Advertisement
Article Detail0/zeeodisha/odisha666027

ଗଛରେ ଅମ୍ପାୟାର ଅନୀଲ, ଜାଣନ୍ତୁ କାରଣ...

ଭାରତର କ୍ରିକେଟ ଅମ୍ପାୟାର ଅନୀଲ ଚୌଧୂରୀ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି। ଚର୍ଚ୍ଚାରେ ରହିବା କାରଣ ମଧ୍ୟ ବେଶ ଖାସ ରହିଛି। ମଜାଦାର କଥା ହେଉଛି ଯେ, ବିଗତ କିଛି ଦିନ ହେବ ଅନୀଲଙ୍କୁ କେବେ ଛାତ ଉପରେ ତ ଆଉ କେବେ ଗଛ ଉପରେ ଚଢି ଏବେ ନେଟଓ୍ୱାର୍କ ପାଇଁ ମୋବାଇଲ ହଲାଉଥିବାର ଦେଖିବାକୁ ମିଳୁଛି।   ତେବେ ଅମ୍ପାୟାରଙ୍କ ଏଭଳି କରିବାର କାରଣ ମଧ୍

ଗଛରେ ଅମ୍ପାୟାର ଅନୀଲ, ଜାଣନ୍ତୁ କାରଣ...

ନୂଆଦିଲ୍ଲୀ: ଭାରତର କ୍ରିକେଟ ଅମ୍ପାୟାର ଅନୀଲ ଚୌଧୂରୀ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି। ଚର୍ଚ୍ଚାରେ ରହିବା କାରଣ ମଧ୍ୟ ବେଶ ଖାସ ରହିଛି। ମଜାଦାର କଥା ହେଉଛି ଯେ, ବିଗତ କିଛି ଦିନ ହେବ ଅନୀଲଙ୍କୁ କେବେ ଛାତ ଉପରେ ତ ଆଉ କେବେ ଗଛ ଉପରେ ଚଢି ଏବେ ନେଟଓ୍ୱାର୍କ ପାଇଁ ମୋବାଇଲ ହଲାଉଥିବାର ଦେଖିବାକୁ ମିଳୁଛି।  

ତେବେ ଅମ୍ପାୟାରଙ୍କ ଏଭଳି କରିବାର କାରଣ ମଧ୍ୟ ବେଶ ରୋଚକ ରହିଛି। ଅମ୍ପାୟାର ଅନୀଲ ଲକଡାଉନ କାରଣରୁ ତାଙ୍କ ପୈତୃକ ଗ୍ରାମରେ ରହିଛନ୍ତି। ଯେଉଁଠାକୁ ମୋବାଇନ ନେଟଓ୍ୱାର୍କ ଅତ୍ୟନ୍ତ ଦୁର୍ବଳ ରହିଛି। ଫଳରେ ଏଭଳି ପରିସ୍ଥିତି ପାଇଁ କେବେ କେବେ ତାଙ୍କୁ ଖୋଲା ଚାଷ ପଡ଼ିଆରେ ମଧ୍ୟ ଦେଖିବାକୁ ମିଳୁଛି।  

୫୫ ବର୍ଷୀୟ ଅନୀଲ ଚୌଧୂରୀ ଭାରତ ଓ ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଦିନିକିଆରେ ଅମ୍ପାୟାର କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର ସିରିଜ ଅଧାର ବାତିଲ ହୋଇଯିବା କାରଣରୁ ୧୬ ମାର୍ଚ୍ଚକୁ ସେ ତାଙ୍କର ପୈତୃକ ଗ୍ରାମ ଉତ୍ତରପ୍ରଦେଶର ଶାମଲୀ ଜିଲ୍ଲା ଅନ୍ତର୍ଗତ ଡାଙ୍ଗରୋଲକୁ ଚାଲି ଯାଇଥିଲେ। ସେଠାରେ ସେ ଏକ ସପ୍ତାହ ବିତାଇବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଲକଡାଉନ ପରିସ୍ଥିତି ଜାରି ହୋଇଯିବାରୁ ସେଠାରେ ତାଙ୍କୁ ଏକ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ରହିବାକୁ ପଡ଼ିଛି।  

Add Zee News as a Preferred Source

ସେପଟେ ଗ୍ରାମରେ ନେଟଓ୍ୱାର୍କ ଆସୁନଥିବାରୁ ଅନୀଲଙ୍କୁ ଏଭଳି ଅବତାରରେ ଦେଖିବାକୁ ମିଳୁଛି। ସେ କହିଛନ୍ତି କି, ତାଙ୍କ ମା ଓ ପତ୍ନୀ ଦିଲ୍ଲୀରେ ରୁହନ୍ତି। ଗତ ମାସ ୧୬ ତାରିଖରେ ଦୁଇ ପୁଅଙ୍କ ସହିତ ଗାଁକୁ ଆସିଥିଲେ। ଅନେକ ଦିନ ପରେ ଗାଁକୁ ଯାଇଥିବାରୁ ଏକ ସପ୍ତାହ ବିତାଇବାକୁ ପ୍ରସ୍ତୁତ ଥିଲେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ବର୍ତ୍ତମାନ ଦେଶରେ ଲକଡାଉନ ଥିବାରୁ ମୁଁ ଏହାକୁ ସରକାରୀ ନିର୍ଦ୍ଦେଶ ମୁତାବକ ପାଳନ କରୁଛନ୍ତି ବୋଲି ସେ କହିଥିଲେ।  

About the Author