close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ହୁଡ୍ଡା ହେଲେ ହରିୟାଣା କଂଗ୍ରେସ ବିଧାୟକ ଦଳ ନେତା

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ହେଲେ କଂଗ୍ରେସ ବିଧାୟକ ଦଳ ନେତା । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।

ହୁଡ୍ଡା ହେଲେ ହରିୟାଣା କଂଗ୍ରେସ ବିଧାୟକ ଦଳ ନେତା
ଫାଇଲ ଫଟୋ

ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ହେଲେ କଂଗ୍ରେସ ବିଧାୟକ ଦଳ ନେତା । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ନିକଟରେ ଶେଷ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ ୩୧ ଆସନ ପାଇଥିବା କଂଗ୍ରେସ ବିରୋଧୀ ଦଳର ଭୂମିକା ଲିଭାଇବ । 

ଦଳର ମହାସଚିବ ତଥା ହରିୟାଣା କଂଗ୍ରେସ ପ୍ରଭାରୀ ଗୁଲାମ ନବୀ ଆଜାଦ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶୁକ୍ରବାର ବିଧାୟକ ଦଳ ବୈଠକ ବସିଥିଲା । ବିଧାୟକ ଦଳ ନେତା ବାଛିବା ଦାୟିତ୍ୱ ସୋନିଆ ଗାନ୍ଧୀଙ୍କ ଉପରେ ଛାଡି ଦିଆଯାଇଥିଲା । ପର୍ଯ୍ୟବେକ୍ଷକ ମଧୁସୂଦନ ମିସ୍ତ୍ରୀଙ୍କ ରିପୋର୍ଟ ପାଇବା ପରେ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ଏହି ନିଯୁକ୍ତି ଦେଇଛନ୍ତି । 

ଶୁକ୍ରବାର ଚଣ୍ଡିଗଡରେ କଂଗ୍ରେସ ନବନିର୍ବାଚିତ ବିଧାୟକଙ୍କ ବୈଠକ ବସିଥିଲା । ଏହି ବୈଠକରେ ବିଧାୟକ ଦଳ ନେତା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ଏବଂ ପୂର୍ବତନ ବିଧାୟକ ଦଳ ନେତା କିରଣ ଚୌଧୁରୀଙ୍କ ନାଁ ପ୍ରସ୍ତାବ ଦିଆଯାଇଥିଲା । ସୂତ୍ର ଅନୁସାରେ, ୨୫ ବିଧାୟକ ହୁଡ୍ଡାଙ୍କୁ ସମର୍ଥନ କରିଥିବା ବେଳେ ମାତ୍ର ୬ ବିଧାୟକ ଚୌଧୁରୀଙ୍କୁ ସମର୍ଥନ କରିଥିଲେ ।