close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କାହିଁକି ଇମ୍ରାନକୁ ଚାପୁଡ଼ା ମାରିଲେ ସାଉଦି କ୍ରାଉନ୍ ପ୍ରିନ୍ସ !

ଅଧା ବାଟରୁ ଫେରିଥିଲେ ଇମ୍ରାନ । ରହସ୍ୟ ହଟାଇଲା ପାକିସ୍ତାନର ସାପ୍ତାହିକ ପତ୍ରିକା ଦ' ଫ୍ରାଇଡେ ଟାଇମ୍ସ । ଅଧାବାଟରୁ ବିମାନ ଫେରାଇ ନେଇଥିଲେ ସାଉଦି କ୍ରାଉନ୍ ପ୍ରିନ୍ସ ।

କାହିଁକି ଇମ୍ରାନକୁ ଚାପୁଡ଼ା ମାରିଲେ ସାଉଦି କ୍ରାଉନ୍ ପ୍ରିନ୍ସ !

ନୂଆଦିଲ୍ଲୀ: ସାଉଦି ଆରବ କ୍ରାଉନ ପ୍ରିନ୍ସଙ୍କ ବିମାନରେ ନ୍ୟୁୟର୍କରୁ ଇସଲାମାବାଦ ଫେରିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅଧା ବାଟରୁ କାହିଁକି ଫେରିଥିଲେ ? ଏହି ରହସ୍ୟ ଉପରୁ ଏବେ ପାକିସ୍ତାନର ସାପ୍ତାହିକ ପତ୍ରିକା ଦ' ଫ୍ରାଇଡେ ଟାଇମ୍ସ ପରଦା ଉଠାଇଛି । ୟୁଏନଜିଏରେ ଯୋଗ ଦେଇ ଫେରିବା ବାଟରେ ବିମାନ ଖରାପ ହୋଇ ନଥିଲା, ସାଉଦି ଆରବ କ୍ରାଉନ ଫ୍ରିନ୍ସ ସଲମାନ୍ ଅଧା ଆକାଶରୁ ବିମାନ ଫେରାଇ ନେଇଥିଲେ ବୋଲି ଏବେ ଜଣାପଡ଼ିଛି । ଯାହା ଇମ୍ରାନଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା । 

ଜନ୍ମମାଟିରୁ ବିଦେଶ ପର୍ଯ୍ୟନ୍ତ ସବୁଠି କେବଳ ଅପମାନ ଆଉ ଅପମାନ । ଗତ ଦୁଇ ସପ୍ତାହ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏତେଥର ଅପମାନିତ ହୋଇଛନ୍ତି ଯେ ସେ ନିଜେ ମଧ୍ୟ ଏହାକୁ ଗଣି ପାରି ନଥିବେ । ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାମିଲ ହେବା ପାଇଁ ଇମ୍ରାନ ଖାନ୍, ସାଉଦି ଆରବର କ୍ରାଉନ ପ୍ରିନ୍ସ ସଲମାନଙ୍କ ବିମାନରେ ଯାଇଥିଲେ । କିନ୍ତୁ ଏହି ବିମାନରେ କାହିଁକି ଫେରି ପାରିନଥିଲେ ଇମ୍ରାନ ଏହାକୁ ନେଇ ପ୍ରଶ୍ନ ଉଠିଥିଲା । ଏବେ ଏନେଇ ବଡ଼ ଖୁଲାସା ହୋଇଛି । ନ୍ୟୁୟର୍କରୁ ଇମ୍ରାନ ଖାନ୍ ଯେତେବେଳେ ଇସଲାମାବାଦ ଫେରୁଥିଲେ, ସେତେବେଳେ ଏହି ଖବର ପ୍ରଚାର କରଯାଇଥିଲା କି ବିମାନରେ ଯାନ୍ତ୍ରିତ ତ୍ରୁଟି ଯୋଗୁଁ ଇମ୍ରାନଙ୍କୁ ପୁଣିଥରେ ନ୍ୟୁୟର୍କ ଫେରିବାକୁ ପଡ଼ିଥିଲା । କିନ୍ତୁ ଏହି ଖବର ସତ୍ୟ ନଥିଲା । ଏବେ ସତ୍ୟର ପର୍ଦ୍ଦାଫାସ କରିଛି ପାକିସ୍ତାନର ସାପ୍ତାହିକ ପତ୍ରିକା ଦ' ଫ୍ରାଇଡେ ଟାଇମ୍ସ । ଦ' ଫ୍ରାଇଡେ ଟାଇମ୍ସ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ ବିମାନରେ ଉଡ଼ାଣ ସମୟରେ ମଧ୍ୟ ଇମ୍ରାନଙ୍କୁ ବଡ଼ ଅପମାନର ସାମ୍ନା କରିବାକୁ ପଡ଼ିଥିଲା ।

