କୋରୋନା ଯୋଗୁ ପ୍ରାଣ ହରାଇଲେଣି ପାଖାପାଖି ୩ ଲକ୍ଷ
Advertisement
Article Detail0/zeeodisha/odisha680522

କୋରୋନା ଯୋଗୁ ପ୍ରାଣ ହରାଇଲେଣି ପାଖାପାଖି ୩ ଲକ୍ଷ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫୨୫ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୧୨୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ମୁଣ୍ଡ ବିନ୍ଧାଉଛି କୋରୋନା । ଲକଡାଉନ୍ ସତ୍ତ୍ୱେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫୨୫ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୧୨୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ଅନ୍ୟପଟେ ସମଗ୍ର ବିଶ୍ୱରେ କୋରୋନା ଯୋଗୁ ମୃତ୍ୟୁ ସଂଖ୍ୟା ୩ ଲକ୍ଷର ନିକଟତର ହେଲାଣି । 

ଏବେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଛୁଇଁବାକୁ ବସିଲାଣି । ଆଜିର ତାଜା ରିପୋର୍ଟ କହୁଛି, ଦେଶରେ ୭୪୨୮୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ମୃତ୍ୟୁ ସଂଖ୍ୟା ୨୪୧୫ରେ ପହଞ୍ଚିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୪୩୮୬ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି । ଅନ୍ୟପଟେ ୪୭୪୮୦ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ମହାରାଷ୍ଟ୍ର କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି । ରାଜ୍ୟରେ ୨୩୪୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୬୮ ଜଣଙ୍କ ମୃତ୍ୟୁ ହେଲାଣି  । 

ଏବେ ନଜର ପକାଇବା ବିଶ୍ୱବ୍ୟାପୀ କୋରୋନା ସ୍ଥିତି ଉପରେ । ସମଗ୍ର ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୪୨ ହଜାର ୩୫୫ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯୨ ହଜାର ୮୯୩ରେ ପହଞ୍ଚିଛି । ତେବେ ୧୬ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି । 

;