• ଦିଲ୍ଲୀରେ ଉଗ୍ରରୂପ ନେଇଛି ଚାଷୀ ଆନ୍ଦୋଳନ ।
  • ଆନ୍ଦୋଳନ ସମୟରେ ହିଂସା ଭିଆଉଛନ୍ତି ଆନ୍ଦୋଳନରତ ଚାଷୀ। ଟିକ୍ରି, ସିଂଘୁ, ଗାଜିପୁର ସୀମାରେ ଉତ୍ତେଜନା ।
  • ପୋଲିସ ଉପରକୁ ଢେଲାମାଡ଼ । ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ।
  • ଲାଲକିଲ୍ଲାରେ ଚଢିଲେ ଆନ୍ଦୋଳନରତ ଚାଷୀ ।
  • ଦିଲ୍ଲୀରେ ଅଶାନ୍ତି ବାତାବରଣ, ଉପୁଜିଲା ଆଇନଶୃଙ୍ଖଳା ପରିସ୍ଥିତି
  • ଦିଲ୍ଲୀ-NCR ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ
  • ବର୍ଷ ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ୧୧.୫ ପ୍ରତିଶତ ହେବ: IMF
  • ୱାର୍ଲଡ୍ ଇକୋନୋମିକ୍ ଆଉଟଲୁକ୍ ଅପଡେଟରେ ପ୍ରକାଶ ପାଇଛି, IMFର ଅନୁମାନ
  • ବର୍ଷ ୨୦୨୧ରେ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ଭାରତ ବିଶ୍ୱର ଏକ ମାତ୍ର ଦେଶ
  • ବର୍ଷ ୨୦୨୧ରେ ଚାଇନାର ଆର୍ଥିକ ଅଭିବୃଦ୍ଧି ୮.୧ ପ୍ରତିଶତ ହେବ

ମୋଦି ସରକାର ଗାନ୍ଧୀ ପରିବାରରୁ ହଟାଇବେ ଏସପିଜି ସୁରକ୍ଷା!

ଦେଶର ସବୁଠାରୁ ଚର୍ଚ୍ଚିତ ପରିବାରଗୁଡିକ ମଧ୍ୟରୁ ଗାନ୍ଧୀ ପରିବାର ସ୍ଥାନ ଅନ୍ୟତମ । ରାଜନୈତିକ ଦୃଷ୍ଟିରୁ ଦେଶର ସବୁଠାରୁ ପ୍ରଭାବୀ ପରିବାର ମଧ୍ୟ ହେଉଛି ଗାନ୍ଧୀ ପରିବାର । ଏହି ପରିବାରରୁ ୨ ଜଣ ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହାସହ ସେହି ଦୁଇ ପ୍ରଧାନମନ୍ତ୍ରୀଙ୍କୁ ଆତଙ୍କୀର ଶିକାର ମଧ୍ୟ ହେବାକୁ ପଡିଥିଲା । ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ନିଜ ସୁରକ୍ଷା ଗାର୍ଡ ଗୁଲି କରି ହତ୍ୟା କରିଥିଲେ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତୀ ଆତଙ୍କୀ ଆକ୍ରମଣର ଶିକାର ହେବାକୁ ପଡିଥିଲା । ଯାହା ପରେ ଗାନ୍ଧୀ ପରିବାରକୁ ଅଧିକ ସୁରକ୍ଷା ପ୍ରଦାନ କରାଯାଇଥିଲା । ଗାନ୍ଧୀ ପରିବାରକୁ ଦେଶର ସବୁଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଏସପିଜି ସୁରକ୍ଷା ଘେରା ମଧ୍ୟରେ ରଖା ଯାଇଛି ।

ମୋଦି ସରକାର ଗାନ୍ଧୀ ପରିବାରରୁ ହଟାଇବେ ଏସପିଜି ସୁରକ୍ଷା!
ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ଅନ୍ୟାନ୍ୟ କଂଗ୍ରେସ ନେତା