ମିଳିତ ଜାତିସଂଘରେ କାଶ୍ମୀର ପ୍ରସଙ୍ଗରେ ନିଜ ଭାଷଣରେ ନିଆଁ ଲଗାଇବା ପରେ ଇମ୍ରାନ ଖାନ, ସାଉଦି ଆରବର କ୍ରାଉନ ପ୍ରିନ୍ସଙ୍କ ରାଜକୀୟ ବିମାନରେ ନ୍ୟୁୟର୍କରୁ ଫେରୁଥିଲେ । ବିମାନ ଆକାଶରେ ଥିଲା । କିନ୍ତୁ କ୍ରାଉନ ପ୍ରିନ୍ସ ଇମ୍ରାନଙ୍କ ଭାଷଣ ଶୁଣିବା ପରେ ଆକସ୍ମିକ ଭାବରେ ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ । ଇସଲାମାବାଦ ଅଭିମୁଖେ ବାହାରି ଥିବା ନିଜ ବିମାନକୁ ନ୍ୟୁୟର୍କ ଫେରାଇ ନେବାକୁ ନିର୍ଦ୍ଦେଶ ଜାରି କରିଥିଲେ ସଲମାନ । ଏତିକିରେ ଶାନ୍ତ ହୋଇନଥିଲେ କ୍ରାଉନ ପ୍ରିନ୍ସ ସଲମାନଙ୍କ ରାଗ । ପାକିସ୍ତାନ ପ୍ରତିନିଧିମଣ୍ଡଳୀଙ୍କ ସହ ଇମ୍ରାନ ଖାନଙ୍କୁ ମଧ୍ୟ ବିମାନରୁ ଓହ୍ଲେଇଯିବାକୁ ସେ ନିର୍ଦ୍ଦେଶ ଜାରି କରିଥିଲେ ଽ କାଉନ ପ୍ରିନ୍ସଙ୍କ ବିମାନରୁ ଓହ୍ଲାଇବା ପରେ ସାଧାରଣ ଯାତ୍ରୀଙ୍କ ପରି କମର୍ସିଆଲ ବିମାନରେ ଇମ୍ରାନଙ୍କୁ ଇସଲାମାବାଦ ଫେରିବାକୁ ପଡ଼ିଥିଲା । ସାଉଦି ଆରବରୁ ନ୍ୟୁୟର୍କ ଯିବା ପାଇଁ ନିଜେ କ୍ରାଉନ ପ୍ରିନ୍ସ ନିଜ ବିମାନକୁ ନିୟୋଜିତ କରିଥିଲେ । କାରଣ ଆମେରିକା ଗସ୍ତ ପୂର୍ବରୁ ଇମ୍ରାନ ସାଉଦି ଆରବ ଗସ୍ତରେ ଥିଲେ । ନ୍ୟୁୟର୍କ କିପରି ଯିବେ ବୋଲି ଯେତେବେଳେ କ୍ରାଉନ ପ୍ରିନ୍ସ ପ୍ରଚାରିଥିଲେ ସେତେବେଳେ ଇମ୍ରାନ ଖାନ୍ କମର୍ସିଆଲ ଫ୍ଲାଇଟରେ ଯିବେ ବୋଲି କହିଥିଲେ । ଏହାପରେ କ୍ରାଉନ ପ୍ରିନ୍ସ ସହଯୋଗ ଉଦ୍ଦେଶ୍ୟରେ ନିଜ ବିମାନ ବ୍ୟବହାର କରିବାକୁ ଦେଇଥିଲେ । କିନ୍ତୁ ସେତେବେଳେ ଖୋଦ୍ କ୍ରାଉନ ପ୍ରିନ୍ସଙ୍କୁ ମଧ୍ୟ ଜଣାନଥିଲା କି ଇମ୍ରାନ ବନ୍ଧୁତାର ଭାଷା ବ୍ୟବହାର କରି ତାଙ୍କୁ ପାକିସ୍ତାନର ସମର୍ଥକରେ ବାହାରିବାକୁ ଅପଚେଷ୍ଟା କରୁଛନ୍ତି । ତାଙ୍କୁ ଇସ୍ଲାମିକ ବ୍ଲକରେ ସାମିଲ କରିବା ସହ ଭାରତ ବିରୋଧୀ ନାରାକୁ ସମର୍ଥନ କରିବାକୁ ପ୍ରୟାସ କରାଯାଉଥିବା ଜାଣି ପାରିଥିଲେ କ୍ରାଉନ ପ୍ରିନ୍ସ । ୟୁଏନଜିଏରେ ଭାରତ ବିରୋଧରେ ବିଷ ଓଗାଳିବା ପରେ କ୍ରାଉନ ପ୍ରିନ୍ସ ଏକଥା ଜାଣି ପାରିନଥିଲେ । ଏହି ସମୟରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଉଚିତ୍ ଜବାବ ଦେବା ପାଇଁ ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ କ୍ରାଉନ ପ୍ରିନ୍ସ । 

