• ଚାଷୀ ଟ୍ରାକ୍ଟର ରାଲି: ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୋଲିସ
  • ବର୍ଷ ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ୧୧.୫ ପ୍ରତିଶତ ହେବ: IMF
  • ୱାର୍ଲଡ୍ ଇକୋନୋମିକ୍ ଆଉଟଲୁକ୍ ଅପଡେଟରେ ପ୍ରକାଶ ପାଇଛି, IMFର ଅନୁମାନ
  • ବର୍ଷ ୨୦୨୧ରେ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ଭାରତ ବିଶ୍ୱର ଏକ ମାତ୍ର ଦେଶ
  • ବର୍ଷ ୨୦୨୧ରେ ଚାଇନାର ଆର୍ଥିକ ଅଭିବୃଦ୍ଧି ୮.୧ ପ୍ରତିଶତ ହେବ
  • ଆଜିଠାରୁ ପୁରୀ ସେବାୟତଙ୍କ କୋଭିଡ ଟେଷ୍ଟ
  • ଡାକ୍ତରଖାନାରେ ପୁଣି ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ।
  • ନିକଟରେ ସେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିଲେ ।

ସୋନିଆ ଗାନ୍ଧୀ ଏସପିଜି ପ୍ରମୁଖଙ୍କୁ ଲେଖିଲେ ଚିଠି, ସୁରକ୍ଷା ପାଇଁ ଜଣାଇଲେ ଧନ୍ୟବାଦ

  ଗାନ୍ଧୀ ପରିବାରରୁ ଏସପିଜି ସୁରକ୍ଷାକୁ ହଟାଇ ନେଇଥିଲେ ମୋଦି ସରକାର । ଯାହା ପରେ ଶନିବାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏସପିଜି ପ୍ରମୁଖ ଅରୁଣ ସିହ୍ନାଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ବର୍ତ୍ତମାନ ଯାଏ ମିଳିଥିବା ସରୁକ୍ଷା ପାଇଁ ଏସପିଜିକୁ ଧନ୍ୟବାଦ ଜଣାଇଛନ୍ତି । ସେ ଏହି ଚିଠିରେ ଲେଖିଛନ୍ତି ଯେ ସମଗ୍ର ପରିବାର ତରଫରୁ ଏସପିଜିକୁ ଧନ୍ୟବାଦ ଜଣାଉଛି । ଯେପରି ଏସପିଜି ସମର୍ପଣ ବା ବ୍ୟକ୍ତିଗତ ଭାବେ ଆମର ଦେଖାଶୁଣା କରିଛନ୍ତି, ସେଥିପାଇଁ ସେମାନଙ୍କ ପ୍ରଶଂସା କରୁଛି ଓ ଧନ୍ୟବାଦ ଜଁଣାଉଛି ।

ସୋନିଆ ଗାନ୍ଧୀ ଏସପିଜି ପ୍ରମୁଖଙ୍କୁ ଲେଖିଲେ ଚିଠି, ସୁରକ୍ଷା ପାଇଁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ:  ଗାନ୍ଧୀ ପରିବାରରୁ ଏସପିଜି ସୁରକ୍ଷାକୁ ହଟାଇ ନେଇଥିଲେ ମୋଦି ସରକାର । ଯାହା ପରେ ଶନିବାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏସପିଜି ପ୍ରମୁଖ ଅରୁଣ ସିହ୍ନାଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ବର୍ତ୍ତମାନ ଯାଏ ମିଳିଥିବା ସରୁକ୍ଷା ପାଇଁ ଏସପିଜିକୁ ଧନ୍ୟବାଦ ଜଣାଇଛନ୍ତି । ସେ ଏହି ଚିଠିରେ ଲେଖିଛନ୍ତି ଯେ ସମଗ୍ର ପରିବାର ତରଫରୁ ଏସପିଜିକୁ ଧନ୍ୟବାଦ ଜଣାଉଛି । ଯେପରି ଏସପିଜି ସମର୍ପଣ ବା ବ୍ୟକ୍ତିଗତ ଭାବେ ଆମର ଦେଖାଶୁଣା କରିଛନ୍ତି, ସେଥିପାଇଁ ସେମାନଙ୍କ ପ୍ରଶଂସା କରୁଛି ଓ ଧନ୍ୟବାଦ ଜଁଣାଉଛି ।

