ରାଜ୍ୟ କ୍ୟାବିନେଟରେ କେଉଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର?
Advertisement
Article Detail0/zeeodisha/odisha587768

ରାଜ୍ୟ କ୍ୟାବିନେଟରେ କେଉଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର?

ଅବଢ଼ା ଯୋଜନାକୁ କ୍ୟାବିନେଟ୍ ବୈଠକରେ ମିଳିଲା ଅନୁମୋଦନ...

ରାଜ୍ୟ କ୍ୟାବିନେଟରେ କେଉଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର?
ରାଜ୍ୟ କ୍ୟାବିନେଟରେ କେଉଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର?

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ୧୦ଟି ବଡ଼ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଜାଣନ୍ତୁ ମଞ୍ଜୁର ହୋଇଥିବା ୧୦ଟି ପ୍ରସ୍ତାବ ବିଷୟରେ ।

ଅବଢ଼ା ଯୋଜନାକୁ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଆଉ ଏହି ଲକ୍ଷ୍ୟରେ ପୁରୀ ପାଇଁ ୧୫ଟି ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ପୁରୀ ପାଇଁ ୩ ବର୍ଷରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ବରାଦ କରାଯାଇଛି । ଯଦି ଅଧିକ ଟଙ୍କା ଆବଶ୍ୟକ ପଡ଼େ ତାହା ପୂର୍ତ୍ତ ବିଭାଗ ସରକାରଙ୍କୁ ଅନୁମୋଦନ କରିବ ବୋଲି ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ସଂସ୍କାର କମିଶନ ରିପୋର୍ଟ ଆଧାରରେ ପ୍ରସ୍ତୁତ ହୋଇଛି ସମସ୍ତ ଯୋଜନା । ଅନୁମୋଦନ ହୋଇଥିବା ୧୫ଟି ପ୍ରକଳ୍ପ ମଧ୍ୟରେ ହେରିଟେଜ ସୁରକ୍ଷା, ଶ୍ରୀ ସେତୁ ପ୍ରକଳ୍ପ, ମୂଷା ନଦୀର ପୁନରୁଦ୍ଧାର, ଜଗନ୍ନାଥ ବଲ୍ଲଭ ତୀର୍ଥ କେନ୍ଦ୍ର, ବ୍ୟକ୍ତିଗତ କ୍ଷତିପୂରଣ ବାବଦ ପ୍ରକଳ୍ପ, ବହୁମୁଖୀ କାର ପାର୍କିଂକୁ ଜେଲ ରୋଡ଼କୁ ସ୍ଥାନାନ୍ତର, ୪୦୦ ଭେଣ୍ଡାରଙ୍କ ପାଇଁ ଦୋକାନ ଘର ନିର୍ମାଣ, ମଡେଲ କମ୍ପ୍ଲେକ୍ସ, ମୁନିସିପାଲିଟି ମାର୍କେଟର ପୁନରୁଦ୍ଧାର, ୩ ମହଲା କୋଠା ତିଆରି ହେବା ନେଇ କ୍ୟାବିନେଟରେ ମୋହର ବାଜିଛି । ଏତଦ ବ୍ୟତୀତ ଓଡ଼ିଶା ହିନ୍ଦୁ ଏଣ୍ଡୋମେଣ୍ଟ ରିଲିଜିଅନ ଆକ୍ଟରେ ଗୋବର୍ଦ୍ଧନ ମଠକୁ ବାଦ ଦିାଯାଇଛି ।

ପିଜିଟିଭି ସ୍କୁଲ ଶିକ୍ଷକଙ୍କୁ SC/ST ସ୍କୁଲ ଭଳି ମାନ୍ୟତା ମିଳିବ । ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଓ ଜିଲ୍ଲା ସ୍ତରର ନିଯୁକ୍ତିକୁ ସଂଶୋଧନ କରାଯିବ । ସାଧାରଣ ପ୍ରଶାସନ ବିଭାଗର ଜିଲ୍ଲା ସ୍ତରରେ ମିନିଷ୍ଟ୍ରିଆଲ ନିଯୁକ୍ତି ନିୟମରେ ମଧ୍ୟ ସଂଶୋଧନ କରିଯିବା । ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଓ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ଭାବରେ ନାମକରଣ କରାଯିବ । ପରିବହନ ବିଭାଗ ଅଧୀନକୁ ଯିବ ବିମାନ ଶାଖା । ଓଡ଼ିଶା ଲେବର ସର୍ଭିସ କ୍ୟାଡରରେ ସୃଷ୍ଟି ହେବ ୫୩୯ ପଦବୀ । ଗ୍ରାମାଞ୍ଚଳରେ ନିଯୁକ୍ତ ହେଉଥିବା RLI ବଦଳରେ  ନିଯୁକ୍ତ ହେବେ ALO । ଆଉ ଏ ନେଇ ୯୦ ପ୍ରତିଶତ ALOଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବ । ରାଜସ୍ୱ ବିଭାଗର ୟୁଜର୍ସ ଫି ଓ ଆବେଦନ ଉଚ୍ଛେଦ ହେବା ନେଇ ନିଷ୍ପତ୍ତି ନିଆଯାଇଛି । 

୩୮୪ ଗାଁର ୩ଲକ୍ଷ ୨୦ହଜାର ୫୮୪ ଲୋକଙ୍କୁ ପାଇଁ ପାଣି ଯୋଗାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ପାଇପ ୱାଟର ସପ୍ଲାୟ ସ୍କିମ ମାଧ୍ୟମରେ ମୟୂରଭଞ୍ଜ, ଯାଜପୁର, କେନ୍ଦୁଝରକୁ ପାଣି ଯୋଗଇ ଦିଆଯିବ । ପାଣି ଯୋଗାଣ ପାଇଁ ୬୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଆଉ ଏ ନେଇ OMBARDSI ପାଣ୍ଠି ଦେବ। 

ଢେଙ୍କାନାଳ ଜିଲ୍ଲାରେ ବସୁଧା ଯୋଜନା ମାଧ୍ୟମରେ ୩୩୯.୩୮ କୋଟି ଟଙ୍କାର ପ୍ରକଳ୍ପ ହେବ । ରାଜସ୍ୱ ବିଭାଗ ପକ୍ଷରୁ ୟୁଜର୍ସ ଫିକୁ ଛାଡ଼ କରାଯାଇଛି, ଏଥିସହିତ ଆବେଦନ ଦେୟ ବି ଛାଡ଼ କରାଯାଇଛି । ପୂର୍ବରୁ ବିଭିନ୍ନ ପ୍ରମାଣପତ୍ର ପାଇଁ ଦେବାକୁ ପଡୁଥିଲା ଫି। 
 

;