କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ହାତୀଦାନ୍ତ ଓ କଲରାପତରିଆ ବାଘ ଚମଡ଼ା ବେପାରୀ ରାକେଟ ଧରାପଡ଼ିଛନ୍ତି । ଭବାନୀପାଟଣାରୁ ଗ୍ୟାଙ୍ଗର ୪ ଜଣଙ୍କୁ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ ଟିମ୍ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ଅନୁସାରେ, ବନ୍ୟଜନ୍ତୁଙ୍କ ଦାନ୍ତ, ହାଡ଼, ନଖ, ଚମଡ଼ା ଜବତ କରିଛି ଏସଟିଏଫ । ରାଜ୍ୟ ତଥା ରାଜ୍ୟ ବାହାରକୁ ବିଭନ୍ନ ସମୟରେ ହାତୀଦାନ୍ତ ଓ କଲରାପତରିଆ ବାଘ ଚମଡ଼ାର ଚୋରାଚାଲାଣରେ ସକ୍ରିୟ ରହି ଏକ ରାକେଟ କାମ କରୁଥିଲା । ଏନେଇ କ୍ରାଇମ ବ୍ରାଞ୍ଚ ଏସଟିଏଫ ଟିମ ସୂଚନା ପାଇବା ପରେ ଚମଡ଼ା କିଣିବାକୁ ଚୋରା ବେପାରୀଙ୍କ ପାଖେ ପହଞ୍ଚି ତାଙ୍କୁ କାବୁ କରିଥିଲା ।