Advertisement
Article Detail0/zeeodisha/odisha679918
Zee OdishaOther Newsଅସହାୟ ମଣିଷର ସ୍ୱର ସିମାଞ୍ଚଳ

ଅସହାୟ ମଣିଷର ସ୍ୱର ସିମାଞ୍ଚଳ

ସାଧାରଣ ଲୋକଟିର ସମସ୍ୟାରେ ପଡ଼ିଲେ ସହାୟତା ପାଇଁ ଗୋଟିଏ ସ୍ୱରର ଆବଶ୍ୟକ ପଡ଼ିଥାଏ। ଗୋଟିଏ ନେତୃତ୍ୱର ଆବଶ୍ୟକ ଥାଏ। ତେବେ ଏବେ ସେହି ସ୍ୱର ପାଲଟିଛନ୍ତି ୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିବା ସିମାଞ୍ଚଳ ନାହାକ।  କିଛି ବେସରକାରୀ ଅନୁଷ୍ଠାନର ସହଯୋଗରେ ଲଢ଼େଇ ଆରମ୍ଭ ହୁଏ । ୧୯୮୮ ମସିହାରେ ଓଡ଼ିଶା ଦାରିଦ୍ର୍ୟର ଚିତ୍ର

ଅସହାୟ ମଣିଷର ସ୍ୱର ସିମାଞ୍ଚଳ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ସାଧାରଣ ଲୋକଟିର ସମସ୍ୟାରେ ପଡ଼ିଲେ ସହାୟତା ପାଇଁ ଗୋଟିଏ ସ୍ୱରର ଆବଶ୍ୟକ ପଡ଼ିଥାଏ। ଗୋଟିଏ ନେତୃତ୍ୱର ଆବଶ୍ୟକ ଥାଏ। ତେବେ ଏବେ ସେହି ସ୍ୱର ପାଲଟିଛନ୍ତି ୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିବା ସିମାଞ୍ଚଳ ନାହାକ। 

କିଛି ବେସରକାରୀ ଅନୁଷ୍ଠାନର ସହଯୋଗରେ ଲଢ଼େଇ ଆରମ୍ଭ ହୁଏ । ୧୯୮୮ ମସିହାରେ ଓଡ଼ିଶା ଦାରିଦ୍ର୍ୟର ଚିତ୍ର ଭାରି ଭୟଙ୍କର ଥାଏ । ଗଞ୍ଜାମ ଜିଲ୍ଲାର ଅନେକ ଗାଁରେ ଲୋକେ ଭାତ ଓ ଲଙ୍କା, ଜାଉ, କାଞ୍ଜି, ଡାଲିପାଣି, କନ୍ଦା ଖାଇ ବଞ୍ଚନ୍ତି ଆଦିବାସୀ, ଦଳିତ ଓ ମତ୍ସ୍ୟଜୀବୀ। ଓଡ଼ିଶାର ଆର୍ଥିକ ସ୍ଥିତି ଅସ୍ଥିର ହୋଇ ପଡ଼ିଥାଏ । ସେହି ସମୟରେ ୩୦୦ଟଙ୍କା ବେତନରେ ଏକ ସାମାଜିକ ଅନୁଷ୍ଠାନରେ କାମ କରିବା ଆରମ୍ଭ କରିଥିଲେ ସିମାଞ୍ଚଳ । ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ବିରୋଧରେ ସଚେତନତା, ଚାଷ ଓ ଚାଷୀଙ୍କର ସମସ୍ୟାର ସମାଧାନ, ଜମିହୀନ, ଆଦିବାସୀ ଓ ଦଳିତ ଲୋକମାନଙ୍କୁ ସ୍ୱାର୍ଥର ସୁରକ୍ଷା ପାଇଁ ଲଢେଇ କରୁଥିଲେ ଅପାଠୁଆ ଓ ଗରିବ ଲୋକଙ୍କ ପାଖରେ ସରକାରୀ ସହଯୋଗ ପଞ୍ଚାଇବା ହଁ ଥିଲା ଉଦେଶ୍ୟ। ଗଞ୍ଜାମ ଜିଲ୍ଲାକୁ ମଦମୁକ୍ତ କରିବା ପାଇଁ ଅନେକ ଆନ୍ଦୋଳନ ଗଢ଼ିଛନ୍ତି । କେତେ ଜଣ ସିମାଞ୍ଚଳଙ୍କୁ ପାଗଳ କହୁଥିଲେ ଅନେକ ଥର ଆକ୍ରମଣ ହୋଇଛି । ଅନେକ ଆନ୍ଦୋଳନରୁ ସେ ଜେଲ ଯାଇଛନ୍ତି ।

