• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଶୀତକାଳୀନ ଅଧିବେଶନ ପୂର୍ବରୁ ସମସ୍ତ ସ୍ଥାୟୀ କମିଟିର ଅଧ୍ୟକ୍ଷଙ୍କ ସହ ବାଚସ୍ପତିଙ୍କ ଆଲୋଚନା

ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ସମସ୍ତ ସ୍ଥାୟୀ କମିଟିର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଶୀତକାଳୀନ ଅଧିବେଶନ ପୂର୍ବରୁ ସମସ୍ତ ସ୍ଥାୟୀ କମିଟିର ଅଧ୍ୟକ୍ଷଙ୍କ ସହ ବାଚସ୍ପତିଙ୍କ ଆଲୋଚନା
file photo

ଯଯାତି ମହାନ୍ତି, ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ସମସ୍ତ ସ୍ଥାୟୀ କମିଟିର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଭିନ୍ନ ବିଭାଗରେ ସଂସ୍କାର ପାଇଁ ଗଠିତ ସ୍ଥାୟୀ କମିଟିରେ ସରକାରୀ ଅଧିକାରୀଙ୍କ ବଦଳରେ ବିଶେଷଜ୍ଞଙ୍କୁ ନିଆଯିବାକୁ ନିଷ୍ପତି ହୋଇଛି । ବିଶେଷଜ୍ଞଙ୍କ ମତାମତକୁ ଗୁରୁତ୍ୱ ଦିଆଯାଇ ସ୍ଥାୟୀ କମିଟି ବିଧାନସଭାକୁ ସୁପାରିଶ କରିବେ । ତେବେ କେଉଁ ବିଭାଗରେ କାହାକୁ ବିଶେଷଜ୍ଞ ଭାବେ ନିଆଯିବ ତାର ତାଲିକା ପ୍ରସ୍ତୁତ ପରେ ଏ ବାବଦରେ ବାଚସ୍ପତି ଚୂଡ଼ାନ୍ତ ନିଷ୍ପତି ନେବେ । ସେହିପରି ଓଡ଼ିଶା ବିଧାନସଭାରେ ଇ-ବିଧାନସଭା କାର୍ଯ୍ୟକାରୀ ହୋଇଛି । ଏଣିକି ସମସ୍ତ ପ୍ରଶ୍ନ ଓ ଉତ୍ତର ଅନଲାଇନ୍ ଜରିଆରେ ଇ-ବିଧାନସଭା ପୋର୍ଟାଲରେ ଉପଲବ୍ଧ ହେବ । ସେହିପରି ବିଭିନ୍ନ ସ୍ଥାୟୀ କମିଟିର ସୁପାରିଶ, ରିପୋର୍ଟ ମଧ୍ୟ ଇ-ବିଧାନସଭା ପୋର୍ଟାଲରେ ଉପଲବ୍ଧ ହେବ । ସ୍ଥାୟୀ କମିଟିର ସୁପାରିଶକୁ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଉନଥିବାରୁ ବୈଠକରେ ଏ ନେଇ ଉଦବେଗ ପ୍ରକାଶ ପାଇଛି । ତେବେ ସ୍ଥାୟୀ କମିଟିର ରିପୋର୍ଟକୁ ଗୁରୁତର ସହ ନେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯିବ ବୋଲି ବାଚସ୍ପତି କହିଛନ୍ତି ।