)
ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି । ଘର ବାହୁଡ଼ା ଶ୍ରମିକଙ୍କ ଠାରୁ ଟ୍ରେନ ଟିକେଟ ଆଦାୟ ଖବର ସାମ୍ନାକୁ ଆସିବା ପରେ ରେଳ ମନ୍ତ୍ରାଳୟ ଉପରେ ହମଲା କରିଛନ୍ତି ଶ୍ରୀମତୀ ଗାନ୍ଧୀ । ପିଏମ୍ କେୟାର୍ସ ଫଣ୍ଡକୁ ୧୫୧ କୋଟି ଟଙ୍କା ସହାୟତା ଦେଉଥିବା ରେଳ ବିଭାଗ ଶ୍ରମିକଙ୍କ ଠାରୁ ଘର ବହୁଡ଼ା ଟିକେଟ ଭଡ଼ା ନେଉଛି ବୋଲି ସେ କଟାକ୍ଷ କରିଛନ୍ତି । କେବଳ ଏତିକି ନୁହେଁ, ଏହି ଶ୍ରମିକଙ୍କ ରେଳ ଟିକେଟ କଂଗ୍ରେସ ବହନ କରିବ ବୋଲି ସେ ଘୋଷଣା କରିଛନ୍ତି । ଅବଶ୍ୟ ପରବର୍ତ୍ତୀ ସମୟରେ ରେଳ ବିଭାଗ ପକ୍ଷରୁ ଭଡ଼ା ନେଇ ସଫେଇ ଦିଆଯାଇଛି ।
କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିବା ଯାଇ ଶ୍ରୀମତୀ ଗାନ୍ଧୀ କହିଛନ୍ତି, ଆମେ ବିଦେଶରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ନିଶୁଳ୍କ ବିମାନ ସେବା ଯୋଗାଇ ଦେଉଛୁ । କେବଳ ଏତିକି ନୁହେଁ, ଗୁଜୁରାଟର ଏକ କାର୍ଯ୍ୟକ୍ରମ(ନମସ୍ତେ ଟ୍ରମ୍ପ) ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଛୁ । ରେଳ ମନ୍ତ୍ରାଳୟ କୋରୋନା ମୁକାବିଲା ପାଇଁ ପିଏମ କେୟାର୍ସ ଫଣ୍ଡକୁ ୧୫୧ କୋଟି ଟଙ୍କା ସହାୟତା କରୁଛି । ହେଲେ ଦୁର୍ଭାଗ୍ୟର ବିଷୟ, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଫସି ରହିଥିବା ଶ୍ରମିକଙ୍କୁ ରେଳ ଟିକେଟ ଦେବାକୁ ପଡ଼ୁଛି । ଆମେ କ'ଣ ସେମାନଙ୍କ ପାଇଁ ନିଶୁଳ୍କ ଯାତ୍ରା ବ୍ୟବସ୍ଥା କରିପାରିବା ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ।
ତେବେ ଏନେଇ କଂଗ୍ରେସ ନିଜ ଆଡ଼ୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସୋନିଆ ଗାନ୍ଧୀ କହିଛନ୍ତି, କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଞ୍ଚଳରେ ଶ୍ରମିକଙ୍କ ଟିକେଟ ଖର୍ଚ୍ଚ ବହନ କରିବେ । ଅର୍ଥାତ ଘର ବାହୁଡ଼ା ଶ୍ରମିକଙ୍କ ଟିକେଟ ଖର୍ଚ୍ଚ କଂଗ୍ରେସ ବହନ କରିବ ବୋଲି ସୋନିଆ ଗାନ୍ଧୀ ଘୋଷଣା କରିଥିଲେ ।
Railways is charging only standard fare for this class from State Governments which is just 15% of the total cost incurred by Railways. Railways is not selling any tickets to migrants and is only boarding passengers based on lists provided by States: Railway Ministry Sources https://t.co/TiPKcBBTHZ
— ANI (@ANI) May 4, 2020
ତେବେ ପରବର୍ତ୍ତୀ ସମୟରେ ଭାରତୀୟ ରେଳ ଶ୍ରମିକଙ୍କ ଠାରୁ ଟିକେଟ ଆଦାୟ ନେଇ ସଫେଇ ଦେଇଛି । ଆମେ ବିନା ଟିକଟରେ କୌଣସି ମଧ୍ୟ ଯାତ୍ରା ପାଇଁ ଅନୁମତି ଦେଇନଥାଉ । ତେଣୁ ସ୍ପେଶାଲ ଟ୍ରେନରେ ଘରକୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଗୋଟିଏ ଗୋଟିଏ ଟିକେଟ ଇସ୍ୟୁ କରାଯାଉଛି । ମାତ୍ର ଆମେ କୌଣସି ଯାତ୍ରୀଙ୍କ ଠାରୁ ଭଡ଼ା ଆଦାୟ କରୁନଥିବା କହିଛି ରେଳ ମନ୍ତ୍ରାଳୟ ।
Talked Piyush Goel office. Govt will pay 85% and State Govt 15% . Migrant labour will go free. Ministry will clarify with an official statement
— Subramanian Swamy (@Swamy39) May 4, 2020
ଅନ୍ୟପଟେ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଏକ ଟ୍ୱିଟ କରିଛନ୍ତି । ନିଜ ଟ୍ୱିଟରେ ସେ କହିଛନ୍ତି, ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ କାର୍ଯ୍ୟଳୟ ସହ ମୋର ଆଲୋଚନା ହୋଇଛି । ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ପାଇଁ କେନ୍ଦ୍ର ସରକାର ୮୫ ପ୍ରତିଶତ ଏବଂ ରାଜ୍ୟ ସରକାର ୧୫ ପ୍ରତିଶତ ରେଳ ଭଡ଼ା ପ୍ରଦାନ କରିବେ । ପ୍ରବାସୀ ଶ୍ରମିକ ନିଶୁଳ୍କ ଭାବେ ଘରକୁ ଫେରିପାରିବେ ।