ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ । ଭାରତର ଜଣେ ଦକ୍ଷ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚାରଣ କରିଛନ୍ତି ସମସ୍ତେ ।
୧୯୧୭ ମସିହା ନଭେମ୍ୱର ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଇନ୍ଦିରା । ଭାରତୀୟ ଜାତୀୟ କଂଗ୍ରେସର ସେ ଥିଲେ ଏକ ପ୍ରମୁଖ ଚେହେରା । ଇନ୍ଦିରା ଗାନ୍ଧୀ ଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ଏକମାତ୍ର କନ୍ୟା । ତେଣୁ ରାଜନୈତିକ ଜୀବନରେ ତାଙ୍କର ଏଣ୍ଟ୍ରି ବେଶ ଦମଦାର ରହିଥିଲା ।
Delhi: Congress Interim President Sonia Gandhi, Former Prime Minister Manmohan Singh and Former President Pranab Mukherjee pay floral tribute to Former Prime Minister Indira Gandhi on her birth anniversary. pic.twitter.com/AUuiYH12Dj
— ANI (@ANI) November 19, 2019
୧୯୬୬ରେ ଦେଶର ଶାସନ ଭାର ସେ ଗ୍ରହଣ କରିଥିଲେ । ପାକିସ୍ତାନଠୁ ବାଂଲାଦେଶ ବିଭାଜନ ଇନ୍ଦିରାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ହୋଇଥିଲେ । ଯେଉଁଥିପାଇଁ ଦେଶ ତାଙ୍କୁ ଜଣେ ଦକ୍ଷ ନେତ୍ରୀ ଭାବରେ ଗ୍ରହଣ କରେ । ସେଇଥିପାଇଁ ତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଇନ୍ଦିରାଙ୍କୁ ମାଁ ଦୁର୍ଗାଙ୍କ ଅବତାର ବୋଲି ଅବିହିତ କରିଥିଲେ ।
Tributes to our former PM Smt. Indira Gandhi Ji on her birth anniversary.
— Narendra Modi (@narendramodi) November 19, 2019