ସର୍କେଗୁଡ଼ା ଏନକାଉଣ୍ଟରରେ ଜୀବନ ହାରିଥିବା ୧୭ ବ୍ୟକ୍ତି ନକ୍ସଲ ନଥିଲେ: ତଦନ୍ତ ରିପୋର୍ଟ

୨୦୧୨ ମସିହା ଜୁନ ୨୮ । ଛତିଶଗଡ ପୋଲିସକୁ ଏକ ବଡ ସଫଳତା ମିଳିଥିବା କୁହାଯାଇଥିଲା । ସର୍କେଗୁଡ଼ା ଏନକାଉଣ୍ଟରରେ ପୋଲିସ ଗୁଳିରେ ଟଳି ପଡିଥିଲେ ୧୭ ଜଣ । ଏମାନେ ସମସ୍ତେ ନକ୍ସଲ ବୋଲି ଦାବି କରିଥିଲା ପୋଲିସ । ତେବେ ବର୍ତ୍ତମାନ ଯେଉଁ ତଦନ୍ତ ରିପୋର୍ଟ ସାମନାକୁ ଆସୁଛି, ତାହା ସମସ୍ତଙ୍କୁ ଚକିତ କରିଛି । 

ସର୍କେଗୁଡ଼ା ଏନକାଉଣ୍ଟରରେ ଜୀବନ ହାରିଥିବା ୧୭ ବ୍ୟକ୍ତି ନକ୍ସଲ ନଥିଲେ: ତଦନ୍ତ ରିପୋର୍ଟ
ଫାଇଲ ଫଟୋ

ନୂଆଦିଲ୍ଲୀ: ୨୦୧୨ ମସିହା ଜୁନ ୨୮ । ଛତିଶଗଡ ପୋଲିସକୁ ଏକ ବଡ ସଫଳତା ମିଳିଥିବା କୁହାଯାଇଥିଲା । ସର୍କେଗୁଡ଼ା ଏନକାଉଣ୍ଟରରେ ପୋଲିସ ଗୁଳିରେ ଟଳି ପଡିଥିଲେ ୧୭ ଜଣ । ଏମାନେ ସମସ୍ତେ ନକ୍ସଲ ବୋଲି ଦାବି କରିଥିଲା ପୋଲିସ । ତେବେ ବର୍ତ୍ତମାନ ଯେଉଁ ତଦନ୍ତ ରିପୋର୍ଟ ସାମନାକୁ ଆସୁଛି, ତାହା ସମସ୍ତଙ୍କୁ ଚକିତ କରିଛି । 

୭ ବର୍ଷର ଶୁଣାଣି ଏବଂ ତଦନ୍ତ ପରେ ସାମନାକୁ ଆସିଛି ଜଷ୍ଟିସ୍‌ ବିଜୟ କୁମାର ଅଗ୍ରୱାଲ ବିଚାର ବିଭାଗୀୟ ତଦନ୍ତର ରିପୋର୍ଟ । ଗତ ମାସେ ପୂର୍ବରୁ ଏହି ରିପୋର୍ଟ ଦାଖଲ ହୋଇଥିଲା । ଗତ ଶନିବାର ଛତିଶଗଡ଼ କ୍ୟାବିନେଟ୍‌ରେ ଏବଂ ସୋମବାର ବିଧାନସଭା ଗୃହରେ ଏହାକୁ ଦାଖଲ କରାଯାଇଛି । ବର୍ତ୍ତମାନ ଏହା ସାମନାକୁ ଆସିଥିବା ବେଳେ, ଏନକାଉଣ୍ଟର ବିଷୟରେ ଚମକାଇଲା ପରି ରିପୋର୍ଟ ଆସିଛି । 

ଏହି ରିପୋର୍ଟରେ କୁହାଯାଇଛି, ସର୍କେଗୁଡ଼ା ଏନକାଉଣ୍ଟରରେ ଜୀବନ ହାରିଥିବା ୧୭ ବ୍ୟକ୍ତ ନକ୍ସଲ ନଥିଲେ । ସେମାନେ ନିଜ ଆଡୁ ସୁରକ୍ଷାକର୍ମୀଙ୍କ ଆଡକୁ ଗୁଳି ଚଳାଇଥିବାର ମଧ୍ୟ କୌଣସି ପ୍ରମାଣ ନାହିଁ । ଏପରିକି ପୋଲିସ ତଦନ୍ତରେ ମଧ୍ୟ ତ୍ରୁଟି ରହିଥିବା ବିଚାର ବିଭାଗୀୟ ତଦନ୍ତ ରିପୋର୍ଟରେ କୁହାଯାଇଛି । 

ଆହୁରି ପଢନ୍ତୁ: ଭୋପାଳ ଗ୍ୟାସ ଟ୍ରାଜେଡିକୁ ୩୫ ବର୍ଷ: ପୀଡ଼ିତଙ୍କ ତୃତୀୟ ପିଢ଼ି ବି ବିକଳାଙ୍ଗ

ସର୍କେଗୁଡ଼ା ଏନକାଉଣ୍ଟର ପରେ ଏହାକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିଲା । ପୋଲିସର ଏନକାଉଣ୍ଟରକୁ ନେଇ ଗ୍ରାମବାସୀ ପ୍ରବଳ ବିରୋଧ କରିଥିଲେ । ମୃତ ବ୍ୟକ୍ତିମାନେ ସାଧାରଣ ଲୋକ ଥିଲେ ବୋଲି କହିଥିଲେ ଗ୍ରାମବାସୀ । ପରେ ତତ୍କାଳୀନ ବିଜେପି ସରକାର ଏହି ଘଟଣାର ଜଣିକିଆ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଆଉ ବର୍ତ୍ତମାନର ରିପୋର୍ଟ କହୁଛି, ସତ କହୁଥିଲେ ଗ୍ରାମବାସୀ । 

ତେବେ ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଏହି ଘଟଣା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । 

ଆହୁରି ପଢନ୍ତୁ: ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ହେମାମାଳିନୀ କହିଲେ, ଆଜୀବନ ଜେଲଦଣ୍ଡ ହେଉ