୧୯୯୦ମସିହାରେ ପୁରୀ ଜିଲ୍ଲାର ପାରିକୁଦ ଅଞ୍ଚଳ କୃଷ୍ଣପ୍ରସାଦ ବ୍ଳକର କ୍ଷୀରିସାହିକୁ ମଦମୁକ୍ତ କରି ସିମାଞ୍ଚଳ ସାଉଁଟିଥିଲେ ଅନେକ ପ୍ରଶଂସା । ହେଲେ ଆଜିବି ସ୍ୱାଭିମାନରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି । ସମାଜର ସର୍ବନିମ୍ନସ୍ତରରେ ର‌ହିଥିବା ମଣିଷମାନଙ୍କର ବି ସାମ୍ବିଧାନିକ ଅଧିକାର ରହିଛି । ହେଲେ ସବୁ ଅଧିକାର ଯେମିତି ସରକାରୀ କାଗଜ କଲମରେ ସୀମିତ ହୋଇଯାଇଛି । ତେଣୁ ସେମାନଙ୍କ କଥା ସରକାରଙ୍କ ପାଖରେ ପହଞ୍ଚାଇବାକୁ ମୁଁ ଏଲଢେଇ କରୁଛି । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟ, ଲେଖକ, କବି ଓ ସଂଗ୍ରାମୀ ମଣିଷ । ରାଜନୀତି ବିଜ୍ଞାନରେ ଛାତ୍ର ହୋଇ ବି ରାଜନୀତିରୁ ସେ ଅନେକ ଦୁରରେ, ଆଜି ରାଜନୀତିରେ ଆଉ ନୀତି ନ ଥିବା କଥା କୁହନ୍ତି ।

Add Zee News as a Preferred Source

ତାଙ୍କ ରଚିତ ଚାଷୀ ମୁକ୍ତି ଓ ମାଟି ମୁକ୍ତି ପୁସ୍ତକ ଗଞ୍ଜାମ ଜିଲ୍ଲାରେ ବେଶ ପାଠକୀୟ ଆଦୃତି ହୋଇଥିଲା ।  ଆଜି ଗାନ୍ଧୀଙ୍କ ସ୍ୱପ୍ନ ସାକାର ହୋଇନଥିବା କଥା ସେ କହନ୍ତି । ପଞ୍ଚାୟତ ରୁ ବିକାଶ ଆରମ୍ଭ ହେବା କଥା କିନ୍ତୁ ଆଜି ପଞ୍ଚାୟତ କଥା ଶେଷରେ ଆସେ । କୁଟୀରଶିଳ୍ପର ବିକାଶ ନହେଲେ ଦେଶରୁ ଦାରିଦ୍ର୍ୟ ଦୂରୀକରଣ କାଠିକର ପାଠ । ଗାଁ ର ୮୦ ଭାଗ ଲୋକେ ସ୍ବାବଲମ୍ବୀ ହେଲେ ଦେଶର ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ ବୋଲି ସେ ମତ ରଖନ୍ତି ସିମାଞ୍ଚଳ ନାୟକ । ଏବେ ୫୭ ବୟସରେ ବି ଫୋନ୍ ଆସିଲେ ଲୋକଙ୍କ ପାଖକୁ ଧାଇଁ ଯାଉଛନ୍ତି

ସିମାଞ୍ଚଳ ନାହାକ ମାଧପୁର ପଞ୍ଚାୟତର ବରଙ୍ଗ ଗାଁରେ ୧୯୬୩ ମସିହାରେ ଜନ୍ମ । ଚାଷୀ ପରିବାରରେ ଜନ୍ମ ହୋଇ ସବୁଦିନେ ଅଧ୍ୟାପକ ହେବାର ସ୍ୱପ୍ନ ଦେଖିଥିଲେ ସିମାଞ୍ଚଳ । ଗାଁରେ ବଢିଲେ, ଗାଁ ମାଟିରେ ପାଠ ପଢିଲେ । ସେ ଦେଖିଛନ୍ତି ଗାଉଁଲି ମଣିଷକୁ । ସେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପୋଷ୍ଟ ଗ୍ରାଜୁଏସନ୍ ସାରା ୨୫ ବର୍ଷ ବୟସରୁ ଆରମ୍ଭ ହେଲା ସଂଘର୍ଷ। ସମାଜର ଲୋକଙ୍କ ଜୀବନଶୈଳୀ ଦେଖି ସେ ଲୋକଙ୍କ ସେବାରେ ମନୋନିବେଶ କଲେ । ମାନବ ଜାତିର ସେବା ପାଇଁ ପଣ ପରେ ସେଇଠି ଅଧୁରା ରହିଗଲା ଅଧ୍ୟାପକ ହେବାର ସ୍ୱପ୍ନ । ଆଉ କେବେ ପଛକୁ ଚାହିଁ ନାହାଁନ୍ତି ସିମାଞ୍ଚଳ ।

 

About the Author