ତମାଲ ବାକଚି, ନୂଆଦିଲ୍ଲୀ: ଦେଶର ସବୁଠାରୁ ଚର୍ଚ୍ଚିତ ପରିବାରଗୁଡିକ ମଧ୍ୟରୁ ଗାନ୍ଧୀ ପରିବାର ସ୍ଥାନ ଅନ୍ୟତମ । ରାଜନୈତିକ ଦୃଷ୍ଟିରୁ ଦେଶର ସବୁଠାରୁ ପ୍ରଭାବୀ ପରିବାର ମଧ୍ୟ ହେଉଛି ଗାନ୍ଧୀ ପରିବାର । ଏହି ପରିବାରରୁ ୨ ଜଣ ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହାସହ ସେହି ଦୁଇ ପ୍ରଧାନମନ୍ତ୍ରୀଙ୍କୁ ଆତଙ୍କୀର ଶିକାର ମଧ୍ୟ ହେବାକୁ ପଡିଥିଲା । ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ନିଜ ସୁରକ୍ଷା ଗାର୍ଡ ଗୁଲି କରି ହତ୍ୟା କରିଥିଲେ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତୀ ଆତଙ୍କୀ ଆକ୍ରମଣର ଶିକାର ହେବାକୁ ପଡିଥିଲା । ଯାହା ପରେ ଗାନ୍ଧୀ ପରିବାରକୁ ଅଧିକ ସୁରକ୍ଷା ପ୍ରଦାନ କରାଯାଇଥିଲା । ଗାନ୍ଧୀ ପରିବାରକୁ ଦେଶର ସବୁଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଏସପିଜି ସୁରକ୍ଷା ଘେରା ମଧ୍ୟରେ ରଖା ଯାଇଛି ।

ବର୍ତ୍ତମାନ ଖବର ଆସୁଛି ମୋଦି ସରକାର ଗାନ୍ଧୀ ପରିବାରର ଏହି ଏସପିଜି ସୁରକ୍ଷା ଘେରାକୁ ହଟାଇ ନେବାର ପ୍ରସ୍ତୁତି କରୁଛନ୍ତି । ଏହା ପରିବର୍ତ୍ତେ ଗାନ୍ଧୀ ପରିବାରକୁ z+ ସୁରକ୍ଷା ପ୍ରଦାନ କରାଯିବ ବୋଲି ଖବର ଆସୁଛି । ମୋଦି ସରକାରଙ୍କ ଏହି ନିଷ୍ପତ୍ତିର ବିରୋଧ କରି କଂଗ୍ରେସ କହିଛି ଯେ ଏହା ଏକ ଷଡ଼ଯନ୍ତ୍ର, ଏହି ନିଷ୍ପତ୍ତି ପଛରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ହାତ ରହିଛି । 

ମୋଦି ସରକାର ଏସପିଜି ସୁରକ୍ଷା ବ୍ୟବସ୍ଥା ଉଠାଇ ନେବା ପରେ ଗାନ୍ଧୀ ପରିବାରଙ୍କ ସୁରକ୍ଷା ପାଇଁ ଜେଟ ପ୍ଲସ ସୁରକ୍ଷା ଓ ସିଆରପିଏଫ କମାଣ୍ଡୋ ସୁରକ୍ଷା ଡ୍ୟୁଟିରେ ମୁତୟନ ହେବେ । ମିଳୁଥିବା ସୂଚନା ଅନୁସାରେ, ଏହି ନିଷ୍ପତ୍ତି ଗୃହ ମନ୍ତ୍ରାଳୟର ଉଚ୍ଚ ସ୍ତରୀୟ ବୈଠକରେ ନିଆଯାଇଛି । ଏହାର ଅର୍ଥ ହେଲା ବର୍ତ୍ତମାନ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଏସପିଜି ସୁରକ୍ଷା ମିଳିବ । ବର୍ତ୍ତମାନ ଏହି ଏସପିଜି ସୁରକ୍ଷା ବ୍ୟବସ୍ଥା ପିଏମ ମୋଦି ସହ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳୁଛି । 

ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରୁ ଏସପିଜି ସୁରକ୍ଷା ବ୍ୟବସ୍ଥା ହଟାଇ ନିଆଯାଇଥିଲା । ମିଳୁଥିବା ସୂଚନା ଅନୁସାରେ, ଏହି ନିର୍ଣ୍ଣୟ ସମସ୍ତ ସୁରକ୍ଷା ଏଜେନ୍ସିଙ୍କ ଠାରୁ ମିଳିଥିବା ଇନପୁଟ୍ସ ଆଧାରରେ ନିଆଯାଇଛି । ଏହାସହ ଗାନ୍ଧୀ ପରିବାର ବିଗତ ୩୦ରୁ ଅଧିକ ଯାତ୍ରା ବିଷୟରେ ଏସପିଜିକୁ ସଠିକ ସୂଚନା ପ୍ରଦାନ କରି ନାହିଁ ।