ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କ ମଜା ଉଡ଼ାଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ
Advertisement

ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କ ମଜା ଉଡ଼ାଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କର ମଜା ଉଡ଼ାଇଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରେୟା ନାରାୟଣ । ଶ୍ରେୟା  ଟ୍ୱିଟରେ ଲେଖିଛନ୍ତି ଯେ ମହାରାଷ୍ଟ୍ର ରାଜନିତୀ ଏକ ଡ୍ରାମା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଓ ଉଦ୍ଧବ ଠାକରେ ହେଉଛନ୍ତି ଡ୍ରାମେବାଜ ।

ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କ ମଜା ଉଡ଼ାଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ମହାନାଟକ ଓ ଏହାକୁ ଟାର୍ଗେଟ କରିଛନ୍ତି ଜଣେ ଅଭିନେତ୍ରୀ । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କର ମଜା ଉଡ଼ାଇଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରେୟା ନାରାୟଣ । ଶ୍ରେୟା  ଟ୍ୱିଟରେ ଲେଖିଛନ୍ତି ଯେ ମହାରାଷ୍ଟ୍ର ରାଜନିତୀ ଏକ ଡ୍ରାମା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଓ ଉଦ୍ଧବ ଠାକରେ ହେଉଛନ୍ତି ଡ୍ରାମେବାଜ ।

fallbackବଲିଉଡ ଅଭିନେତ୍ରୀ ଶ୍ରେୟା  ମହାରାଷ୍ଟ୍ର ରେ ଯେଉଁଭଳି ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି ତାହା ସଂପୂର୍ଣ୍ଣ ଡ୍ରାମା ବୋଲି ଟ୍ୱିଟରେ ଜଣାଇଛନ୍ତି ।  ଆଉ ଏହି ଡ୍ରାମା ପାଇଁ ଆୱାର୍ଡ ମିଳିବା ଦରକାର ।  ଏହି ଡ୍ରାମାରେ ଅଂଶଗ୍ରହଣ  କରିଥିବା ପିଏମ୍ ମୋଦି, ଅମିତ ଶାହା ଓ ଉଦ୍ଧବ ଠାକରେଙ୍କୁ ଏଥିପାଇଁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଏହା ସହ  ଶ୍ରେୟା ଆହୁରି ଗୋଟିଏ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ଏକ ଇଂରାଜୀ ଢଗରେ ସରକାରଙ୍କର ମଜା  ଉଡ଼ାଇଛନ୍ତି  ।

fallbackସେ ଲେଖିଛନ୍ତି ଯେ ପିଲାମାନଙ୍କୁ ଶୁଣାଯାଉଥିବା କାହାଣୀରେ ବିଲେଇମାନେ ଗୋଟେ କେକ୍ ପାଇଁ ଯେତେବେଳେ ଝଗଡ଼ା କରନ୍ତି, ସେତେବେଳେ ମାଙ୍କଡ଼ ସେହି କେକକୁ ଖାଇଯାଏ । ଆଉ ଏମିତି ହିଁ କିଛି ମହାରାଷ୍ଟ୍ର ରାଜନୀତିରେ ହେଉଛି, ଯେଉଁଠି ମାଙ୍କଡ଼ ଖୁସିରେ ନାଚୁଛି  । ଏହାଛଡ଼ା ଏହି ଟ୍ୱିଟକୁ ଅଭିନେତ୍ରୀ ଶ୍ରେୟା ନାରାୟଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ  ଶିବସେନା  ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି ।

fallbackଅଭିନେତ୍ରୀ ଶ୍ରେୟା ନାରାୟଣ ୨୦୦୯ ମସିହା 'ଏକ୍ ଦସ୍ତକ୍' ଚଳଚ୍ଚିତ୍ର ଜରିଆରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ନକ୍ ଆଉଟ୍, କୁଛ୍ କରିଏ, ରାଜନୀତି, ତନୁ ୱେଡସ୍ ମନୁ, ସାହେବ୍ ବିବି ଅର୍ ଗ୍ୟାଙ୍ଗଷ୍ଟାର, ରକ୍ ଷ୍ଟାର, ସମ୍ରାଟ୍ ଆଣ୍ଡ୍ କମ୍ପାନୀ, ସୁପର ନାନୀ ଅତ୍ୟାଦି ଚଳଚ୍ଚିତ୍ରରେ ସେ ଅଭିନୟ କରିସାରିଛନ୍ତି । ସାହେବ୍ ବିବି ଅର୍ ଗ୍ୟାଙ୍ଗଷ୍ଟାର ଚଳଚ୍ଚିତ୍ରର ମହୁଆ ଚ୍ରିତ୍ରରେ ନିଖୁଣ ଅଭିନୟ କରି ଆୱାର୍ଡ ମଧ୍ୟ ପାଇଛନ୍ତି  ।  ତେବେ ଏହି ଅଭିନେତ୍ରୀ ଜଣଙ୍କ ଏବେ ଫିଲ୍ମ ପାଇଁ ନୁହେଁ ଦେଶର ପ୍ରଧାନମନ୍ତ୍ରୀ ଓ ବଡ଼ ବଡ଼ ନେତାଙ୍କର ମଜାକ ଉଡ଼ାଇ ଚର୍ଚ୍ଚାରେ ଅଛନ୍ତି ।  

Social Media Score

Scores
Over All Score 0
Digital Listening Score0
Facebook Score0
Instagram Score0
X Score0
YouTube Score0