ବଲିଉଡ ହିରୋଙ୍କୁ ପାଗଳ କରିଛି 'ମିଲିଟାରି' ଲୁକ୍

ଜାଣନ୍ତୁ କେଉଁ କେଉଁ ହିରୋ ମହେଶ ବାବୁଙ୍କ ପରି ମିଲିଟାରି ଲୁକରେ ନଜର ଆସିଛନ୍ତି

ବଲିଉଡ ହିରୋଙ୍କୁ ପାଗଳ କରିଛି 'ମିଲିଟାରି' ଲୁକ୍
ସୌଜନ୍ୟ: ସୋସିଆଲ ମିଡିଆ

ତପସ୍ୱିନୀ ମହାଳିକ, ଭୁବନେଶ୍ୱର:  ''ମ୍ୟାନ୍ ଇନ୍ ୟୁନିଫର୍ମ'' ଭାରତୀୟ ସିନେମାରେ ଏକ ଟ୍ରେଣ୍ଡ୍ ବନିଗଲାଣି । ଆଜିକାଲି ପ୍ରାୟତଃ ବଡ଼ ଷ୍ଟାରମାନେ କୌଣସି ନା କୌଣସି ୟୁନିଫର୍ମରେ ନଜର ଆସୁଛନ୍ତି । ଯେବେ 'ମିଲିଟାରି' ଲୁକ୍ କଥା କୁହାଯାଏ, ତେବେ ଅନେକ ବଲିଉଡ ହିରୋଙ୍କ ଲୁକ ନଜରକୁ ଆସିଯାଏ । ସାଉଥ ସୁପରଷ୍ଟାର ମହେଶ ବାବୁ ମଧ୍ୟ ତାଙ୍କର ଆଗାମୀ ଫିଲ୍ମ 'ସରିୟେଲୁ ନିକେୱାରୁ'ରେ ଆର୍ମି ଅଫିସର ଭୂମିକାରେ ନଜର ଆସିବେ, ଏହି ଫିଲ୍ମଟି ୨୦୨୦ରେ ରିଲିଜ ହେବ । ଏହି ଫିଲ୍ମରେ ମହେଶ ବାବୁ ମେଜକ କ୍ରାଷ୍ଣା ଭୂମିକାରେ ନଜର ଆସିବେ । ମହେଶବାବୁଙ୍କୁ ପର୍ବରୁ ଅନେକ ଷ୍ଟାର  'ମିଲିଟାରି' ଲୁକରେ ନଜର ଆସି ସାରିଛନ୍ତି ।

ବିକି କୌଶଲ :
ବିକି କୌଶଲ ଚଳଚ୍ଚିତ୍ର 'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍'ରେ ମେଜର ବିହାନ ସିଂ ଶେରଗିଲ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ସାନଦାର୍ କଲେକ୍ସନ ମଧ୍ୟ କରିଥିଲା । ଦେଶଭକ୍ତି ଭରା ଏହି ଚରିତ୍ର ମଧ୍ୟ ବିକି କୌଶଲଙ୍କୁ ସୁଟ୍ ମଧ୍ୟ କରୁଥିଲା । ମେଜର ଭୂମିକାରେ ତାଙ୍କ ଆଟିଟ୍ୟୁଡ୍ ବି ଖୁବ୍ ଜବରଦସ୍ତ ଥିଲା । ଉରି ଚଳଚ୍ଚିତ୍ରକୁ ଦର୍ଶକ ବେସ୍ ପସନ୍ଦ ମଧ୍ୟ କରିଥିଲେ ।  

ଅକ୍ଷୟ କୁମାର :
ସେହିଭଳି ଅକ୍ଷୟ କୁମାର 'ହଲିଡେ- ଏ ସୋଲଜର୍ ଇଜ୍ ନେଭର ଅଫ୍ ଡ୍ୟୁଟି' ଚଳଚ୍ଚିତ୍ରରେ ମିଲିଟାରି ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ତାମିଲ ଚଳଚ୍ଚିତ୍ରର ରିମେକ ଥିଲା, ମିଲିଟାରି ଲୁକ୍ ସାଙ୍ଗକୁ ଅକ୍ଷୟଙ୍କ ଆକ୍ସନ ସିନ୍ ଖୁବ ଜବରଦସ୍ତ ଥିଲା ।  

ଶାହାରୁଖ ଖାନ :
ଶାହାରୁଖ ଖାନ ଖାସକରି ରୋମାନ୍ସ ପାଇଁ ଜଣାସୁଣା, କିନ୍ତୁ ସେ ରୋମାନ୍ସ ଛଡ଼ା ଆକ୍ସନ ଓ କମେଡ଼ି ମୁଡ଼ରେ ବି ଯେବେ ନଜର ଆସନ୍ତି ସେତେବେଳେ ବି ଦର୍ଶକ ତାଙ୍କୁ ଢେର ପସନ୍ଦ କରଥାନ୍ତି । ବଲିଉଡ୍ ଚଳଚ୍ଚିତ୍ର 'ଜବତକ୍ ହେ ଜାନ୍'ରେ ଶାହାରୁଖ ଆର୍ମି ଅଫିସର୍ ଭୂମିକାରେ ନଜର ଆସିଥିଲେ । ଯେଉଁଥିରେ ସେ ବମ୍ ନିଷ୍କ୍ରିୟକାରୀ ସ୍ପେସିଆଲ ଟିମରେ ସାମିଲ ଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ଭୂମିକା ଟିକେ ଭିନ୍ନ ଥିଲା ।

ଜନ୍ ଇବ୍ରାହମ୍ :
ଜନ୍ ଇବ୍ରାହମ୍ ବଲିଉଡ୍ ଫିଲ୍ମ 'ପରମାଣୁ'ରେ ଆର୍ମି ଅଫିସର ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ଜନ୍ କ୍ୟାପ୍ଟେନ ଶ୍ରବଣ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅଭିଷେଖ ଶର୍ମା ।  ପୋଖରଣରେ ହୋଇଥିବା ପରମାଣୁ ପରୀକ୍ଷଣକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି ।