close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଜିଠୁ ବିସିସିଆଇର ଅଧ୍ୟକ୍ଷ ହେଲେ ସୌରଭ ଗାଙ୍ଗୁଲି

ଆଜିଠୁ ଆରମ୍ଭ ହୋଇଛି ଦାଦାଙ୍କ ଯୁଗ । ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଏହି ପୂର୍ବତନ ଅଧିନାୟକ ।

ଆଜିଠୁ ବିସିସିଆଇର ଅଧ୍ୟକ୍ଷ ହେଲେ ସୌରଭ ଗାଙ୍ଗୁଲି
ବିସିସିଆଇ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରୁଛନ୍ତି 'ଦାଦା'

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବସ୍ ହେଲେ ସୌରଭ ଗାଙ୍ଗୁଲି । ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଏହି ପୂର୍ବତନ ଅଧିନାୟକ । ଆଜିଠୁ ଆରମ୍ଭ ହୋଇଛି ଦାଦାଙ୍କ ଯୁଗ । ଆଉ ଏହା ପରେ ସୌରଭ ଗାଙ୍ଗୁଲିଙ୍କ ଫ୍ୟାନ୍ସଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି ।

ଆଜି ସୌରଭ ଦାୟିତ୍ୱ ନେବା ପରେ ବିସିସିଆଇରେ ନୂଆ ଯୁଗର ଆରମ୍ଭ ହୋଇଛି । ଏହାସହ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନରେ ପୁନଚ୍ଛେଦ ପଡିଛି । ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି ଗାଙ୍ଗୁଲିଙ୍କ ନାମାଙ୍କନ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦାଦାଙ୍କ ଯୁଗ ମାତ୍ର ୯ ମାସ ପର୍ଯ୍ୟନ୍ତ ଚାଲିବ । ଭାରତୀୟ କ୍ରିକେଟଙ୍କୁ ଯେଉଁ ଢଙ୍ଗରେ ସୌରଭ ଦେଖିବାକୁ ଚାହାନ୍ତି, ତାହା ମାତ୍ର ୯ ମାସର ସମୟ ସୀମା ମଧ୍ୟରେ ତାଙ୍କୁ କରିବାକୁ ପଡିବ । କାହିଁକିନା ନୂଆ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ୬ବର୍ଷର କାର୍ଯ୍ୟକାଳ ପରେ କୁଲିଙ୍ଗ୍ ଅଫ୍ ପିରିୟଡ ବାଧ୍ୟତାମୂଳକ ଭାବେ ଲାଗୁ ହେବ । 

ତେବେ ଗାଙ୍ଗୁଲି ବିସିସିଆଇରେ ବେଙ୍ଗଲ୍ କ୍ରିକେଟ୍ ଆସୋସିଏସନ୍ (ସିଏବି)ର ସମ୍ପାଦକ ଏବଂ ପରେ ଅଧ୍ୟକ୍ଷ ଭାବେ ଦାୟୁତ୍ୱ ତୁଲାଇ ସାରିଛନ୍ତି । ତେଣୁ ଏଥିରୁ ପାଇଥିବା ଅଭିଜ୍ଞତାକୁ କାମରେ ଲଗାଇ ପାରିବେ ସେ । ଏହାସହ ଭାରତୀୟ କ୍ରିକେଟକୁ ଏକ ଉଚ୍ଚ ସ୍ତରକୁ ନେବେ ବୋଲି ସମସ୍ତେ ଆଶା ରଖିଛନ୍ତି । ମୁମ୍ବାଇରେ ଦାଦା ଭାବରେ ପରିଚିତ ସୌରଭ ଗାଙ୍ଗୁଲି ଆଜି ଦାୟୁତ୍ୱ ଗ୍ରହଣ କରିବା ପରେ କ୍ରୀଡାପ୍ରେମୀଙ୍କ ଭିତରେ ରହିଛି ଭରପୁର ଉତ୍ସାହ । 

ଗାଙ୍ଗୁଲିଙ୍କ ପ୍ରତି କ୍ରୀଡାପ୍ରେମୀଙ୍କ ଭଲପାଇବା କେତେ, ତାହା ଆଜି ସୋସିଆଲ ମିଡିଆ କହୁଛି । ଯେଉଁଠି ଦେଖିଲେ ଦାଦା ହିଁ ଦାଦା । ଟ୍ୱିଟରରେ ଟ୍ରେଣ୍ଡ କରୁଛି କଂଗ୍ରାଜୁଲେସନ ଦାଦା । ଆହୁରି ମଧ୍ୟ ଫେସବୁକ,ହ୍ୱାଟ୍ସଆଫରେ ବି ଦାଦାଙ୍କୁ ନେଇ ଚର୍ଚ୍ଚା ସରଗରମ । ଆଗକୁ ଦାଦା କଣସବୁ ପଦକ୍ଷେପ ନେବେ, ତା ଉପରେ ସମସ୍ତଙ୍କ ନଜର ରହିଛି ।