close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପାକିସ୍ତାନର ପୁଣି କାପୁରୁଷ ଭଲି କାର୍ଯ୍ୟ, ପାକ୍ ଯୁଦ୍ଧ ବିମାନ ଭାରତୀୟ ବିମାନର କରିଥିଲା ପିଛା

ପାକିସ୍ତାନ ନିଜ କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣିବାକୁ ନାରାଜ । ପୁଣି କାପୁରୁଷ ଭଲି କାର୍ଯ୍ୟ କରିଛି ପାକିସ୍ତାନ। ନୂଆଦିଲ୍ଲୀରୁ କାବୁଲ ଯାଉଥିବା ସ୍ପାଇସ ଜେଟର ଏକ ବିମାନକୁ ନିଜ ବାୟୁସୀମାରେ ପ୍ରାୟ ଏକ ଘଣ୍ଟା ଧରି ପିଛା କରିଥିଲା ପାକିସ୍ତାନର ଫାଇଟର ଜେଟ ଏଫ-୧୬ ।

ପାକିସ୍ତାନର ପୁଣି କାପୁରୁଷ ଭଲି କାର୍ଯ୍ୟ, ପାକ୍ ଯୁଦ୍ଧ ବିମାନ ଭାରତୀୟ ବିମାନର କରିଥିଲା ପିଛା
ଏଫ-୧୬ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ପାକିସ୍ତାନ ନିଜ କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣିବାକୁ ନାରାଜ । ପୁଣି କାପୁରୁଷ ଭଲି କାର୍ଯ୍ୟ କରିଛି ପାକିସ୍ତାନ। ନୂଆଦିଲ୍ଲୀରୁ କାବୁଲ ଯାଉଥିବା ସ୍ପାଇସ ଜେଟର ଏକ ବିମାନକୁ ନିଜ ବାୟୁସୀମାରେ ପ୍ରାୟ ଏକ ଘଣ୍ଟା ଧରି ପିଛା କରିଥିଲା ପାକିସ୍ତାନର ଫାଇଟର ଜେଟ ଏଫ-୧୬ ।

ଏହା ହେଉଛି ସେପ୍ଟେମ୍ବର ୨୩ର ଘଟଣା । ପାକିସ୍ତାନର ୨ଟି ଏଫ-୧୬ ଯୁଦ୍ଧ ବିମାନ ସ୍ପାଇସ ଜେଟ ବିମାନକୁ ରୋକିବା ପାଇଁ ପ୍ରୟାସ କରିଥିଲା । ଏହି ବିମାନରେ ପ୍ରାୟ ୧୨୦ ଯାତ୍ରୀ ଯାତ୍ରା କରୁଥିଲେ । ଏହି ଘଟଣା ଗତ ମାସରେ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଛି କାବୁଲ ଉଦ୍ଦେଶ୍ୟରେ ସ୍ପାଇସ ଜେଟ ବିମାନ ଯାଉଥିବା ବେଳେ ପାକିସ୍ତାନର ଯୁଦ୍ଧ ବିମାନ ପ୍ରାୟ ଏକ ଘଣ୍ଟା ଧରି ପିଛା କରିଥିଲା । 

ପାକର ଏହି ଯୁଦ୍ଧ ବିମାନର ପାଇଲଟ ସ୍ପାଇସ ଜେଟର ପାଇଲଟକୁ ବିମାନର ସଂପୂର୍ଣ୍ଣ ତଥ୍ୟ ଦେବାକୁ କହିଥିଲେ । ଏହି ସ୍ପାଇସ ଜେଟର ଏସଜି-୨୧ ବିମାନରେ ୧୨୦ ଯାତ୍ରୀ ଯାତ୍ରା କରୁଥିଲେ। ଏହି ଘଟଣା ସେହି ସମୟରେ ଯେତେବେଳେ ଭାରତୀୟ ବିମାନ ପାଇଁ ପାକ୍ ନିଜ ଏୟାରସ୍ପେସ ବନ୍ଦ କରି ନଥିଲା। 

ନ୍ୟୁଜ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁସାରେ, ସ୍ପାଇସ ଜେଟର ପାଇଲଟ ଏଫ-୧୬ର ପାଇଲଟଙ୍କୁ କହିଥିଲେ ଯେ, ଏହା ଏକ ଭାରତୀୟ ବ୍ୟବସାୟିକ ବିମାନ, ଯାହା ଯାତ୍ରୀଙ୍କୁ ନେଇ କାବୁଲ ଯାଉଛି । ସ୍ପାଇଜେଟର ଜଣେ ଯାତ୍ରୀ ନାଁ ନ କହିବା ସର୍ତ୍ତରେ ଏଏନଆଇକୁ କହିଛନ୍ତି ଯେ, ଏଫ-୧୬ର ପାଇଲଟ ଇଙ୍ଗିତ କରି ସ୍ପାଇସ ଜେଟର ପାଇଲଟକୁ ବିମାନ ତଳକୁ ନେବା ପାଇଁ କହିଥିଲେ ।