ଭୋଟ ଦେଉଛି ଶ୍ରୀଲଙ୍କା, ବସ୍ ଉପରେ ହମଲା
ଆଜି ଭୋଟ ଦେଉଛି ଦକ୍ଷିଣ ଏସିଆ ଦେଶ ଶ୍ରୀଲଙ୍କା । ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ଏହି ମତଦାନ । ଦେଶର ଅଷ୍ଟମ ରାଷ୍ଟ୍ରପତି ବାଛୁଛନ୍ତି ଶ୍ରୀଲଙ୍କା ଭୋଟର । ଆଉ ଏନେଇ ଭୋଟରଙ୍କ ମଧ୍ୟରେ ଭରପୁର ଉତ୍ସାହ ମଧ୍ୟ ରହିଛି । ତେବେ ମତଦାନ ବେଳେ ଏକ ବସ ଉପରକୁ ଫାଇରିଙ୍ଗ ହୋଇଥିବା ଖବର ଆସୁଛି ।
- ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ
- ଆଜି ଚାଲିଛି ମତଦାନ
- ବସ ଉପରକୁ ଆକ୍ରମଣ ନେଇ ସୂଚନା
Trending Photos

କଲମ୍ୱୋ: ଆଜି ଭୋଟ ଦେଉଛି ଦକ୍ଷିଣ ଏସିଆ ଦେଶ ଶ୍ରୀଲଙ୍କା । ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ଏହି ମତଦାନ । ଦେଶର ଅଷ୍ଟମ ରାଷ୍ଟ୍ରପତି ବାଛୁଛନ୍ତି ଶ୍ରୀଲଙ୍କା ଭୋଟର । ଆଉ ଏନେଇ ଭୋଟରଙ୍କ ମଧ୍ୟରେ ଭରପୁର ଉତ୍ସାହ ମଧ୍ୟ ରହିଛି । ତେବେ ମତଦାନ ବେଳେ ଏକ ବସ ଉପରକୁ ଫାଇରିଙ୍ଗ ହୋଇଥିବା ଖବର ଆସୁଛି ।
ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । କଲମ୍ୱୋରେ ମତଦାନ କେନ୍ଦ୍ରକୁ ଭୋଟରଙ୍କୁ ଧରି ଯାଉଥିବା ଏକ ବସ ଉପରକୁ ଆକ୍ରମଣ ହୋଇଛି । ବସରେ ମୁସଲମାନ ଭୋଟର ଥିଲେ ବୋଲି ଜଣାପଡିଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଛି । ଅନ୍ୟତ୍ର ନିର୍ବାଚନ ଶାନ୍ତି ଶୃଙ୍ଖଳରେ ଚାଲିଥିବା ଖବର ରହିଛି ।
ଏହି ନିର୍ବାଚନରେ ପୂର୍ବତନ ପ୍ରତିରକ୍ଷା ସଚିବ ଗୋତବୟା ରାଜପକ୍ଷେ ଏବଂ କ୍ଷମତାସୀନ ପାର୍ଟିର ପ୍ରାର୍ଥୀ ସାଜିତ ପ୍ରେମଦାସାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ମଇଦାନରେ ୩୫ ପ୍ରାର୍ଥୀ ରହିଛନ୍ତି । ୧।୫ କୋଟି ମତଦାତା ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତେବେ ପୂର୍ବତନ ପ୍ରତିରକ୍ଷା ସଚିବ ଗୋତବୟା ରାଜପକ୍ଷେଙ୍କ ପଲା ଟିକିଏ ଭାରି ଥିବା କୁହାଯାଉଛି ।
What we should do is further strengthen this democratic environment. As Sri Lankans we should ensure that we do not create an uncivilized political culture as in the past. Therefore, I call upon all of you to support our country by participating in this election peacefully.
— Ranil Wickremesinghe (@RW_UNP) November 15, 2019
ଶ୍ରୀଲଙ୍କାର ଏହି ନିର୍ବାଚନ ଦେଶର ଇତିହାସରେ ସବୁଠୁ ବ୍ୟୟବହୁଳ ନିର୍ବାଚନ ବୋଲି କୁହାଯାଉଛି । ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ, ଏହି ନିର୍ବାଚନରେ ୪।୧ କୋଟି ଡଲାର ଟଙ୍କା ଖର୍ଚ୍ଚ ହୋଇଛି । ତେବେ ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ରହିଛି ।
ଆହୁରି ବି ପଢନ୍ତୁ; ଆଜି ଦେଶବ୍ୟାପୀ ରାଫେଲ ଝଡ, କଂଗ୍ରେସକୁ ପାଲଟା ଜବାବ ମାଗିବ ବିଜେପି
More Stories