• ରାଜ୍ୟରେ ଆଜି ୧୨,୨୩୮ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୧୯ ଜଣଙ୍କ ଜୀବନ ନେଲା କୋରୋନା
  • ବରଗଡ଼ ବିକାଶ ହସ୍ପିଟାଲରେ ICU ଶଯ୍ୟା ଓ ୧୦୦ ଭେଣ୍ଟିଲେଟରର VC ଜରିଆରେ ଶୁଭାରମ୍ଭ
  • VC ଜରିଆରେ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଇଣ୍ଡିଆନ ଅଏଲର CSR ପାଣ୍ଠିରୁ ଖର୍ଚ୍ଚ ହୋଇଛି ୧୧ କୋଟି ୫୦ ଲକ୍ଷ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩୯୧୫ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪ ଲକ୍ଷ ୧୪ ହଜାର ୧୮୮ କୋରୋନାରେ ଆକ୍ରାନ୍ତ
  • ପଶ୍ଚିମବଙ୍ଗରେ ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ

କେନ୍ଦ୍ରାପଡ଼ା ପାଇଁ ହାତ ଖୋଲିଦେଲେ ନବୀନ

 କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଙ୍କ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୮ କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି

କେନ୍ଦ୍ରାପଡ଼ା ପାଇଁ ହାତ ଖୋଲିଦେଲେ ନବୀନ
ତୁଳସୀକ୍ଷେତ୍ରର ବିକାଶକୁ ମୁଖ୍ୟମନ୍ତ୍ରୀଙ୍କ ଫୋକସ

ବିଭୂତି ଭୂଷଣ ଦାସ, କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ରର ବିକାଶକୁ ମୁଖ୍ୟମନ୍ତ୍ରୀଙ୍କ ଫୋକସ । କେନ୍ଦ୍ରାପଡ଼ା ପାଇଁ ହାତ ଖୋଲିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଙ୍କ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୮ କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ବଳଦେବଜୀଉ ମନ୍ଦିର ଓ ଏହାର ପରିସରକୁ ଆଲୋକମାଳାରେ ସୁସଜ୍ଜିତ କରାଯିବ ସହ, ବଡ଼ଦାଣ୍ଡର ଉନ୍ନତିକରଣ କରାଯିବ । ଏହା ସହ ବଡ଼ଦାଣ୍ଡର ଦୁଇପାର୍ଶ୍ୱକୁ ମଧ୍ୟ ଆଲୋକମାଳାରେ ସଜ୍ଜିତ କରାଯିବ । ସେହିପରି କେନ୍ଦ୍ରାପଡାରେ ଏକ ଆଧ୍ୟାତ୍ମିକ ଉଦ୍ୟାନ ନିର୍ମାଣ କରାଯିବା ସହ, ବଳଦେବଜୀଉ ଐତିହ୍ୟ ପୁଷ୍କରିଣୀର ମଧ୍ୟ ପୁନରୁଦ୍ଧାର କରାଯିବ । ବଳଦେବଜୀଉ ମନ୍ଦିର କୀର୍ତ୍ତିରାଜିର ଉପଯୁକ୍ତ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ । ଏହି ସବୁ ଉନ୍ନତିକରଣ କାମର ରଥଯାତ୍ରା ପୂର୍ବରୁ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଲୋକସେବା ଭବନରେ ଭିଡ଼ିଓ କନଫରେନ୍ସି ଯୋଗେ କେନ୍ଦ୍ରାପଡ଼ା ସାଂସଦ, ବିଧାୟକ, ଜିଲ୍ଲାପାଳ, ମନ୍ଦିର ଟ୍ରଷ୍ଟ ଏବଂ ସେବାୟତଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।