close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିସିସିଆଇରେ ଚଳିବ 'ଦାଦାଗିରି', ଭାଙ୍ଗିବ କି ଶାସ୍ତ୍ରୀ ଓ କୋହଲିଙ୍କ ଯୋଡ଼ି!

ଏଣିକି ବିସିସିଆଇରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଯୁଗ । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୋଇପାରନ୍ତି ବିସିସିଆଇର ନୂଆ ଅଧ୍ୟକ୍ଷ । ନାମାଙ୍କନ ଦାଖଲ କରିବା ପାଇଁ ମୁମ୍ବାଇ ପହଞ୍ଚିଛନ୍ତି ଗାଙ୍ଗୁଲି।ବର୍ତ୍ତମାନରୁ ସମସ୍ତ ଅନୁମାନ କରୁଛନ୍ତି ଯେ ବିସିସିଆଇର ନୂଆ ବୋସ୍ ଦାଦା ହିଁ ହେବେ ।

ବିସିସିଆଇରେ ଚଳିବ 'ଦାଦାଗିରି', ଭାଙ୍ଗିବ କି ଶାସ୍ତ୍ରୀ ଓ କୋହଲିଙ୍କ ଯୋଡ଼ି!
Sourav Ganguly may be next BCCI president

ନୂଆଦିଲ୍ଲୀ: ଏଣିକି ବିସିସିଆଇରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଯୁଗ । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୋଇପାରନ୍ତି ବିସିସିଆଇର ନୂଆ ଅଧ୍ୟକ୍ଷ । ନାମାଙ୍କନ ଦାଖଲ କରିବା ପାଇଁ ମୁମ୍ବାଇ ପହଞ୍ଚିଛନ୍ତି ଗାଙ୍ଗୁଲି।ବର୍ତ୍ତମାନରୁ ସମସ୍ତ ଅନୁମାନ କରୁଛନ୍ତି ଯେ ବିସିସିଆଇର ନୂଆ ବୋସ୍ ଦାଦା ହିଁ ହେବେ ।

ଆପଣଙ୍କୁ କହି ରଖୁଛୁ ଯେ, ଭାରତୀୟ ଟିମର କୋଚ ରବି ଶାସ୍ତ୍ରୀ ଓ ଗାଙ୍ଗୁଲିଙ୍କ ମଧ୍ୟରେ ସମ୍ପର୍କ ଏତେଟା ମଧୁର ନୁହଁ।ଗାଙ୍ଗୁଲି ସେହି କ୍ରିକେଟ ଉପଦେଷ୍ଟା ସମିତି(ସିଏସି)ର ସଦସ୍ୟ ଥିଲେ, ଯେଉଁ ସମିତି ୨୦୧୬ରେ ଶାସ୍ତ୍ରୀଙ୍କ ପରିବର୍ତ୍ତେ କୁମ୍ବଲେଙ୍କୁ ଟିମ ଇଣ୍ଡିଆର କୋଚ ନିଯୁକ୍ତି ଦେଇଥିଲା।ଯାହା ପରେ ଦୁହେଁଙ୍କ ମଧ୍ୟରେ ବିବାଦ ବଢି ଚାଲିଥିଲା ।

୨୦୧୬ରେ ହେଡ କୋଚ ପାଇଁ ହୋଇଥିବା ସାକ୍ଷାତକାରରେ ଗାଙ୍ଗୁଲି ଅନୁପସ୍ଥିତ ରହିଥିଲେ । ସେହି ସମୟରେ ଶାସ୍ତ୍ରୀ କହିଥିଲେ ଯେ ଗାଙ୍ଗୁଲି ତାଙ୍କୁ ହେଡ କୋଚ ଭାବେ ଦେଖିବାକୁ ଚାହୁଁ ନାହାନ୍ତି । ୨୦୧୭ରେ ବିରାଟ କୋହଲିଙ୍କ ସହ ଅନୀଲ କୁମ୍ବଲେଙ୍କ ସମ୍ବନ୍ଧରେ ତିକ୍ତତା ପରେ ଶାସ୍ତ୍ରୀଙ୍କୁ ଟିମ ଇଣ୍ଡିଆର କୋଚ କରାଯାଇଥିଲା । ୨୦୧୭ରେ ମଧ୍ୟ ଗାଙ୍ଗୁଲି ସିଏସି ସଦସ୍ୟ ଥିଲେ।ଦେଖିବାକୁ ଗଲେ ଦୁହେଁଙ୍କ ମଧ୍ୟରେ ବିବାଦ ବହୁ ପୁରୁଣା ।

୨୦୧୭ରେ ଶାସ୍ତ୍ରୀଙ୍କୁ ଟିମ ଇଣ୍ଡିଆର କୋଚ ଭାବେ ନିଯୁକ୍ତି ଦେବାର ସପକ୍ଷରେ ନ ଥିଲେ ଗାଙ୍ଗୁଲି। କିନ୍ତୁ କୋହଲିଙ୍କ ଜିଦ୍ ଯୋଗୁଁ ଏମିତି କରିବାକୁ ପଡିଥିଲା । ୨୦୦୭ରେ ଯେତେବେଳେ ଶାସ୍ତ୍ରୀ ଟିମ ଇଣ୍ଡିଆର ମ୍ୟାନେଜର ଥିଲେ, ସେହି ସମୟରୁ ଦୁହେଁ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା  । ଥରେ ଗାଙ୍ଗୁଲିଙ୍କ ବିନା ଶାସ୍ତ୍ରୀ ଟିମ ଇଣ୍ଡିଆର ବସ ନେଇ ଚାଲିଯାଇଥିଲେ।କାରଣ ଦାଦାଙ୍କୁ ଆସିବାରେ ବିଲମ୍ବ ହୋଇଥିଲା । ସେହି ସମୟରେ ଶାସ୍ତ୍ରୀ ଟିମ ଇଣ୍ଡିଆର ମ୍ୟାନେଜର ଥିଲେ। ଯଦି ଗାଙ୍ଗୁଲି ବିସିସିଆଇର ନୂଆ ଅଧ୍ୟକ୍ଷ ହୁଅନ୍ତି, ତେବେ ସେତେବେଳେ ଦେଖିବାକୁ ହେବ କୋହଲି ଓ ଶାସ୍ତ୍ରୀଙ୍କ ଯୋଡ଼ିର ଭବିଷ୍ୟତ କଣ ହେଉଛି.