ସେ ଆଗକୁ ଆହୁରି ଲେଖିଛନ୍ତି ଯେ ଏସପିଜି ହାତରେ ମୋର ଓ ପୁରା ପରିବାର ସୁରକ୍ଷା ଥିଲା । ଆମେ ବିଶ୍ୱାସ ହୋଇଯାଇଛି ଯେ ଆମର ସୁରକ୍ଷା ବ୍ୟବସ୍ଥା ସବୁଠାରୁ ଭଲ ହାତର ରହିଛି । ବିଗତ ୨୮ ବର୍ଷରେ ପ୍ରତ୍ୟେକ ଦିନ ଯେପରି ଏସପିଜି ଆମର ସୁରକ୍ଷା କରିଛି । ସେଥିପାଇଁ ଧନ୍ୟବାନ । ଏସପିଜି ହେଉଛି ଏକ ଅସାଧାରଣ ଫୋର୍ସ । ଏହାର ସଦସ୍ୟକୁ ଦିଆଯାଇଥିବା ପ୍ରତ୍ୟେକ ଟାସ୍କ ପୁରା ନିଷ୍ଠା ଓ ଦେଶପ୍ରେମ ସହ କରନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷା କହିଛନ୍ତି ।

ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ, ଶୁକ୍ରବାର ମୋଦି ସରକାର ଗାନ୍ଧୀ ପରିବାରର ଏହି ଏସପିଜି ସୁରକ୍ଷା ଘେରାକୁ ହଟାଇ ନେଇଥିଲେ । ଏହା ପରିବର୍ତ୍ତେ ଗାନ୍ଧୀ ପରିବାରକୁ z+ ସୁରକ୍ଷା ପ୍ରଦାନ କରାଯିବ । ମୋଦି ସରକାରଙ୍କ ଏହି ନିଷ୍ପତ୍ତିର ବିରୋଧ କରି କଂଗ୍ରେସ କହିଥିଲା ଯେ ଏହା ଏକ ଷଡ଼ଯନ୍ତ୍ର, ଏହି ନିଷ୍ପତ୍ତି ପଛରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ହାତ ରହିଛି ।     

ମୋଦି ସରକାର ଏସପିଜି ସୁରକ୍ଷା ବ୍ୟବସ୍ଥା ଉଠାଇ ନେବା ପରେ ଗାନ୍ଧୀ ପରିବାରଙ୍କ ସୁରକ୍ଷା ପାଇଁ ଜେଟ ପ୍ଲସ ସୁରକ୍ଷା ଓ ସିଆରପିଏଫ କମାଣ୍ଡୋ ସୁରକ୍ଷା ଡ୍ୟୁଟିରେ ମୁତୟନ ହେବେ । ମିଳୁଥିବା ସୂଚନା ଅନୁସାରେ, ଏହି ନିଷ୍ପତ୍ତି ଗୃହ ମନ୍ତ୍ରାଳୟର ଉଚ୍ଚ ସ୍ତରୀୟ ବୈଠକରେ ନିଆଯାଇଛି । ଏହାର ଅର୍ଥ ହେଲା ବର୍ତ୍ତମାନ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଏସପିଜି ସୁରକ୍ଷା ମିଳିବ । ବର୍ତ୍ତମାନ ଏହି ଏସପିଜି ସୁରକ୍ଷା ବ୍ୟବସ୍ଥା ପିଏମ ମୋଦି ସହ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳୁଛି ।