ଆରମ୍ଭ ହେଲା ତୃତୀୟ ରାଜ୍ୟ ସ୍ତରୀୟ ଗଡଜାତ ଲୋକ ମହୋତ୍ସବ ୨୦୧୯
Advertisement

ଆରମ୍ଭ ହେଲା ତୃତୀୟ ରାଜ୍ୟ ସ୍ତରୀୟ ଗଡଜାତ ଲୋକ ମହୋତ୍ସବ ୨୦୧୯

 ଉଦଘାଟିତ ହେଲା ତୃତୀୟ ରାଜ୍ୟ ସ୍ତରୀୟ ଗଡଜାତ ଲୋକମହୋତ୍ସବ ୨୦୧୯ ବିରନରସିଂପୁର । 

ଆରମ୍ଭ ହେଲା ତୃତୀୟ ରାଜ୍ୟ ସ୍ତରୀୟ ଗଡଜାତ ଲୋକ ମହୋତ୍ସବ ୨୦୧୯

ହିମାଂଶୂ ଶେଖର ସାହୁ, ବୌଦ୍ଧ: ଉଦଘାଟିତ ହେଲା ତୃତୀୟ ରାଜ୍ୟ ସ୍ତରୀୟ ଗଡଜାତ ଲୋକମହୋତ୍ସବ ୨୦୧୯ ବିରନରସିଂପୁର । ମଶାଲ ଶୋଭାଯାତ୍ରା ସହିତ ଅଞ୍ଚଳର କଳାସଂସ୍କୃତି ଓ ପାରମ୍ପାରିକ ବେଶଭୁଷାରେ ସାମିଲ ହେଲେ କଳାକାର । ଉଦଘାଟନୀ ସନ୍ଧ୍ୟାରେ କଳାହାଣ୍ଡିର ଢାପ ଓ ବାରିପଦାର ଛଉ ନୃତ୍ୟରେ ଦୁଲକିଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂପୁର ହାଇସ୍କୁଲ ସ୍ଥିତ ମହୋତ୍ସବ ପଡିଆ । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଲୋକକଳା ଓ ଲୋକସଂସ୍କୃତିର ପୁର୍ନଉଦ୍ଧାର ପାଇଁ  ଆୟୋଜିତ ବିରନରସିଂହପୁର ଗଡଜାତ ଲୋକମହୋତ୍ସବ ୨୦୧୯ କୁ ଉଦଘାଟନ କରିଛନ୍ତି ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର  ପଞ୍ଚାୟତ ସ୍ଥିତ ସାଧୁଚରଣ ହାଇସ୍କୁଲ ପଡିଆରେ ଉଦଘାଟିତ ହୋଇଛି ତୃତିୟ ରାଜ୍ୟ ସ୍ତରୀୟ ଗଡଜାତ ଲୋକ ମହୋତ୍ସବ ୨୦୧୯ । ସ୍ଥାନୀୟ ସୁବର୍ଣ୍ଣମେରୁ ମହାଦେବ ମନ୍ଦିରରେ ପୁଜାର୍ଚ୍ଚନା ପରେ ବାହାରିଥିଲା ମଶାଲ ଶୋଭାଯାତ୍ରା । ମଶାଲ ଶୋଭାଯାତ୍ରାରେ ଅଞ୍ଚଳର  ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିବାବେଳେ ପାରମ୍ପାରିକ ବେଶଭୁଷାରେ କଳାକାର ମାନେ ସେମାନଙ୍କ କଳା ପ୍ରଦର୍ଶନ କରି ପହଞ୍ଚିଥିଲେ ମହୋତ୍ସବ ପଡିଆକୁ । କଳାହାଣ୍ଡି କଳାକାରଙ୍କ ଢାପ ନୃତ୍ୟରୁ ଆରମ୍ଭ ହୋଇଥିଲା ଉଦଘାଟନୀ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ । ପରେ ବାରିପଦାର ଛଉ ନୃତ୍ୟ, ବଲାଙ୍ଗିର କଳାକାର ଙ୍କ ପତରତୁଲା, ଏବଂ ଅନ୍ୟ କଳାକାର ମାନଙ୍କ ଦ୍ୱାରା ଆସିବାସୀ ନୃତ୍ୟ ଝୁମେର ନୃତ୍ୟରେ ଦୁଲୁକିଥିଲା ମହୋତ୍ସବର ପ୍ରଥମ ସଂନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ । ଜିଲ୍ଲା ତଥା ଜିଲ୍ଲା ବାହାରର କଳାକାର ମାନେ ସେମାନଙ୍କ ଗୋଟିଏ ପରେ ଗୋଟିଏ କଳା ପ୍ରତିଭା ମଞ୍ଚରେ ପ୍ରଦର୍ଶନ କରୁଥିବାବେଳେ ହଜାର ହଜାର ଦର୍ଶକ ବିଳମ୍ବିତ ରାତି ଯାଏଁ ମନଭରି ଉପଭୋଗ କରିଥିଲେ । ଗଡଜାତ ଲୋକମହୋତ୍ସବ ମଞ୍ଚ ରେ କଳାପ୍ରଦର୍ଶନ ପାଇଁ ସୁଯୋଗ ପାଇଥିବାରୁ କଳାକାର ମାନେ ବହୁତ ଖୁସିଥିବା କହିଛନ୍ତି ।

fallback

କନ୍ଧମାଳ ସାଂସଦ, ବୌଦ୍ଧ ଆରକ୍ଷୀ ଅଧିକ୍ଷକ, ଜୀ ଓଡିଶାର ଉପସ୍ଥାପିକା ଶୁଭଶ୍ରୀ ମହାପାତ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ଅଚଂଳର ଲୋକକଳା ସଂସ୍କୃତି ଓ ପରମ୍ପରା କୁ ଉଜ୍ଜିବିତ ରଖିବା ଉଦ୍ଦେଶ୍ୟରେ ନିରବଛିନ୍ନ ଭାବେ ବିରନରସିଂହପୁର ଗଡଜାତ ଲୋକ ମହୋତ୍ସବ କମିଟି ତୃତୀୟ ଥର ପାଇଁ ମହୋତ୍ସବ ଆୟୋଜନ କରୁଥିବା କହିଛନ୍ତି ମହୋତ୍ସବ କମିଟିର ସଭାପତି ।  ମହୋତ୍ସବର ପ୍ରଥମ ସଂନ୍ଧ୍ୟାରେ ପଶ୍ଚିମ ଓଡିଶାର ଲୋକନୃତ୍ୟ କେବଳ ସ୍ଥାନ ପାଇଥିଲା ତାହା ନୁହେଁ ଓଡିଶା ଟେଲିଭିଜନ ଜଗତର ବରିଷ୍ଠ କଳାକାର ମାନେ ମଧ୍ୟ ସାମିଲ ହୋଇ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ମହୋତ୍ସବରେ ୧୨୦ ଟି ଷ୍ଟଲ ସ୍ଥାନ ପାଇଥିବାବବେଳେ ଆଗାମି ପାଞ୍ଚ  ଦିନ ଧରି ଏଠାରେ କଳା ଓ କଳାକାର ଙ୍କ ସମ୍ଭାର ସୃଷ୍ଟି କରିବ ବୋଲି ଆୟୋଜକ କହିଛନ୍ତି ।
 ମହୋତ୍ସବର ପ୍ରଥମ ସନ୍ଧ୍ୟାର ଗୋଟିକ ପରେ ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକ ଙ୍କୁ ବିଳମ୍ବିତ ରାତିଯାଏଁ ବାନ୍ଧି ରଖିଥିବାବେଳେ ଦ୍ୱତିୟ ସଂନ୍ଧ୍ୟାର ମୁଖ୍ୟ ଆକର୍ଷଣ ହେବ ପଶ୍ଚିମ ଓ ଦକ୍ଷିଣ ଓଡିଶାର ଲୋକନୃତ୍ୟ ।