ଯେତେବେଳେ ଇମ୍ରାନ ନ୍ୟୁୟର୍କରେ ପହଞ୍ଚିଥିଲେ, ସେତେବେଳେ ରେଡ୍ କାର୍ପେଟ ବଦଳରେ ଏକ ଛୋଟ ନାଲି ମ୍ୟାଟ୍ ବିଛାଇ ଦିଆଯାଇଥିଲା । ଆମେରିକାରେ ପହଞ୍ଚିବା ମୁହୂର୍ତ୍ତରୁ ହିଁ ଆରମ୍ଭ ହୋଇଥିଲା ଅପମାନ ।  ୟୁଏନଜିଏରେ ଯେତେବେଳେ ଇମ୍ରାନ ଭାଷଣ ଆରମ୍ଭ କରିଥିଲେ ସେତେବେଳେ ଅଧା ହଲ୍ ଖାଲି ପଡ଼ିଥିଲା । ଯେତେବେଳେ ସାଉଦି ଆରବ ବିମାନରେ ଫେରିଥିଲେ ସେତେବେଳେ ମଧ୍ୟ ଆକାଶରେ ମିଳିଥିଲା ଅପମାନ । ଏତେ ସବୁ ଅପମାନ ପାଇବା ପରେ ମଧ୍ୟ ପାକିସ୍ତାନରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ନିଜ ଦଳୀୟ କର୍ମୀଙ୍କୁ ଏୟାରପୋର୍ଟକୁ ଡାକି ଆଣିଥିଲେ ଇମ୍ରାନ ଖାନ୍ । କିନ୍ତୁ ଏବେ ପାକିସ୍ତାନର ସବୁଠାରୁ ଭରଷାଯୋଗ୍ୟ ୩୦ ବର୍ଷ ପୁରୁଣା ପତ୍ରିକା ଦ' ଫ୍ରାଇଡେ ଟାଇମ୍ସରେ ରିପୋର୍ଟ ପ୍ରକାଶ ପରେ ଇମ୍ରାନଙ୍କୁ ମିଳିଛି ସାଙ୍ଘାତିତ ଅପମାନ ।