ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨୭୭ ନୂଆ ମାମଲା ଆସିଛି । ସେହିପରି ୧୨୭ ଜଣଙ୍କ ମୃତ୍ୟୁ ହୋଇଛି ।
Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୯୩୯ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୧୦୯ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ୧୯୩୫୮ ଜଣ ସୁସ୍ଥ ହୋଇଛନ୍ତି । ୪୧୪୭୨ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
Spike of 3277 #COVID19 cases & 127 deaths in the last 24 hours. Total cases in the country now at 62939, including 41472 active cases, 19358 cured/discharged/migrated and 2109 deaths: Ministry of Health & Family Welfare pic.twitter.com/XoGLfUF3Jr
— ANI (@ANI) May 10, 2020
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨୭୭ ନୂଆ ମାମଲା ଆସିଛି । ସେହିପରି ୧୨୭ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଶ୍ୱସ୍ତିକର ଖବର ଏହା ଯେ, ଦେଶରେ ରିକୋଭେରି ରେଟରେ ବୃଦ୍ଧି ଖଟୁଛି । ଏହା ଏବେ ୨୯.୯ ପ୍ରତିଶତରେ ପହଞ୍ଚିଛି ।
ଏବେ ନଜର ପକାଇବା ରାଜ୍ୟ ଡ୍ୟାସବୋର୍ଡ ଉପରେ । ରାଜ୍ୟରେ ଏପର୍ଯ୍ୟନ୍ତ ୩୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ଗଞ୍ଜାମରେ ସର୍ବାଧିକ ୧୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଯାଜପୁରରୁ ୫୫, ଖୋର୍ଦ୍ଧାରୁ ୫୦, ବାଲେଶ୍ୱରରୁ ୪୨, ଭଦ୍ରକରୁ ୨୫, ସୁନ୍ଦରଗଡ଼ରୁ ୧୩, ଅନୁଗୋଳରୁ ୧୩, ମୟୁରଭଞ୍ଜରୁ ୮, କେନ୍ଦ୍ରାପଡ଼ାରୁ ୮, ଜଗତସିଂହପୁରରୁ ୫, ବଲାଙ୍ଗୀରରୁ ୨, କାଳାହାଣ୍ଡିରୁ ୨, ଝାରସୁଗୁଡ଼ାରୁ ୨, କେନ୍ଦୁଝରର ୨, କଟକରୁ ୨, କୋରାପୁଟ, ଦେବଗଡ଼, ଢେଙ୍କାନାଳ, ପୁରୀ ଓ ନୟାଗଡରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହେଲେଣି ।