ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅତିଶୀଘ୍ର ଆରମ୍ଭ କରିବାକୁ ଯାଉଛି ଆଉଁ ଏକ ନୂଆ ଇଂନିସ । ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ଆଧିକାରୀକ ଭାବେ ଅକ୍ଟୋବର ୨୩ରୁ ନିଜ କାର୍ଯ୍ୟଭାର ସମ୍ଭାଳିବେ ।
ଅନ୍ୟପଟେ ଗାଙ୍ଗୁଲି ସ୍ପଷ୍ଟ କରି ଦେଇଛନ୍ତି ଯେ, ଲୋଧା କମିଟିର ସୁପାରିଶକୁ ଧ୍ୟାନରେ ରଖି ଟିମ ଇଣ୍ଡିଆର କୋଚ ରବି ଶାସ୍ତ୍ରୀ ଚୟନ କମିଟିର ବୈଠକରେ ଅଂଶ ଗ୍ରହଣ କରିବେ ନାହିଁ । ବାଲାଂଦେଶ ସିରିଜ ପାଇଁ ଟିମ ଇଣ୍ଡିଆର ଚୟନ କରିବା ପାଇଁ ଅକ୍ଟୋବର ୨୧ରେ ବୈଠକ ହେବାର ଥିଲା । କିନ୍ତୁ ଏହାର ଦିନ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଟିମର ଚୟନ ଅକ୍ଟୋବର ୨୪ରେ ହେବ ।
ଅକ୍ଟୋବର ୨୩ରେ ଦାଦା ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଅନ୍ୟପକ୍ଷେ ସେ ଚୟନ କମିଟିର ବୈଠକରେ ଅଂଶ ଗ୍ରହଣ କରି ପାରିବେ ନାହିଁ । ତେଣୁ ଏହି ପରିସ୍ଥିତିରେ ବୈଠକ ପୂର୍ବରୁ ସେ ଚୟନ କମିଟିର ସଦସ୍ୟଙ୍କ ସହ ଆଲୋଚନା କରିପାରନ୍ତି ।
ଟିମ ଇଣ୍ଡିଆର ଚୟନ ବେଳେ କମିଟିର ସଦସ୍ୟ, ଅଧିନାୟକ ବିରାଟ କୋହଲି ଓ ବୋର୍ଡ ସଚିବ ଉପସ୍ଥିତ ରହିବେ । କିନ୍ତୁ କୋଚ ରବି ଶାସ୍ତ୍ରୀଙ୍କୁ ଏଣ୍ଟ୍ରି ମିଳିବ ନାହିଁ । ଗାଙ୍ଗୁଲ ଆସିବା ପରେ ଭାରତୀୟ କ୍ରିକେଟରେ ଥିବା ଅସାମଞ୍ଜସ୍ୟର ସ୍ଥିତି ସ୍ପଷ୍ଟ ହେବ । ବିଗତ ଚାରି ପାଞ୍ଚ ବର୍ଷରୁ ଘରୋଇ କ୍ରିକେଟ ନ ଖେଳିବାକୁ ନେଇ କୌଣସି ଜବାବଦେହୀ ନଥିଲା । କିନ୍ତୁ ବର୍ତ୍ତମାନ ସମସ୍ତ କ୍ରିକେଟରଙ୍କୁ ଏଥିପାଇଁ ଜବାବ ଦେବାକୁ ପଡିବ ।