ୍କୁ ଯୋଡ଼ି ଅନେକ କମେଣ୍ଟ କରିଛନ୍ତି । ଟ୍ରୋଲର ଶିକାର ହେବା ପରେ ସୋନା ଟ୍ରୋଲର୍ସମାନଙ୍କୁ ଜବାବ ଦେବାକୁ ମନସ୍ଥ କରିଥିଲେ । ସୋନା ଲେଖିଛନ୍ତି ଯେ ''ମୁଁ କୌଣସି ବି ଏକ ବିଶେଷ ଢଙ୍ଗରେ ଢଳିବା ପାଇଁ ପସନ୍ଦ କରେ ନାହିଁ, ଠିକ୍ ସେହିପରି ଯେମିତି ମୁଁ ମୋ ନିଜ ପେଟ ଉପରେ କାମ କରିବାକୁ ମନା କରିଦେଇଥିଲି । ମୁଁ ଆସୁଛି ୨୦୨୦ରେ '' । ଖାଲି ଏତିକି ନୁହେଁ ସେଲିବ୍ରିଟି ହେୟାର ସ୍ଟାଇଲିସ୍ଟ ତଥା ବିଗବସ୍ କଣ୍ଟେସ୍ଟେଣ୍ଟ ସପ୍ନା ଭବନାନୀଙ୍କୁ ମଧ୍ୟ କଡ଼ା ଜବାବ ଦେଇଛନ୍ତି ।
More Stories